Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଗ୍ ବସ୍-୧୮: ମହେଶ ବାବୁ ଓ ଭଉଣୀକୁ ନେଇ ଏ କ’ଣ କହିଲେ ଶିଳ୍ପା

Entertainment

ବିଗ୍ ବସ୍-୧୮: ମହେଶ ବାବୁ ଓ ଭଉଣୀକୁ ନେଇ ଏ କ’ଣ କହିଲେ ଶିଳ୍ପା

Ritu Das
Browse all articles by Ritu Das
·1 year ago·1 min read
ବିଗ୍ ବସ୍-୧୮: ମହେଶ ବାବୁ ଓ ଭଉଣୀକୁ ନେଇ ଏ କ’ଣ କହିଲେ ଶିଳ୍ପା

ଅର୍ଗସ ବ୍ୟୁରୋ: ଟିଭିର ସବୁଠାରୁ ବିବାଦୀୟ ସୋ’ ବିଗ୍ ବସ୍-୧୮ ଆରମ୍ଭ ହୋଇଯାଇଛି। ଏହି ସୋ’ ଅକ୍ଟୋବର ୬ରୁ ଆରମ୍ଭ ହୋଇଥିବା ବେଳେ ସୋ’ରେ ପ୍ରତିଯୋଗୀ ଭାବେ ଯୋଗ ଦେଇଛନ୍ତି ଅଭିନେତ୍ରୀ ଶିଳ୍ପା ଶିରୋଦକର । ଶିଳ୍ପା ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ହୋଇଥିଲେ ବି ଗତ କିଛି ବର୍ଷ ହେବ ସେ କୌଣସି ଫିଲ୍ମରେ ବା ଧାରାବାହିକରେ ନଜର ଆସୁନଥିଲେ। ବହୁତ ବର୍ଷ ପରେ ସେ ବିବାଦୀୟ ସୋ’ ବିଗ୍ ବସ୍-୧୮ କୁ ଆସି ଚର୍ଚ୍ଚାରେ ଅଛନ୍ତି।

ଶିଳ୍ପାଙ୍କ ଭଉଣୀ ହେଉଛନ୍ତି ଅଭିନେତ୍ରୀ ନମ୍ରତା ଶିରୋଦକର, ଯିଏ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି। ସମ୍ପର୍କରେ ଶିଳ୍ପା, ମହେଶଙ୍କ ଶାଳୀ ହୋଇଥିବା ବେ‌ଳେ ନମ୍ରତା ଓ ମହେଶଙ୍କ ସହ ତାଙ୍କ ସମ୍ପର୍କ କିଭଳି ତାହା ସେ ସୋ’କୁ ଯିବା ପୂର୍ବରୁ ଜଣାଇଛନ୍ତି। 

ଏକ ସାକ୍ଷାତକାରରେ ସେ କହିଥିଲେ,  ନମ୍ରତା ଓ ମହେଶ ମୋ ପାଇଁ ବହୁତ ଖୁସି। ସେମାନେ ମୋ ପାଇଁ ବହୁତ ଗର୍ବିତ ଏବଂ ସେମାନେ ଜାଣନ୍ତି ଯେ ମୁଁ ଯାହାବି କରିବି, ମୁଁ ନିଜ ଦମରେ କରିବି। କାହାର ସୁପାରିଶରେ ନୁହେଁ। ମୁଁ ଜାଣେ ଏହି ସୋ’ ମାଧ୍ୟମରେ ମୁଁ ସେମାନଙ୍କୁ ବହୁତ ଗର୍ବିତ କରିବାକୁ ଯାଉଛି। ଏକ ପରିବାର ଭାବରେ, ଆମ ସମ୍ପର୍କ ଅତି ଘନିଷ୍ଠ । ସେମାନେ ମୋତେ ବହୁତ ସମର୍ଥନ କରନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus Whatsapp Channel Mobile Top
Sponsored
Bigg Boss-18: | Argus News