Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାହିଁକି ଭାଙ୍ଗିଲା ବିବାହ ବଖାଣିଲେ ରାପର

Entertainment

କାହିଁକି ଭାଙ୍ଗିଲା ବିବାହ ବଖାଣିଲେ ରାପର

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହିଁକି ଭାଙ୍ଗିଲା ବିବାହ ବଖାଣିଲେ ରାପର

ଅର୍ଗସ ବ୍ୟୁରୋ:  ବଲିଉଡ ଇଣ୍ଡଷ୍ଟ୍ରିରେ ବିବାହ କରିବା ଏବଂ କିଛି ଦିନ ପରେ ଛାଡପତ୍ର ଏକ ସାଧାରଣ କଥା ହୋଇଗଲାଣି। ସବୁ ସେଲିବ୍ରେଟିଙ୍କ ପାଇଁ ଏହା ଏକ ଫ୍ୟାସନ ହୋଇଗଲାଣି। ଏଭଳି ଜଣେ ଆଗ ଧାଡିର ରାପର ହେଉଛନ୍ତି ବାଦଶାହ। ଯିଏ ନିଜେ ତାଙ୍କ ଛାଡପତ୍ର ବିଷୟରେ କହିଛନ୍ତି। କାହିଁକି ତାଙ୍କର ଛାଡପତ୍ର ହେଲା, ଏହାର କାରଣ କେଉଁ ଅଭିନେତ୍ରୀ ଏସବୁ ବିଷୟରେ ଖୋଲି କହିଛନ୍ତି ବାଦଶାହ। ଯାହା ଭାଇରାଲ ହେଉଛି। ବଲିଉଡ ଲୋକପ୍ରିୟ ପଞ୍ଜାବୀ ଗାୟକ-ରାପର ବାଦଶାହ। ୩୯ ବର୍ଷିୟ ବାଦଶାହ ୨୦୧୨ରେ ଜସ୍ମିନ ମାସିହଙ୍କୁ ବିବାହ କରିଥିଲେ। ବିବାହର ପାଞ୍ଚ ବର୍ଷ ପରେ ଦୁହେଁ ନିଜ ଝିଅ ଜେସି ମାସିହ ସିଂଙ୍କ ପିତାମାତା ହୋଇଥିଲେ। ସବୁକିଛି ଠିକ ଚାଲିଥିଲା, କିନ୍ତୁ ତାପରେ ପରିସ୍ଥିତି ଏପରି ବଦଳିଗଲା ଯେ ମାମଲା ଛାଡପତ୍ରରେ ପହଞ୍ଚିଗଲା।

୨୦୨୦ରେ ଉଭୟ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ୪ ବର୍ଷର ଛାଡପତ୍ର ପରେ ବାଦଶାହ ପ୍ରଥମ ଥର ପାଇଁ ତାଙ୍କ ଛାଡପତ୍ର ବିଷୟରେ କହିଥିଲେ ଏବଂ କାହିଁକି ସେମାନଙ୍କ ସମ୍ପର୍କ ଭାଙ୍ଗିଗଲା ବୋଲି କହିଥିଲେ। ସେ ତାଙ୍କ ପୂର୍ବତନ ପତ୍ନୀ ଜସ୍ମିନ ମାସିହଙ୍କ ସହ ଥିବା ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ହୋଇପାରିନଥିଲା। ବାଦଶାହ କହିଛନ୍ତି ଯେ, ତାଙ୍କର ପୁରୁଣା ସମ୍ପର୍କକୁ ନେଇ ସେ କୌଣସି ଅନୁତାପ କରନ୍ତି ନାହିଁ। ସେ କହିଥିଲେ ଏହି ସମ୍ପର୍କକୁ ବଞ୍ଚାଇବା ପାଇଁ ଆମେ ଦୁହେଁ ଚେଷ୍ଟା କରିଥିଲୁ। ଆମେ ଅଲଗା ହୋଇଗଲୁ କାରଣ ଏହି ସମ୍ପର୍କ ଆମ ପିଲାଙ୍କ ପାଇଁ ଠିକ୍‌ନଥିଲା। ପ୍ରେମ ଏବଂ ସମ୍ପର୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ବାଦଶାହ କରିଥିଲେ, ପ୍ରେମ ଏକ ସୁନ୍ଦର ଅନୁଭବ।

ତାଙ୍କ ଝିଅ ଜେସିଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ବାଦଶାହ କହିଥିଲେ ଯେ ସେ ତାଙ୍କ ଝିଅକୁ ଭେଟିବାର ସୁଯୋଗ ପାଆନ୍ତି, କିନ୍ତୁ ତାଙ୍କ ଝିଅ ଲଣ୍ଡନରେ ରହୁଥିବାରୁ ସବୁବେଳେ ପ୍ରାୟତଃ ଯାଇପାରନ୍ତି ନାହିଁ। ଅନ୍ୟପଟେ ଗତ କିଛି ମାସ ହେବ ପୂର୍ବରୁ ତାଙ୍କ ନାମ ଅଭିନେତ୍ରୀ ମୃଣାଲ ଠାକୁରଙ୍କ ସହ ଜଡିତ ଥିଲା। କିଛି ସମୟ ପରେ ତାଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସହ ମଧ୍ୟ ଜଡିତ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Sponsored
Badshah Finally Opens Up On His Divorce From Ex-Wife Jasmine Masih | Argus News