ମନେରହିବ ୨୦୨୩: ଟପ୍ 5ରେ ବଲିଉଡର 5ଟି ଫିଲ୍ମ

ଅର୍ଗସ ବ୍ୟୁରୋ: ବଦଳୁଛି ସମୟ ବଦଳୁଛି ତାରିଖ। ଏଇ ଯେମିତି ଆମେ ଗୋଟେ ପରେ ଗୋଟେ ପାହାଚ ଚଢ଼ି ଚଢ଼ି ଆସି ପହଞ୍ଚିସାରିଲେଣି ୨୦୨୪ରେ। ୨୦୨୩କୁ ବିଦାୟ ଦେଇ ୨୦୨୪ରେ ପଦାର୍ପଣ କରିସାରିଲେଣି। କ୍ୟାଲେଣ୍ଡର ପୃଷ୍ଠାରୁ ବିଦାୟ ନେଇଛି ବର୍ଷ ୨୦୨୩। ୨୦୨୩ରେ ଆମେ ଅନେକ କିଛି ଦେଖିଛେ ଆମେ ଅନେକ କିଛି ଶିଖିଛେ, ଠିକ ସେମତି ୨୦୨୪କୁ ସ୍ୱାଗତ ମଧ୍ୟ କରିବା। ଅନେକ ଘଟଣା, ଦୁର୍ଘଟଣା, ମନୋରଞ୍ଜନ, ଆୟ ଅଭିବୃଦ୍ଧି ଦେଇ ଗତି କରିଛେ ଲୋକେ। ତେବେ ୨୦୨୩ରେ ବଲିଉଡ ଜଗତ ଅନେକ ଭଲ ଭଲ ଫିଲ୍ମ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିପାରିଛି ।
ଡଙ୍କି: ଶହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି। ଯାହା ସମସ୍ତଙ୍କ ହୃଦୟରେ ରାଜ କରିଛି। ଏହାସହ ୨୦୨୩ର ନମ୍ୱର ଓ୍ୱାନ ଫିଲ୍ମ ହୋଇପାରିଛି। ଏହି ଫିଲ୍ମରେ ଶହାରୁଖ ଖାନଙ୍କ ଦମଦାର ଆକ୍ଟିଙ୍ଗ ସାଙ୍ଗକୁ ଚମତ୍କାର ଅଭିନୟ ଦର୍ଶକଙ୍କ ବିମୋହିତ କରିଛି। ଫିଲ୍ମ ରିଲିଜ ହେବା କ୍ଷଣିହିଁ ଦର୍ଶକଙ୍କର ଜବରଦସ୍ତ ରେସ୍ପନ୍ସ ଦେଖିବାକୁ ମିଳିଥିଲା। ସିନେମାରେ ଶାହରୁଖ ଖାନଙ୍କ ବ୍ୟତୀତ ତାପସୀ ପନ୍ନୁ, ବିକି କୌଶଲ ଏବଂ ବୋମନ ଇରାନୀଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଫିଲ୍ମଟିକୁ ସର୍ବାଧିକ ୭.୮ ଷ୍ଟାର ମିଳିଛି।
ଯବାନ: ୨୦୨୩ ବର୍ଷଟି ବଲିଉଡ ବାଦଶାହାଙ୍କ ପାଇଁ ଖୁବ ଭଲ ଥିଲା। ଏହି ବର୍ଷରେ ଅନେକ ଭଲ ଭଲ ଫିଲ୍ମ ଦେଇ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିପାରିଛନ୍ତି ଶହାରୁଖ। ଶାହାରୁଖଙ୍କ ଫିଲ୍ମ ଯବାନ ମଧ୍ୟ ୨୦୨୩ରେ ଭଲ ପ୍ରଦର୍ଶନ କରିଛି। ଏହି ଫିଲ୍ମଟି ସର୍ବାଧିକ ଆୟ କରି ଟପ୍ ୫ ପୋଜିସନରେ ରହିପାରିଛି। ଏହି ଫିଲ୍ମରେ ଶହାରୁଖଙ୍କ ଦମଦାର ଆକ୍ଟିଙ୍ଗ ସାଙ୍ଗକୁ ଦୀପିକା ଏବଂ ନୟନତାରାଙ୍କ ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା। ଫିଲ୍ମଟି ଅନେକ ଦିନ ଧରି ପ୍ରେକ୍ଷାଳୟରେ ରାଜ କରୁଥିଲା।
