Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବନ୍ଦ ହୋଇଯିବ ବିଗ୍‌ ବସ୍‌ ଓଟିଟ: ମନୀଷା

Entertainment

ବନ୍ଦ ହୋଇଯିବ ବିଗ୍‌ ବସ୍‌ ଓଟିଟ: ମନୀଷା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବନ୍ଦ ହୋଇଯିବ ବିଗ୍‌ ବସ୍‌ ଓଟିଟ: ମନୀଷା

ଅର୍ଗସ ବ୍ୟୁରୋ:  ବିଗ ବସ୍‌ ଓଟିଟିକୁ ନେଇ ଚର୍ଚ୍ଚା ଜୋର ଧରିଛି। ବନ୍ଦ କରାଯାଉ ବିଗ୍‌ ବସ୍‌ ଶୋ'।  ବିଗ ବସ୍‌ ହାଉସ ଭିତରେ ହେଉଛି ଅଶ୍ଲିଳ କାମ।  ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ' ବିଗ୍‌ ବସ୍‌ ବନ୍ଦ ହୋଇଯିବ। ଏନେଇ ଶିବସେନା ନେତା ମନୀଷା କାୟାନ୍ଦେ ବିଗ୍‌ ବସ୍‌ ଓଟିଟି ୩ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ବିଗ ବସରେ ଅଶ୍ଲିଳ ବିଷୟବସ୍ତୁ ହେଉଛି ପ୍ରସାରିତ। ବିଗ୍‌ ବସ୍‌ ହାଉସ ଭିତରେ ଥିବା ପ୍ରତିଯୋଗୀ ଅରମାନ ମଲିକ-କ୍ରିତିକା ମଲିକଙ୍କ ଅଶ୍ଲିଳ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହା ଦେଖିବା ପରେ ଏଭଳି କିଛି ନିଷ୍ପତ୍ତି ନିଆଯାଇଛି।

ବିଗ ବସ୍‌ ଓଟିଟି ହେଉଛି ଏକ ରିଆଲିଟି ଶୋ'। ଏଡି ଶୋ ଦେଖିବା ପାଇଁ ଛୋଟଠୁ ବଡ ସମସ୍ତଙ୍କର ଭାରି ପ୍ରିୟ। ବିଗ୍‌ ବସ୍‌ ହାଉସ ଭିତରେ ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିବା ଲୋକେ ଏକାଠି ହୁଅନ୍ତି । କେମିତି ଚଳନ୍ତି, କାହାର କାହା ସହ ମନ ମିଶେ ତ ଆଉ କାହାର ମନ ମିଶେନାହିଁ। ଯାହାକୁ ନେଇ ତା ଭିତରେ ଝଗଡା ମଧ୍ୟ ହୋଇଥାଏ। ପ୍ରତିଯୋଗୀ ଜିତିବା ପାଇଁ ଟ୍ୟାକ୍ସ ମଧ୍ୟ ଦିଆଯାଏ। ଏଭଳି ଭାବରେ ଦର୍ଶକଙ୍କୁ ମନୋରଞ୍ଜନ କରାଯାଇଥାଏ। ହେଲେ ଏହାଭିତରେ କୌଣସି ଅଶ୍ଳିଳ ଜିନିଷକୁ ପ୍ରାଧାନ୍ୟ ଦିଆଯାଇନଥାଏ। କିନ୍ତୁ ଚଳିତ ବର୍ଷ ବିଗ୍‌ ବସ୍‌ ଓଟିଟି ସିଜିନ୍‌ରେ ଅରମାନ ମଲିକ-କ୍ରିତିକା ମଲିକଙ୍କ ବିଷୟରେ ଚର୍ଚ୍ଚା ହେଉଛି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା । 
ଶିବସେନାର ଜଣେ ବିଧାନ ପରିଷଦ ସଦସ୍ୟ ମନୀଷା କାୟାନ୍ଦେ ରିୟଲିଟି ଶୋ ବିଗ୍‌ ବସ୍‌’ର ଟେଲିକାଷ୍ଟ ବନ୍ଦ କରିବାକୁ ଦାବି କରିଛନ୍ତି। ଶୋ’ରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରିତ ହୋଇଥିବା ମନୀଷା ଦାବି କରିଛନ୍ତି।

ସେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟି ଶୋ’ର ଟେଲିକାଷ୍ଟ ବନ୍ଦ କରିବାକୁ ଦାବି କରିଛନ୍ତି। ମନୀଷା କହିଛନ୍ତି ଯେ ଜୁଲାଇ ୧୮ରେ ପ୍ରସାରିତ ହୋଇଥିବା ଏପିସୋଡରେ ଜଣେ ପ୍ରତିଯୋଗୀ ଅରମାନ ମଲିକଙ୍କୁ ବିଗ୍‌ ବସ୍‌ର ଶୋଇବା ଘରେ କ୍ରିତିକା ମଲିକଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖାଯାଇଥିଲେ।
ଏହି ଦମ୍ପତି ମାନବ ସମ୍ପର୍କ ଏବଂ ସାମାଜିକ ଆଦର୍ଶର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ପିଲାମାନେ ମଧ୍ୟ ଏହି ଶୋ ଦେଖନ୍ତି ଯାହା ସେମାନଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ। ତେଣୁ ଏହାକୁ ବନ୍ଦ କରାଯାଉ। ତେବେ ଏହା ବନ୍ଦ ହେବ କି ନାଇଁ ତାକୁ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ସୂଚନା ମିଳିନାହିଁ। କିନ୍ତୁ ଏହି ଏପିସୋଡ ପରେ ବିଗ ବସ୍‌ ଭିତରେ ଏହାକୁ ନେଇ ଆଲୋଚନା ଏବଂ ସମାଲୋଚନା କରାଯାଇଥିଲା। ଅରମାନ ମଲ୍ଲିକ ଏବଂ ତାଙ୍କ ଦୁଇ ପତ୍ନୀଙ୍କୁ ନେଇ ପ୍ରଥମରୁ ହିଁ ସମାଲୋଚନାର ଶିକାର ହେବାକୁ ପଡିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Raja Festival
Sponsored
Bigg Boss OTT 3 To Shut Down Mid-season After Armaan Malik-Kritika Malik Lewd Video | Argus News