Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Entertainment News / ଗାୟିକା ପଲକ ମୁଛଲ ୩,୮୦୦ ହୃଦଘାତ ଅସ୍ତ୍ରୋପଚାର ପାଇଁ ପାଣ୍ଠି ଯୋଗାଇ ଗିନିଜ୍ ରେକର୍ଡରେ ପ୍ରବେଶ

Ritu Das
Browse all articles by Ritu Das
·8 months ago·2 min read
ଗାୟିକା ପଲକ ମୁଛଲ ୩,୮୦୦ ହୃଦଘାତ ଅସ୍ତ୍ରୋପଚାର ପାଇଁ ପାଣ୍ଠି ଯୋଗାଇ ଗିନିଜ୍ ରେକର୍ଡରେ ପ୍ରବେଶ

Key Points

ପଲକ ପଲାଶ ଚାରିଟେବଲ୍ ଫାଉଣ୍ଡେସନ୍ ମାଧ୍ୟମରେ, ସେ ଭାରତ ଏବଂ ଭାରତ ବାହାରେ ଅବହେଳିତ ପିଲାମାନଙ୍କ ପାଇଁ ୩୮୦୦ ରୁ ଅଧିକ ହୃଦଘାତ ଅସ୍ତ୍ରୋପଚାର ପାଇଁ ପାଣ୍ଠି ଯୋଗାଇଛନ୍ତି।
ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ଗାୟିକା ପଲକ ମୁଛଲଙ୍କୁ କିଏ ନ ଜାଣେ। ତାଙ୍କର ହିଟ୍ ଗୀତ ଏବଂ ସ୍ୱର୍ଣ୍ଣିମ କଣ୍ଠସ୍ୱର ପାଇଁ ସେ ବେଶ୍‌ ଜଣାଶୁଣା। ସେ ଏବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ଏବଂ ଲିମକା ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତାଙ୍କ ସଙ୍ଗୀତ ପାଇଁ ନୁହେଁ, ବରଂ ତାଙ୍କର ଅସାଧାରଣ ମାନବିକ କାର୍ଯ୍ୟ ପାଇଁ। ତାଙ୍କର ପଲକ ପଲାଶ ଚାରିଟେବଲ୍ ଫାଉଣ୍ଡେସନ୍ ମାଧ୍ୟମରେ, ସେ ଭାରତ ଏବଂ ଭାରତ ବାହାରେ ଅବହେଳିତ ପିଲାମାନଙ୍କ ପାଇଁ ୩୮୦୦ ରୁ ଅଧିକ ହୃଦଘାତ ଅସ୍ତ୍ରୋପଚାର ପାଇଁ ପାଣ୍ଠି ଯୋଗାଇଛନ୍ତି। ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହକୁ ଜୀବନବ୍ୟାପୀ କରୁଣାର ମିଶନରେ ପରିଣତ କରିଛନ୍ତି।

ଏହାସହ ପଢ଼ନ୍ତୁ: ଶ୍ରଦ୍ଧା କପୁରଙ୍କର ପୁରା ହେଲା ପିଲା ଦିନର ସ୍ଵପ୍ନ, ହଲିଉଡ୍‌ରେ କରିବେ ଡେବ୍ୟୁ

ପଲକଙ୍କ ଦାନର ଯାତ୍ରା ଏକ ଆଶ୍ଚର୍ଯ୍ୟଜନକ। ଏହା ବହୁତ କମ୍ ବୟସରୁ ଆରମ୍ଭ ହୋଇଥିଲା। ପିଲାଟି ସମୟରେ ସେ ଏକ ଟ୍ରେନ ଯାତ୍ରାରେ କେତେକ ଅବହେଳିତ ପିଲାମାନଙ୍କୁ ଭେଟିଥିଲେ। ଆଉ ସେହି ଯାତ୍ରା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ସେଦିନ ସେ ନିଜକୁ ଏକ ପ୍ରତିଶ୍ରୁତି ଦେଇଥିଲେ: "ମୁଁ କେବେ ସେହି ପିଲାମାନଙ୍କୁ ସାହାଯ୍ୟ କରିବି।" କିଛି ବର୍ଷ ପରେ ସେହି ପ୍ରତିଶ୍ରୁତି ତାଙ୍କ ଫାଉଣ୍ଡେସନ ପଛରେ ପ୍ରେରଣାଦାୟକ ଶକ୍ତି ପାଲଟିଥିଲା। ଯାହା ପ୍ରତ୍ୟେକ କନସର୍ଟରୁ ତାଙ୍କୁ ଯାହା ପଇସା ମିଳିଥାଏ ସେ ପିଲାମାନଙ୍କ ଚିକିତ୍ସା ପାଇଁ ଦାନ କରିଦିଅନ୍ତି। ଟଙ୍କାଟେ ବି ନିଜ ପାଖରେ ରଖି ନ ଥାନ୍ତି। ଯଦି ପ୍ରଥମେ ହାର୍ଟ ସର୍ଜରୀ ପାଇଁ କନସର୍ଟରୁ ପଇସା ଆସି ନ ଥାଏ ତେବେ ସେ ନିଜ ସେଭିଙ୍ଗ ପଇସାରୁ ମଧ୍ୟ ପଇସା ଦେଇକି ଛୁଆଙ୍କ ଚିକିତ୍ସା କରିଥାନ୍ତି।

ତାଙ୍କର ଦାନର ଯାତ୍ରା ଗୋଟିଏ କାରଣ ପର୍ଯ୍ୟନ୍ତ ସୀମିତ ନୁହେଁ। ବର୍ଷ ବର୍ଷ ଧରି, ପଲକ କାର୍ଗିଲ ସହିଦଙ୍କ ପରିବାରକୁ ସମର୍ଥନ କରିଛନ୍ତି ଏବଂ ଗୁଜରାଟ ଭୂମିକମ୍ପ ପୀଡିତଙ୍କ ପାଇଁ ରିଲିଫ୍ ପାଇଁ 10 ଲକ୍ଷ ଟଙ୍କା ଦାନ କରିଛନ୍ତି। ସମାଜ ପାଇଁ ସେବା କରିବାକୁ ସେ ତିଳେ ହେଲେ ବି ପଛାନ୍ତି ନାହିଁ।

'ମେରି ଆଶିକି', 'କୌନ ତୁଝେ', ଏବଂ 'ପ୍ରେମ ରତନ ଧନ ପାୟୋ' ଭଳି ଗୀତ ସହିତ ତାଙ୍କର ସଙ୍ଗୀତ କ୍ୟାରିଅର ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି। ସେ ଏହି ଗୀତରୁ ଫ୍ୟାନ୍ସଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ପଲକ ତାଙ୍କର ରୋଜଗାରକୁ ତାଙ୍କ ଫାଉଣ୍ଡେସନ ପାଇଁ ଉତ୍ସର୍ଗ କରିଚାଲିଥିଲେ। ତାଙ୍କ ନାମ ଏବେ ଲିମକା ବୁକ୍ ଅଫ୍ ରେକର୍ଡସରେ ମଧ୍ୟ ସ୍ଥାନ ପାଇଛି, ଯାହା ତାଙ୍କ ବୃତ୍ତିଗତ ସଫଳତା ସହିତ ମାନବିକ କାର୍ଯ୍ୟ ପ୍ରତି ତାଙ୍କର ସ୍ଥାୟୀ ସମର୍ପଣର ପ୍ରମାଣ।

ଏହାସହ ପଢ଼ନ୍ତୁ: ଫିଲ୍ମ ବଦଳାଇଦେଲା ହର୍ଷବର୍ଦ୍ଧନ ରାଣେଙ୍କ ଜୀବନ, ଆଗାମୀ ଫିଲ୍ମରେ ନେବେ ଏତିକି ଟଙ୍କା...

ପଲକଙ୍କ ଏହି ଯାତ୍ରାରେ ତାଙ୍କ ସ୍ୱାମୀ, ସଙ୍ଗୀତକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ମିଥୁନ୍ ଶର୍ମା ତାଙ୍କୁ ସବୁବେଳେ ସବୁ ମୁହୂର୍ତ୍ତରେ ସପୋର୍ଟ କରିଛନ୍ତି। ମିଥୁନ ସବୁବେଳେ କୁହନ୍ତି ମୋ ସ୍ତ୍ରୀ ଜଣେ ବହୁତ ଭଲ ମଣିଷ। ଆଉ ମୁଁ ତାଙ୍କର ଏହି କାର୍ଯ୍ୟ ପାଇଁ ସବୁବେଳେ ଗର୍ବିତ। ଯିଏ ତାଙ୍କର ଏଭଳି ଯାତ୍ରାରେ ଜଣେ ଭଲ ସହଯୋଗୀ ହୋଇଛନ୍ତି। ସେ ଥରେ ଏକ ସାକ୍ଷାତକାରରେ କହିଥିଲେ "ଯଦିଓ ଏବେ ମୋର କୌଣସି ଶୋ' ନାହିଁ, କୌଣସି ଆୟ ନାହିଁ", କିନ୍ତୁ ପିଲାଙ୍କ ଅସ୍ତ୍ରୋପଚାର କେବେ ବନ୍ଦ ହେବ ନାହିଁ।" ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ, ମିଶନକୁ ଜୀବନ୍ତ ରଖିବା ପାଇଁ ଦମ୍ପତିଙ୍କ ମିଳିତ ସଂକଳ୍ପକୁ ଏକ ସୁନ୍ଦର ମାନବିକତାର ପରିଚୟ ଦେଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Palak Muchhal Sets Guinness Record for 3,800 Heart Surgeries | Argus News