Videos
|
Entertainment

ଜନ୍ମଦିନରେ ଅନୁପମଙ୍କ ଘୋଷଣା, ତାନଭି ଦି ଗ୍ରେଟ୍ ପାଇଁ ଦେବେ ନିର୍ଦ୍ଦେଶନା

Smruti Parija
Browse all articles by Smruti Parija
·2 years ago·1 min read
ଜନ୍ମଦିନରେ ଅନୁପମଙ୍କ ଘୋଷଣା, ତାନଭି ଦି ଗ୍ରେଟ୍ ପାଇଁ ଦେବେ ନିର୍ଦ୍ଦେଶନା

ଅର୍ଗସ ବ୍ୟୁରୋ: ୬୯ ବର୍ଷରେ ପାଦ ଥାପିଲେ ଅନୁପମ ଖେର୍ । ଜନ୍ମଦିନର ଠିକ୍ ପୂର୍ବ ଦିନ ଅନୁପମ୍ ଖେର୍ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏକ ନୂଆ ଘୋଷଣା କରିଛନ୍ତି । ତାନଭି ଦି ଗ୍ରେଟ୍ ପାଇଁ ସେ ନିର୍ଦ୍ଦେଶନା ଦେବା କଥା କହିଛନ୍ତି ।  

ଅନୁପମ ଖେର ଏକ୍ସରେ କହିଛନ୍ତି ଯେ, ସେ 'ତାନଭି ଦି ଗ୍ରେଟ୍' ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଆଉ ସେ କହିଛନ୍ତି ଆଜି ମୋର ଜନ୍ମଦିନରେ ମୁଁ ଖୁସିରେ ଫିଲ୍ମର ନାମ ଘୋଷଣା କରିଛି (ତାନଭି ଦି ଗ୍ରେଟ୍) ଯାହା ମୁଁ ନିର୍ଦ୍ଦେଶନା ଦେବାକୁ ଯାଉଛି। ତାନଭି ଦି ଗ୍ରେଟ୍ ହେଉଛି ଏକ ସଂଗୀତ କାହାଣୀ ଉପରେ ଆଧାରିତ । ସେ ଗତ କିଛି ବର୍ଷ ଧରି ଉତ୍ସାହ ସହ ସୁଖରେ ଏହି ସଂଗୀତ କାହାଣୀ ଉପରେ କାର୍ଯ୍ୟ କରୁଛନ୍ତି । ଶେଷରେ ମହାଶିବତ୍ରୀଙ୍କ ଶୁଭ ଦିନରେ ଆସନ୍ତାକାଲିଠାରୁ ସୁଟିଂ ଆରମ୍ଭ ହେବ। 

ପୂର୍ବରୁ 2002ରେ ଅନୁପମ ଖେର୍ ଙ୍କର 'ଓମ ଜୟ ଜଗଦୀଶ' ନାମକ ଏକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟି ତିନି ଭାଇଙ୍କ କାହାଣୀ ଥିଲା । ଯାହାର ଚରିତ୍ରରେ ଅନିଲ କପୁର୍, ଫର୍ଦ୍ଦିନ ଖାନ ଏବଂ ଅଭିଷେକ ବଚ୍ଚନ ଅଭିନୟ କରିଥିଲେ । ମହିମା ଚୌଧୁରୀ, ଉର୍ମିଲା ମାତୋଣ୍ଡକର ଏବଂ ତର ଶର୍ମା ଅଭିନୟ କରିଥିଲେ । ଅନେକ ପ୍ରଶଂସା ମଧ୍ୟ ସାଉଁଟିଥିଲେ ।

ଆହୁରି ପଢନ୍ତୁ ମନୋରଞ୍ଜନ ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: