Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood Update / ସୁସ୍ଥ ହୋଇ ଘରକୁ ଫେରିଲେ ହି-ମ୍ୟାନ୍

Rashmita Mishra
Browse all articles by Rashmita Mishra
·8 months ago·2 min read
ସୁସ୍ଥ ହୋଇ ଘରକୁ ଫେରିଲେ ହି-ମ୍ୟାନ୍

Key Points

ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡ଼ ଅଭିନେତା ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।
ଜୀବନ ପାଇଁ ଏତେ ଦିନର ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଛନ୍ତି ।

ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଜୀବନ ପାଇଁ ଏତେ ଦିନର ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଛନ୍ତି । ଖବର ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ପରିବାର ତାଙ୍କୁ ହସ୍ପିଟାଲରୁ ଘରକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ରିଚ୍ କ୍ୟାଣ୍ଡିର ଡାକ୍ତରମାନେ ଅଭିନେତାଙ୍କୁ ଡିସଚାର୍ଜ କରିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଅନୁଯାୟୀ, ବୁଧବାର ସକାଳେ ବ୍ରିଚ୍ କ୍ୟାଣ୍ଡିରେ ଡାକ୍ତରମାନେ ଧର୍ମେନ୍ଦ୍ରଙ୍କୁ ଡିସଚାର୍ଜ କରିଥିଲେ। ଅଭିନେତାଙ୍କ ପରିବାର ଡାକ୍ତରଙ୍କ ପରାମର୍ଶ ପାଳନ କରି ତାଙ୍କୁ ଘରକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ତା'ପରେ ତାଙ୍କୁ ଆମ୍ବୁଲାନ୍ସରେ ଘରକୁ ନିଆଯାଇଛି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଏହି ସୂଚନା ପ୍ରଦାନ କରିଛନ୍ତି। ୮୯ ବର୍ଷୀୟ ଧର୍ମେନ୍ଦ୍ର ଶେଷରେ ଜୀବନ ଯୁଦ୍ଧ ଜିତି ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେବା ପରେ, ଅଭିନେତା ତାଙ୍କ ସାନ ପୁଅ ବବି ଦେଓଲଙ୍କ ସହ ଏକ ଆମ୍ବୁଲାନ୍ସରେ ଯାଉଥିବାର ଦେଖାଯାଇଥିଲା ।

ଏଥିସହ ପଢ଼ନ୍ତୁ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍ ଅଭିନେତା ଗୋବିନ୍ଦା

ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁ ଧର୍