Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଭଗବାନଙ୍କୁ ମୃତ୍ୟୁ ଭିକ୍ଷା କରୁଛନ୍ତି ଏମ୍‌ସି ଷ୍ଟାନ୍

Banajyotshna Ray
Browse all articles by Banajyotshna Ray
·2 years ago
ଭଗବାନଙ୍କୁ ମୃତ୍ୟୁ ଭିକ୍ଷା କରୁଛନ୍ତି ଏମ୍‌ସି ଷ୍ଟାନ୍

ଅର୍ଗସ ବ୍ୟୁରୋ: ଡିପ୍ରେସନର ଶିକାର ହୋଇଛନ୍ତି କି ଏମ୍‌ସି ଷ୍ଟାନ୍। “ଆଲ୍ଲା ମୋତେ କେବଳ ମୃତ୍ୟୁ ଦିଅନ୍ତୁ । ଏଭଳି କହିଛନ୍ତି ବିଗ୍ ବସ୍ ୧୬ ବିଜୟୀ ଏମ୍‌ସି ଷ୍ଟାନ୍।ତାଙ୍କର ଏହି ପୋଷ୍ଟରୁ ଜଣାପଡୁଛି କି ତାଙ୍କ ଜୀବନରେ କିଛି ଠିକ୍ ଚାଲୁନାହିଁ ।  ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏପରି କିଛି ଲେଖି ଦେଇଛନ୍ତି ଯାହାକୁ ନେଇ ଫ୍ୟାନ୍ସଙ୍କ ହୋସ୍ ଉଡିଯାଇଛି । ଫ୍ୟାନ୍ସଙ୍କୁ ଲାଗୁଛି କି ଷ୍ଟାନ ବଡ ଧରଣର ଡିପ୍ରେସନର ଶିକାର ହୋଇଛନ୍ତି ।

ୟୁଜର ଷ୍ଟାନଙ୍କୁ ସାହାସର ସହ ପରିସ୍ଥିତିର ସାମ୍ନା କରିବାକୁ କହିଛନ୍ତି । କିଛିଦିନ ତଳେ ଷ୍ଟାନ ବ୍ରେକଅପ୍‌କୁ ନେଇ ଏକ ପୋଷ୍ଟ କରିଥିଲେ । ସୋସିଆଲ ମିଡିଆ ଜରିଆରେ ସେ ହୃଦୟ ଭାଙ୍ଗିଯାଇଥିବା ନେଇ ପୋଷ୍ଟ କରିଥିଲେ । ବ୍ରେକ୍ ଅପ୍‌ର କିଛିଦିନ ପରେ ଷ୍ଟାନ ଏପରି ମୃତ୍ୟୁ ପାଇଁ ପ୍ରାର୍ଥନା କରିବା ଫ୍ୟାନ୍ସଙ୍କୁ ବଡ ଆଘାତ ଦେଇଛି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

 

Sponsored
'Bigg Boss 16' winner MC Stan cryptic death wish post shocks fans | Argus News