ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି ବରୁଣ-ନତାଶା

ଅର୍ଗସ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧଓ୍ବନ ବହୁତ ଦିନ ପରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ଶେୟାର କରି ବରୁଣ ଲେଖିଛନ୍ତି ଆମେ ଖୁବଶୀଘ୍ର ପ୍ୟାରେଣ୍ଟସ ହେବାକୁ ଯାଉଛୁ। ବରୁଣ ଧଓ୍ବନ ଏବଂ ନତାଶା ଦଲାଲ ଖୁବଶୀଘ୍ର ମାତାପିତା ହେବେ। ବରୁଣ ଏହି ପୋଷ୍ଟରେ ନତାଶାଙ୍କ ବେବିବମ୍ପକୁ ଚୁମ୍ବନ ଦେଉଛନ୍ତି। ଆଉ କହିଛନ୍ତି ଓ୍ବି ଆର ପ୍ରେଗନେଣ୍ଟ। ଆମକୁ କେବଳ ତୁମମାନଙ୍କ ପ୍ରେମ ଏବଂ ପ୍ରାର୍ଥନା ଦରକାର।
ସୂଚନା ଥାଉ କି, ବରୁଣ-ନତାଶା ୨୦୨୧ ମସିହା ଜାନୁୟାରୀ ୨୪ରେ ବିବାହ କରିଥିଲେ। ବିବାହର ୩ବର୍ଷ ପରେ ଏହି ସୁନ୍ଦର ଯୋଡ଼ି ନିଜ ପ୍ରଥମ ସନ୍ତାନଙ୍କୁ ସ୍ବାଗତ କରିବାକୁ ଯାଉଛନ୍ତି। ଏହି ଖବର ଶେୟାର ହେବାପରେ ସୋମବାର ମୁମ୍ବାଇ ଏୟାରପୋର୍ଟରେ ଉଭୟ କପଲଙ୍କୁ ସ୍ପଟ କରାଯାଇଛି। ଦୁଇ ଜଣଙ୍କୁ ଏୟାରପୋର୍ଟ କାଜୁଆଲ ଲୁକରେ ଦେଖାଯାଇଥିଲା। କପଲଙ୍କ ପ୍ୟାରେଣ୍ଟ ହେବା ଖବରର ଗୋଟିଏଦିନ ପରେ ଏୟାରପୋର୍ଟରେ ଉଭୟଙ୍କୁ ଫ୍ୟାନ୍ସମାନେ ଦେଖିବା ଏକ ବଡ଼ ଉପହାର। ନତାଶାଙ୍କ ବେବିବମ୍ପ ମଧ୍ୟ ନଜର ଆସିଥିଲା। ନତାଶା କଳା ଟପ ସହିତ ଏକ ପ୍ୟାଣ୍ଟ ଏବଂ କ୍ରିମ କଲର କୋର୍ଟ ପିନ୍ଧିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
