Videos
|
Entertainment

Bollywood / ପରଦାକୁ ଫେରୁଛି ‘ଭୁଲ ଭୁଲୈୟା-୩’

Ritu Das
Browse all articles by Ritu Das
·2 years ago·1 min read
ପରଦାକୁ ଫେରୁଛି ‘ଭୁଲ ଭୁଲୈୟା-୩’
Entertainment News

Key Points

‘ଭୁଲ ଭୁଲୈୟା-୩’ ଖୁବଶୀଘ୍ର ପରଦାକୁ ଫେରିବାକୁ ଯାଉଛି। ମାର୍ଚ୍ଚରୁ ଫିଲ୍ମର ସୁଟିଂ ଆରମ୍ଭ ହେବା ସହ ଏଥିରେ ନୂଆ ଟ୍ୱିଷ୍ଟ ଓ ଅଧିକ ମନୋରଞ୍ଜନ ରହିବ। ତେବେ ମୁଖ୍ୟ ଅଭିନେତ୍ରୀଙ୍କ ନାମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

ଅର୍ଗସ ବ୍ୟୁରୋ: ୨୦୦୭ରେ ମୁକ୍ତିଲାଭ କରିଥିବା ‘ଭୁଲ ଭୁଲୈୟା’ ଫିଲ୍ମଟି ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା । ଏହାପରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ ୨୦୨୨ ମାର୍ଚ୍ଚ ୨୫ରେ ରିଲିଜ୍ ହୋଇ ଧମାଲ କରିଥିଲା। ଏହି ସିନେମାରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହିତ କିଆରା ଆଡଭାନୀ ଓ ତବୁ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଅନିସ୍ ନ ଜମି ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଟି- ସିରିଜ, ଭୁଷଣ କୁମାର ଓ ମୁରାଦ ଖେତାନି ଦେଇଥିଲେ ।

ଖବର ଆସିଛି କି ଖୁବଶୀଘ୍ର ପରଦାକୁ ‘ଭୁଲ ଭୁଲୈୟା-୩’ ଫେରିବ। ମାର୍ଚ୍ଚମାସରୁ ସିନେମା ସୁଟିଂ ଆରମ୍ଭ ହୋଇଯିବ। ଅର୍ଥାତ ଚଳିତ ବର୍ଷ ଦର୍ଶକ ଏହି ସିନେମାକୁ ଦେଖିବାକୁ ପାଇବେ। ‘ଭୁଲ ଭୁଲୈୟା-୩’କୁ ପ୍ରଥମ ଓ ଦ୍ବିତୀୟ ସିନେମା ଠାରୁ ଆହୁରି ମଜାଳିଆ କରାଯାଉଛି। ଯାହାକି ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବ।

ଏଥିରେ ନୂଆ ଟ୍ବିଷ୍ଟ ଭର୍ତ୍ତି କରାଯାଇଛି। ତେବେ ସିନେମାରେ କେଉଁ ଅଭିନେତ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ ସେନେଇ ନିର୍ମାତାମାନେ କୌଣସି ପ୍ରକାର ସୂଚନା ଦେଇ ନାହାନ୍ତି।  କାରଣ ସିନେମାକୁ ନେଇ ଏବେ ଅନେକ କଳାକାରଙ୍କ ସହିତ ଆଲୋଚନା ଚାଲିଥିବା ବେଳେ କେହି ନିଶ୍ଚିତ ହୋଇ ନଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

'Bhul Bhullaiyya-3': ପରଦାକୁ ଫେରୁଛି ‘ଭୁଲ ଭୁଲୈୟା-୩’, ମାର୍ଚ୍ଚରୁ ସୁଟିଂ | Argus News