ପଠାନ: ୨୦୨୩ ରେ ଶହାରୁଖଙ୍କ ଆଉ ଏକ ଫିଲ୍ମ ପଠାନ ମଧ୍ୟ ଭଲ ପ୍ରଦର୍ଶନ କରିପାରିଥିଲା। ଏହି ଫିଲ୍ମରେ ଦର୍ଶକ ଶାହାରୁଖ ଏବଂ ଦୀପିକାଙ୍କ କେମେଷ୍ଟ୍ରିକୁ ଖୁବ ପସନ୍ଦ କରୁଥିଲେ। ଏହାସହ ଜନ ଆବ୍ରାହମଙ୍କ ଦମଦାର ଆକ୍ଟିଙ୍ଗ ଫିଲ୍ମକୁ ସଫଳତା କରିପାରିଥିଲା। ଫିଲ୍ମ ପଠାନ ନିଜର ଭଲ ଆୟ କରି ଟପ୍ ୫ରେ ନଜର ଦବଦବା ରଖିପାରିଛି।
📱 Get Argus News App
✨ଆନିମଲ: ୨୦୨୩ରେ ସବୁଠାରୁ ଚର୍ଚ୍ଚାରେ ଥିବା ଫିଲ୍ମ ହେଉଛି ଆନିମଲ। ଏହି ଫିଲ୍ମର ନା ଯେମିତି ଥିଲା ଏହାର ଷ୍ଟାରି ଲାଇନ ମଧ୍ୟ ଠିକ ସେମିତି ଥିଲା। ଏହି ଫିଲ୍ମରେ ଦର୍ଶକ ଭଲ ଆକସନ୍ ସାଙ୍ଗକୁ ରଣବୀର କୁପର ଏବଂ ବବି ଦେଓ୍ୱଲଙ୍କ ଦମଦାର ଆକ୍ଟିଙ୍ଗ ଦେଖିବାକୁ ମିଳିଥିଲା। ଯାହା ଫଳରେ ଫିଲ୍ମଟି ଖୁବ ଚର୍ଚ୍ଚାରେ ରହିଥିଲା। ଏହାସହ ଫିଲ୍ମଟି ଟପ୍ ୫ ଭିତରେ ଆସିଯାଇଥିଲା।
ଟାଇଗର ୩: ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଟାଇଟର ୩। ଏହି ଫିଲ୍ମ ମାଧ୍ୟମରେ ସଳମାନ ଏବଂ କ୍ୟାଟ୍ରିନାଙ୍କୁ ତାଙ୍କ ଫ୍ୟାନ୍ସମାନେ ଏକାଠି ଦେଖିବାକୁ ପାଇଥିଲେ। ଏହି ଫିଲ୍ମରେ ଆକସନ୍ ଯେମିତି ଥିଲା ଲଭ ଏବଂ ଇମୋସନ ମଧ୍ୟ ସେମିତି ଥିଲା। ଯାହା ଦ୍ୱାରା ଫିଲ୍ମଟି ବକ୍ସ ଅଫିସରେ ଭଲ ରୋଜଗାର କରି ଦର୍ଶକଙ୍କ ହୃଦୟ ଛୁଇଁପାରିଥିଲା। ଏହି ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ବ୍ୟତୀତ ଇମରାନ ହାସିମଙ୍କୁ ଏକ ନିଆରା ଭୂମିକାରେ ଦେଖିବାକୁ ମିଳିଥିଲା। ଇମରାଙ୍କ ଚରିତ୍ର ବି ଦର୍ଶକଙ୍କ ହୃଦୟ ଛୁଇଁଥିଲା। ଯାହା ଫଳରେ ଏହି ଫିଲ୍ମଟି ୨୦୨୩ର ଟପ୍ ୫ ଫିଲ୍ମ ଭିତରେ ନିଜର ସ୍ଥାନ ବଜାର ରଖିପାରିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: