Videos
|
Entertainment

ଶାହାରୁଖଙ୍କୁ ଅନୁସରଣ କରିବେନି ପୁଅ ଆର୍ଯ୍ୟନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଶାହାରୁଖଙ୍କୁ ଅନୁସରଣ କରିବେନି ପୁଅ ଆର୍ଯ୍ୟନ

ଅର୍ଗସ ବ୍ୟୁରୋ: ଶାହାରୁଖ ଖାନ ଏବଂ ଗୌରୀ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ତାଙ୍କୁ କିଏ ବା ନଜାଣେ। ବଲିଉଡର ବାଦଶାହା ଶାହାରୁଖ ଖାନ ଯେତିକି ଫେମସ, ତାଙ୍କ ଫ୍ୟାମିଲି ମଧ୍ୟ ସେତିକି ଫେମସ।ସମସ୍ତଙ୍କ ହୃଦୟରେ ରାଜ କରନ୍ତି କିଙ୍ଗ ଖାନ। ଆଉ ସମସ୍ତେ ବି ଚାହାନ୍ତି ତାଙ୍କ ପରି ହେବାକୁ ।କିନ୍ତୁ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଚାହାନ୍ତି ନାହିଁ କି ସେ ପିତାଙ୍କ ପରି ହୁଅନ୍ତୁ। ହେଲେ କାହିଁକି ଏପରି କହିଲେ ଆର୍ଯ୍ୟନ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଗତ ବର୍ଷ ଏପ୍ରିଲ ମାସରେ ନିଜର ଫ୍ୟାସନ ବ୍ରାଣ୍ଡକୁ ଲଞ୍ଚ କରିଛନ୍ତି ଶାହାରୁଖ। ଆର୍ଯ୍ୟନ ଏହାକୁ ଲଞ୍ଚ କରିଥିଲେ। ଆର୍ଯ୍ୟନ ପିତା ଶାହାରୁଖଙ୍କ ପରି ହେବାକୁ ଚାହାନ୍ତି ନାହିଁ। ସିଏ ଅଭିନୟ ନୁହେଁ, ଫ୍ୟାସନ, ଲାଇଫଷ୍ଟାଇଲ ଏବଂ ଡାଇରେକ୍ଟର ହେବା ପାଇଁ ଅଧିକ ଇଛା ଥିବା କହିଛନ୍ତି। କହିବାକୁ ଗଲେ ଆର୍ଯ୍ୟନଙ୍କ ଫ୍ୟାସନ ବ୍ରାଣ୍ଡକୁ ଶାହାରୁଖ ଖାନ ନିଜେ ପ୍ରମୋଟ କରୁଛନ୍ତି ଏବଂ ଫ୍ୟାସନ ବ୍ରାଣ୍ଡର ଚେହେରା ମଧ୍ୟ ବନିଛନ୍ତି।

ଏହି ବର୍ଷ ଆର୍ଯ୍ୟନ ନିଜ ବ୍ରାଣ୍ଡର କିଛି ନୂଆ ଷ୍ଟାଇଲ ଲଞ୍ଚ କରିବାକୁ ଯାଉଛନ୍ତି। କିନ୍ତୁ ଏଥର ବଣ୍ଟି ଏବଂ ଲେଟିଙ୍କ ସହ କୋଲେବୋରେଟ କରି ନୁହେଁ, ଏଥର ଡିଜନି ଇଣ୍ଡିଆ ସହ ହାତ ମିସାଇଛନ୍ତି। ନିକଟରେ ଏକ ଇଣ୍ଟରଭ୍ୟୁରେ ଆର୍ଯ୍ୟନ ପିତା ଶାହାରୁଖ ଖାନଙ୍କ ସହ କାମ କରିବାକୁ ନେଇ ନିଜର ଏକ୍ସପିରିଏନ୍ସ ସେୟାର କରିଛନ୍ତି। 
GQ  ସହ କଥାବାର୍ତ୍ତା ହେଉଥିବାବେଳେ ଆର୍ଯ୍ୟନ କହିଛନ୍ତି, ଯେବେ ମୁଁ ବାପାଙ୍କ ସହ କାମ କରେ  ତ ମୋ ପାଇଁ ଶିଖିବା ପାଇଁ ବହୁତ କିଛି ଥାଏ। ମୁଁ ମଧ୍ୟ ଶିଖି। ଲୋକମାନେ ସବୁବେଳେ ବାପାଙ୍କ କାମ ବିଷୟରେ କୁହନ୍ତି। ମୋ ପାଇଁ ତାଙ୍କ ଠାରୁ କିଛି ଶିଖିବା ବହୁତ ଏକ୍ସସାଇଟିଙ୍ଗ ହୋଇଥାଏ। ଯେବେ ବି ମିଶିକି କାମ କରୁ ମୋ କାମ ମତେ ଟିକି ସହଜ ଲାଗେ। କାହିଁକି କି ବାପାଙ୍କ ଠାରୁ ସବୁ ଜିନିଷର ନଲେଜ ଆପଣଙ୍କୁ ମିଳିଯାବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 


 

Aryan Khan will not follow his father Shah rukh Khan's footsteps | Argus News