Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାବା ସିଦ୍ଦିକିଙ୍କ ପରେ ଏହି କମେଡିଆନ ଏବେ ଲରେନ୍ସ ଟାର୍ଗେଟରେ

Entertainment

ବାବା ସିଦ୍ଦିକିଙ୍କ ପରେ ଏହି କମେଡିଆନ ଏବେ ଲରେନ୍ସ ଟାର୍ଗେଟରେ

Ritu Das
Browse all articles by Ritu Das
·1 year ago·1 min read
ବାବା ସିଦ୍ଦିକିଙ୍କ ପରେ ଏହି  କମେଡିଆନ ଏବେ ଲରେନ୍ସ ଟାର୍ଗେଟରେ

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଯଦିଓ ଲରେନ୍ସ ଏବେ ଗୁଜୁରାଟର ସାବରମତି ଜେଲରେ ଅଛି, କିନ୍ତୁ ତା’ର ନିର୍ଦ୍ଦେଶରେ ଗୁଣ୍ଡାମାନେ କ୍ରମାଗତ ଭାବରେ ଅପରାଧ କରୁଛନ୍ତି। ବାବା ସିଦ୍ଦିକିଙ୍କ ପରେ ଏବେ ଷ୍ଟାଣ୍ଡ ଅପ କମେଡିଆନ ତଥା ବିଗ୍ ବସ୍-୧୭ ବିଜେତା ମୁନାୱର ଫାରୁକୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିବା ଜଣାଯାଇଛି। ଏଥିପାଇଁ ମୁନାୱରଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଥିବା ଜଣାପଡ଼ିଛି। 

 

କୁହାଯାଉଛି ଯେ, ଗତ ମାସରେ ଦିଲ୍ଲୀରେ ମୁନାୱରଙ୍କୁ ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ଟାର୍ଗେଟ କରିଥିଲେ। ସେପ୍ଟେମ୍ବରରେ ଏକ ଇଭେଣ୍ଟ ପାଇଁ ମୁନାୱର ଦିଲ୍ଲୀ ଯାଇଥିବା ବେଳେ ସେ ରହୁଥିବା ହୋଟେଲରେ ରୁମ୍ ନେଇ ରହିଥିଲେ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ। ଏହି ଘଟଣା ପରଠୁ ପୋଲିସ ତାଙ୍କର ସୁରକ୍ଷା ବଢ଼ାଇ ଦେଇଥିଲା। ପୂର୍ବରୁ ଏହି ଖବର ସାମ୍ନାକୁ ଆସିନଥିବା ବେଳେ ଏବେ ଏହା ସାମ୍ନାକୁ ଆସିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାରାଷ୍ଟ୍ର ରାଜନୀତିରେ ଏକ ବଡ ନାମ ଥିବା ଏବଂ ବଲିଉଡ ସହିତ ଗଭୀର ସମ୍ପର୍କ ଥିବା ବାବା ସିଦ୍ଦିକଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳି କରି ହତ୍ୟା କରାଯାଇଥିଲା। ଶନିବାର ସେ ନିଜ ପୁଅର ଅଫିସରୁ ବାହାରକୁ ଆସିବା ପରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ୬ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ୩ଟି ଗୁଳି ତାଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

ସେପଟେ ସିଦ୍ଦିକଙ୍କ  ହତ୍ୟା ମୁମ୍ବାଇବାସୀଙ୍କୁ ଦୋହଲାଇ ଦେଇଛି। ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। ପୁରା ବଲିଉଡ ଭୟଭୀତ। ତାଙ୍କ ମୃତ୍ୟୁରେ ପୁରା ଭାଙ୍ଗିପଡ଼ିଛନ୍ତି ବଲିଉଡ ଅଭିନେତା ସଲମାନ ଖାନ। ସବୁ ସୁଟିଂ ଏବଂ ଫିଲ୍ମ ବାତିଲ କରିଛନ୍ତି। ସତରେ କଣ ସଲମାନଙ୍କ ବନ୍ଧୁତା ସିଦ୍ଦିକଙ୍କୁ ଭାରି ପଡ଼ିଲା। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Sponsored
Baba Siddiqui | Argus News