ବରୁଣ-ସଙ୍ଗୀତାଙ୍କ ପ୍ରେମରେ ଥିଲେ ଉବୁଟୁବୁ

ଅର୍ଗସ ବ୍ୟୁରୋ: ବରୁଣ ବଡୋଲା ଗୋଟିଏ ସମୟରେ ଖୁବ ପ୍ରସିଦ୍ଧ ଥିଲେ। ସିରିୟଲ ଦେଶ ମେଁ ନିକଲା ହୋଗା ଚାନ୍ଦରୁ ସେ ଘରେ ଘରେ ପରିଚିତ। ଏହି ଶୋରେ ବରୁଣ ତାଙ୍କ ସହ ଅଭିନେତ୍ରୀ ସଙ୍ଗୀତା ଘୋଷଙ୍କ ସହ ଅନୈତିକ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା। ଶୋ'ରେ ସଙ୍ଗୀତାଙ୍କ ସହ ସିଜଲିଂ କେମେଷ୍ଟ୍ରି ସିନ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଲୋକଙ୍କୁ ଲାଗୁଥିଲା ଉଭୟ ଉଭୟଙ୍କୁ ଡେଟ କରୁଛନ୍ତି।
ଦୀର୍ଘ ବର୍ଷ ପରେ ସିଦ୍ଧାର୍ଥ କନନଙ୍କ ଇଣ୍ଟରଭ୍ୟୁ ଶୋ'ରେ ବରୁଣ ବହୁ ଦିନର ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ମୋର ସଙ୍ଗୀତାଙ୍କ ସହହ କୌଣସି ଲଭ ଆଙ୍ଗେଲ ନ ଥିଲା। ସେ ମୋର ଜଣେ ବହୁତ ଭଲ ବାନ୍ଧବୀ। ମୁଁ ମୋ ସ୍ତ୍ରୀ ରାଜେଶ୍ବରୀଙ୍କୁ ବହୁତ ଭଲ ପାଏ। ସଙ୍ଗୀତାଙ୍କର ମୋର ସ୍ତ୍ରୀଙ୍କ ସହ ବି ବହୁତ ଭଲ ସମ୍ପର୍କ। ଆମେ ଏକାଠି ବୁଲିବାକୁ ବହୁତ ଜାଗାକୁ ଯାଇଛୁ। ତାଙ୍କୁ ଏହି ଶୋରେ ଆଉ ଏକ ପ୍ରଶ୍ନ ପଚରାଯାଇଥିଲା ଯେ, ତୁମକୁ କେବେ ସଙ୍ଗୀତାଙ୍କ ଉପରେ ଫିଲିଙ୍ଗ୍ସ ଆସିନି। ବରୁଣ ଉତ୍ତରରେ ସଫା ସଫା ମନା କରିଦେଇଛନ୍ତି। ଆଉ ଯଦି ବି ସେତେବେଳେ ଭଲ ପାଇବା ଆସିଥାନ୍ତା ତ ମୋ ହାତରେ ଭଲ ସୁଯୋଗ ମଧ୍ୟ ଥିଲା। କାରଣ ଚାରିଆଡେ ଆମ ଫିଭର ହିଁ ଥିଲା। ଆମେ ଦୁଇଜଣ ଟେଲିଭିଜନର ସବୁଠୁ ରୋମାଣ୍ଟିକ କପଲ ଥିଲୁ। ସବୁଆଡେ ବୁଲୁଥିଲୁ କିନ୍ତୁ ବନ୍ଧୁ ଭାବେ। ଆମ ଭିତରେ ସେମିତି କିଛି ସମ୍ପର୍କ ନ ଥିଲା।
ବରୁଣଙ୍କ କଥା ଯଦି କହିବା ଏବେ ବରୁଣଙ୍କୁ ୫୦ ବର୍ଷ। ଗତବର୍ଷ ଶେଷ ଥର ଓ୍ବେବସିରିଜ `ଗନ୍ସ ଆଣ୍ଡ ଗୁଲାବ' ଏବଂ `କୋହରା'ରେ ଦେଖିବାକୁ ମିଳିଥିଲା।
📱 Get Argus News App
✨ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର