ରିଲିଜ ହେଲା ଆଇ ଲଭ ୟୁ-ଟୁ ର ଅଡିଓ

ଅର୍ଗସ ବ୍ୟୁରୋ: ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ସିନେମା 'ଆଇ ଲଭ ୟୁ- ଟୁ' ମୁକ୍ତି ଲାଭ କରିବାକୁ ଯାଉଛି । ଏହା ପୂର୍ବରୁ 'ଆଇ ଲଭ ୟୁ- ଟୁର ଅଡିଓ ରିଲିଜ ଭୁବନେଶ୍ବର ଏକ ହୋଟେଲରେ ରିଲିଜ ହୋଇଯାଇଛି। ପ୍ରଯୋଜକ ଟୁଟୁ ନାୟକଙ୍କ ଓ ଅନ୍ୟ କଳାକାର ମାନେ ଆଜି ଏହି ଅଡିଓ ରିଲିଜ ଉତ୍ସବରେ ସାମିଲ ଥିଲେ ।
ଏହି ଫିଲ୍ମ ଦ୍ଵାରା ଓଡ଼ିଆ ସିନେମାରେ ପାଦ ଥାପିଛନ୍ତି ନୂଆଁ ଓଡିଆ ଅଭିନେତା ଆଦିତ୍ୟ ମହାପାତ୍ର ଓ ନବାଗତା ଅଭିନେତ୍ରୀ ଅପ୍ସରା ରାଣୀ। ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ପ୍ରେମ ଆନନ୍ଦ। ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ, କୁଲଦୀପ ପଟ୍ଟନାୟକ, ଶଶାଙ୍କ ଶେଖର ଓ ସତ୍ୟଜିତ ପ୍ରଧାନ । ଗୀତ ଲେଖିଛନ୍ତି ସ୍ବର୍ଗତ ସ୍ୱରୂପ ନାୟକ ଓ ଅରୁଣ ମନ୍ତ୍ରୀ ।
ଫିଲ୍ମ ସହ ଗୀତ ଗୁଡିକ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ପ୍ରଯୋଜକ ଟୁଟୁ ନାୟକ। ୨୦୦୪ ରେ ବ୍ରଜରାଜ ମୁଭିଜ ପ୍ରସ୍ତୁତ କରିଥିଲା ‘ଆଇ ଲଭ ୟୁ’। ଯାହା ବ୍ଲକବଷ୍ଟର ହିଟ୍ ହୋଇଥିଲା। ଏବଂ ଆଲବମ ନାୟକ ଅନୁଭବ ମହାନ୍ତିଙ୍କୁ ସୁପରଷ୍ଟାର ବନେଇ ଦେଇଥିଲା। କିନ୍ତୁ ଏବେ ୨୦ବର୍ଷ ପରେ ଏହାର ସିକ୍ଵେଲ ପରଦାକୁ ଆସିବାକୁ ଯାଉଛି। ଏହା ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବା ସହ ଭଲ ପଇସା ଅସୁଲ ହେବ ବୋଲି କହିଛନ୍ତି ପ୍ରଯୋଜକ ଟୁଟୁ ନାୟକ।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର

