Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଶିଶୁକନ୍ୟାର ମାତାପିତା ହେଲେ ବରୁଣ-ନତାଶା

Ritu Das
Browse all articles by Ritu Das
·2 years ago·1 min read
ଶିଶୁକନ୍ୟାର ମାତାପିତା ହେଲେ ବରୁଣ-ନତାଶା

ଅର୍ଗସ ବ୍ୟୁରୋ: ଘରକୁ ଆସିଲ ନହ୍ନି ପରୀ। ବଲିଉଡର ଲୋକପ୍ରିୟ ଦମ୍ପତି ବରୁଣ ଧୱନ ଓ ନତାଶା ଦଲାଲ ମାତାପିତା ହୋଇଛନ୍ତି। ବରୁଣଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଡେଭିଡ ଧୱନ ଡାକ୍ତରଖାନା ବାହାରକୁ ଆସି ଏହି ଘୋଷଣା କରିଛନ୍ତି। ଡେଭିଡଙ୍କ ସହ ବରୁଣ ମଧ୍ୟ ନଜର ଆସିଥିଲେ। ବାପା ହେବା ପରେ ବରୁଣ ଖୁସି ଥିବା ଜଣାପଡ଼ୁଥିଲା।

ଚଳିତ ବର୍ଷ ଫେବୃୟାରୀରେ ସୋସିଆଲ ମିଡିଆରେ ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଖୁବ ଶୀଘ୍ର ବାପା ହେବାକୁ ଯାଉଥିବା ଘୋଷଣା କରିଥିଲେ ବରୁଣ। ଇନଷ୍ଟାଗ୍ରାମରେ ପତ୍ନୀ ନତାଶା ଦଲାଲଙ୍କ ସହ ବରୁଣ ଏକ ଫଟୋ ପୋଷ୍ଟ କରିଥିଲେ। ଫଟୋରେ ସେ ପତ୍ନୀଙ୍କ ବେ‌ବି ବମ୍ପକୁ ଚୁମ୍ବନ ଦେଉଥିବା ଦେଖାଯାଇଥିଲା। ଫଟୋ ପୋଷ୍ଟ କରି ସେ ଲେଖିଥିଲେ, ଆମେ ପ୍ୟାରେଣ୍ଟ ହେବାକୁ ଯାଉଛୁ। ଆପଣ ସମସ୍ତଙ୍କର ଭଲପାଇବା ଓ ଆଶୀର୍ବାଦ ଦରକାର।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ଅଲିବାଗ୍‌ରେ ଜାନୁୟାରି ୨୦୨୧ରେ ଫ୍ୟାଶନ ଡିଜାଇନର ନତାଶା ଦଲାଲଙ୍କୁ ବିବାହ କରିଥିଲେ ବରୁଣ। ଅନେକ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ବିବାହର ୩ବର୍ଷ ପରେ ଦୁହେଁ ମାତାପିତା ହୋଇଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Barun-Natasha became | Argus News