Videos
|
Entertainment

ବ୍ରାଜିଲ ଅଭିନେତ୍ରୀଙ୍କ ପ୍ରେମରେ ଆର୍ୟନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବ୍ରାଜିଲ ଅଭିନେତ୍ରୀଙ୍କ ପ୍ରେମରେ ଆର୍ୟନ

ଅର୍ଗସ ବ୍ୟୁରୋ:  ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ବଡ଼ ପୁଅ ଆର୍ୟନ ଖାନ୍‌। ଆର୍ୟନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ରାଜିଲ୍‌ର ଜଣେ ଅଭିନେତ୍ରୀଙ୍କୁ ସେ ଡେଟ୍‌ କରୁଥିବା ଜଣାପଡିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆର୍ୟନ ଖାନଙ୍କୁ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସବୁଠି ଚର୍ଚ୍ଚା। ଅଭିନେତ୍ରୀଜଣଙ୍କ ହେଲେ ଲାରିସା ବୋନ୍ସି। ତେବେ ଲାରିସା ବୋନ୍ସି ଏକା ସାଙ୍ଗରେ ଜଣେ ମଡେଲ୍ ଏବଂ ଡାନ୍ସର ମଧ୍ୟ । ସେ ଅକ୍ଷୟ କୁମାର ଏବଂ ଜନ୍ ଅବ୍ରହାମଙ୍କ ସହ ପୂର୍ବରୁ କାମ କରିସାରିଛନ୍ତି । ଲାରିସା ଫିଲ୍ମ ଦେଶୀ ବଏଜରୁ ‘ସୁବାହ ହୋନେ ନା ଦେ’ ଜରିଆରେ ବଲିଉଡରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାସହ ସେ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିସାରିଛନ୍ତି । ତାଙ୍କ ସହ ଆର୍ୟନଙ୍କର ଭିଡିଓ କ୍ଲିପ୍‌ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Aryan Khan's alleged relationship with Brazilian actress Larissa Bonesi fuels online speculation | Argus News