Videos
|
Entertainment

ଶେଷରେ ମୁହଁ ଖୋଲିଲେ ବିଶ୍ୱ ସୁନ୍ଦରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଶେଷରେ ମୁହଁ ଖୋଲିଲେ ବିଶ୍ୱ ସୁନ୍ଦରୀ

ଅର୍ଗସ ବ୍ୟୁରୋ:  ବଚ୍ଚନ ପରିବାର କଥା ଆସିଲେ ବର୍ତ୍ତମାନ ସଭିଙ୍କ ମୁହଁରେ ଗୋଟିଏ କଥା କି ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ବିଚ୍ଛେଦ। ବଡ କଥା ବଡ ଗୁମର କଥା। କିନ୍ତୁ ଏହି ଗୁମର କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି। ହେଲେ ଥମୁନି ଚର୍ଚ୍ଚା। ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ ନାହିଁ। ଶେଷରେ ମୁହଁ ଖୋଲିଛନ୍ତି ଐଶ୍ୱର୍ଯ୍ୟା । ଶୁଣିବାକୁ ମିଳିଥିଲା ​​ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର କାଳେ ଦେବାକୁ ଯାଉଛନ୍ତି । କିନ୍ତୁ ଏହା ସତ କି ନାହିଁ, ଏହାକୁ ନେଇ ସତ କହିଲେ ଅଭିନେତ୍ରୀ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ୧୫ ଦିନ ନ୍ୟୁୟର୍କରେ ଥିଲେ  । ଏବେ ଐଶ୍ୱର୍ଯ୍ୟା ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ ଅଭିନେତ୍ରୀ ଏହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମଧ୍ୟରେ କ’ଣ ଚାଲିଛି? ଉଭୟଙ୍କ ମଧ୍ୟରେ ଅସନ୍ତୋଷ ଅଛି କି? ନା ଏହି ଖବର କେବଳ ଗୁଜବ? ପ୍ରଶଂସକମାନେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଅପେକ୍ଷା କରିଛନ୍ତି ।

କିଛି ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହରେ ଅଲଗା ଅଲଗା ଭାବରେ ପହଞ୍ଚିଥିଲେ। ପରେ ବଚ୍ଚନ ପରିବାରରେ ମତଭେଦ ଶୁଣିବାକୁ ମିଳିଥିଲା। ଐଶ୍ୱର୍ଯ୍ୟା ଆମେରିକା ଯିବା ପରେ ଅଭିଷେକ ବଚ୍ଚନ X ରେ ଛାଡପତ୍ର ପୋଷ୍ଟକୁ ଲାଇକ୍ କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆଲୋଚନା ଆହୁରି ଅଧିକ ବଢିଥିଲା ।

ପ୍ରଶଂସକଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବହୁତ ଖୁସିରେ ଥିଲେ। ଛାଡପତ୍ର ଗୁଜବ ମଧ୍ୟରେ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ନିରୀହ ହସ ଏବଂ ତାଙ୍କ ଝିଅ ସହିତ କଥାବାର୍ତ୍ତା ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି।ଏହି ସମୟରେ ଜଣେ ପ୍ରଶଂସକ କହିଥିଲେ, ମ୍ୟାଡାମ୍, ତୁମେ କେମିତି ଅଛ? ସେ ପଚାରିଲେ। ଏହାର ଉତ୍ତରରେ ସେ ହସି ହସି କହିଲେ, ସବୁକିଛି ଠିକ ଅଛି, ଧନ୍ୟବାଦ।ସବୁକିଛି ଠିକ୍ ଅଛି ବୋଲି ଶୁଣିବା ପରେ ପ୍ରଶଂସକମାନେ କହିଛନ୍ତି ଯେ ଛାଡପତ୍ର କେବଳ ଗୁଜବ। ଅଭିନେତ୍ରୀଙ୍କ ଆଚରଣ ଲୋକଙ୍କ ହୃଦୟ ଜିତିଥିଲା। ଐଶ୍ୱର୍ଯ୍ୟା ରାୟ ବଚ୍ଚନ କଳା ପୋଷାକରେ ନଜର ଆସିଛନ୍ତି। ମେଳ ଖାଉଥିବା ପ୍ୟାଣ୍ଟ ସହିତ ଏକ ଲମ୍ବା କଳା କୋଟ ମଧ୍ୟ ପିନ୍ଧିଥିଲେ । ଅଭିନେତ୍ରୀ ହସୁଥିବା ନଜର ଆସିଥିଲେ। ତାଙ୍କ ଝିଅ ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କୁ ବହୁତ ଖୁସି କରିଥିଲେ। ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଭିତରେ ସବୁକିଛି ଠିକ ଅଛି ବୋଲି ଫ୍ୟାନ୍ସଙ୍କ ମଧ୍ୟରେ ବର୍ତ୍ତମାନ ଚର୍ଚ୍ଚା। ତେବେ ସମସ୍ତେ ଚାହୁଁଛନ୍ତି ଯେ, ଏହି ଯୋଡି ସବୁବେଳେ ଏକାଠି ରୁହନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

At last the aishwarya rai open her truth | Argus News