Videos
|
Entertainment

Asha Bhosle / ପ୍ରସିଦ୍ଧ ଗାୟିକା ଆଶା ଭୋଁସଲେଙ୍କ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

Rashmita Mishra
Browse all articles by Rashmita Mishra
·3 months ago·1 min read
ପ୍ରସିଦ୍ଧ ଗାୟିକା ଆଶା ଭୋଁସଲେଙ୍କ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି
Asha Bhosle

Key Points

ଆଶା ଭୋସଲେ ଅସୁସ୍ଥ । 
ପ୍ରସିଦ୍ଧ ଗାୟିକା ଆଶା ଭୋଁସଲେଙ୍କ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି । 

 

ପ୍ରସିଦ୍ଧ ଗାୟିକା ଆଶା ଭୋଁସଲେଙ୍କୁ ନେଇ ଆସିଛି ବଡ଼ ଖବର । ଯାହା ସୂଚନା ରହିଛି କି ଆଶା ଭୋଁସଲେଙ୍କ ହୃଦଘାତ ହୋଇଛି । ବର୍ତ୍ତମାନ ସୂଚନା ଅନୁଯାୟୀ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ଏପର୍ଯ୍ୟନ୍ତ ଗାୟିକାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ କୌଣସି ଅପଡେଟ୍ ଆସିନାହିଁ ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କଣ୍ଠସ୍ୱରରେ ଯାଦୁ ବିସ୍ତାର କରିଥିବା କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ହୃଦଘାତ ପରେ ତାଙ୍କୁ ଏପ୍ରିଲ ୧୧ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତରମାନେ ଏହି ଖବରକୁ ନିଶ୍ଚିତ କରିଛନ୍ତି। ତଥାପି, ଏ ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ ।

କୁହାଯାଉଛି ଆଶା ହୃଦଘାତର ଶିକାର ହୋଇଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇଥିଲେ। ଆଶା ଭୋସଲେ ବଲିଉଡ ଲିଜେଣ୍ଡ୍ରି ସିଙ୍ଗରଙ୍କ ମଧ୍ୟରେ ଅନ୍ୟତମ। ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର ଭାବେ କଣ୍ଠଦାନ କରିଆସୁଛନ୍ତି। ମଙ୍ଗେସ୍କର ପରିବାରର ଲତା ମଧ୍ୟ ଆଶା ମଙ୍ଗେସ୍କରଙ୍କ ଭଳି ସୁମଧୂର ସ୍ୱରର ଅଧିକାରିଣୀ। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ। ମ୍ୟୁଜିକ୍ କମ୍ପୋଜର ସଜ୍ଜାଦ ହୁସେନଙ୍କ ଏହି ଆଲବମ ଆଶାଙ୍କୁ ପ୍ରସିଦ୍ଧି ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Asha Bhosle | Asha Bhosle Hospitalized After Heart Attack | Argus News