Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍ ଅଭିନେତା ଗୋବିନ୍ଦା

Rashmita Mishra
Browse all articles by Rashmita Mishra
·8 months ago·2 min read
ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍ ଅଭିନେତା ଗୋବିନ୍ଦା

Key Points

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଖବର ଆସିଛି ।
ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ ।
ଚଳିତ ବର୍ଷ ଦ୍ୱିତୀୟ ଥର ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଖବର ଆସିଛି । ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ଗୋବିନ୍ଦା ହଠାତ୍ ଅଚେତ ହୋଇ ପଡିଥିଲେ । ଫୋନରେ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କୁ ତୁରନ୍ତ ଔଷଧ ଦିଆଯାଇଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି । ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୋବିନ୍ଦାଙ୍କ ଲୟର ଲଲିତ ବିନ୍ଦଲ କହିଛନ୍ତି, ''ଅଭିନେତା ଗୋବିନ୍ଦା ଅସୁସ୍ଥ ଅନୁଭବ କରିଥିଲେ । ଘରେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁ ପରୀକ୍ଷା କରାଯାଇଛି । ରିପୋର୍ଟ ଏବଂ ନ୍ୟୁରୋ ପରାମର୍ଶଦାତାଙ୍କୁ ଅପେକ୍ଷା କରିଛୁ । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ।''

ଅହୁରି ପଢ଼ନ୍ତୁ:  ପ୍ରେମ ଚୋପ୍ରାଙ୍କ ବିଗିଡିଲା ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ଚଳିତ ବର୍ଷ ଦ୍ୱିତୀୟ ଥର ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତବର୍ଷ ଅକ୍ଟୋବରରେ ଗୋବିନ୍ଦାଙ୍କ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଗୁଳି ବାଜିବାରୁ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଅଭିନେତା ତାଙ୍କ ରିଭଲଭର ସଫା କରି ଏକ ଆଲମାରୀରେ ରଖୁଥିଲେ, ସେତେବେଳେ ଏହା ତାଙ୍କ ହାତରୁ ଖସି ପଡ଼ିଥିଲା । ଗୁଳି ତାଙ୍କ ଗୋଡରେ ବାଜିଥିଲା । ଗୋବିନ୍ଦଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କ ଗୋଡରୁ ଗୁଳି ବାହାର କରିବା ପାଇଁ ଅସ୍ତ୍ରୋପଚାର କରିଥିଲେ ।​​​​​​​ ୩ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ଗାୟିକା ପଲକ ମୁଛଲ ୩,୮୦୦ ହୃଦଘାତ ଅସ୍ତ୍ରୋପଚାର ପାଇଁ ପାଣ୍ଠି ଯୋଗାଇ ଗିନିଜ୍ ରେକର୍ଡରେ ପ୍ରବେଶ

ଗୋବିନ୍ଦା ଗୋଟିଏ ଦିନ ତଳେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ଯାଇଥିଲେ। ଏହି ଗସ୍ତ ସମୟରେ ସେ ବହୁତ ଚିନ୍ତିତ ଦେଖାଯାଉଥିଲେ । ତେବେ ଗୋବିନ୍ଦା ସେତେବେଳେ ଗଣମାଧ୍ୟମ ସହିତ କଥା ହୋଇ ନଥିଲେ। ଶ୍ୱାସକ୍ରିୟା ସମସ୍ୟା ଅନୁଭବ କରିବା ପରେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି ଏବଂ ତାଙ୍କ ଅବସ୍ଥାରେ ଯଥେଷ୍ଟ ଉନ୍ନତି ହେଉଛି । ସେପଟେ ଧର୍ମେନ୍ଦ୍ର ଓ ପ୍ରେମ୍ ଚୋପ୍ରା ହସ୍ପିଟାଲରେ ଚିକିତ୍ସାଧୀନ । ଏବେ ପୁଣି ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ବଲିଉଡ଼, ସେମାନଙ୍କ ଫ୍ୟାନ୍ସଙ୍କ ପାଇଁ ଚିନ୍ତାଜନକ ବିଷୟ ହୋଇଛି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bollywood Update | Bollywood Actor Govinda Hospitalized | Latest Health Update | Argus News | Argus News