Videos
|
Entertainment

‘ଡଙ୍କି’ ରିଲିଜ୍ ପୂର୍ବରୁ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କଲେ ଶାହରୁଖ

Ritu Das
Browse all articles by Ritu Das
·2 years ago·1 min read
‘ଡଙ୍କି’ ରିଲିଜ୍ ପୂର୍ବରୁ ବୈଷ୍ଣୋ ଦେବୀ ମନ୍ଦିର ଦର୍ଶନ କଲେ ଶାହରୁଖ

ଅର୍ଗସ ବ୍ୟୁରୋ: ୨୦୨୩ବର୍ଷ ବଲିଉଡର ରାଜା ଶାହାରୁଖ ଖାନଙ୍କ ପାଇଁ ବହୁତ ଭଲ ରହିଛି। ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଶାହାରୁଖ ଖାନଙ୍କ ‘ଯବାନ’ ମଧ୍ୟ ବର୍ଷ ମଧ୍ୟଭାଗରେ ଏକ ମେଗା ବ୍ଲକବଷ୍ଟର ହୋଇଥିଲା। ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’ ବର୍ଷ ଶେଷରେ ରିଲିଜ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ହେବାର କିଛି ଦିନ ପୂର୍ବରୁ ଶାହାରୁଖ ଖାନ ପୁଣି ଥରେ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ପ୍ରଣାମ କରିବାକୁ ଯାଇଥିଲେ ବୋଲି ଜଣାପଡ଼ିଛି।

 

ଶାହାରୁଖ ଖାନଙ୍କ ତୃତୀୟ ଚଳଚ୍ଚିତ୍ର ‘ଡଙ୍କି’ କିଛି ଦିନ ମଧ୍ୟରେ ରିଲିଜ୍ ହେବ। ଫିଲ୍ମ ରିଲିଜ ହେବାର କିଛି ଦିନ ପୂର୍ବରୁ କିଙ୍ଗ ଖାନ୍ ମାତ‌ା ବୈଷ୍ଣୋ ଦେବୀଙ୍କ ମନ୍ଦିର ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ମଙ୍ଗଳବାର ଅର୍ଥାତ୍ ଆଜି ସକାଳେ ତାଙ୍କୁ ମନ୍ଦିର ପରିସରରେ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ରିଲିଜ୍ ହୋଇଥିବା ୨ଟି ଫିଲ୍ମ ପାଇଁ ମଧ୍ୟ ଶାହରୁଖ ମାତାଙ୍କ ଦର୍ଶନ କରିଥିଲେ ବୋଲି ଜଣାପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Before the release of | Argus News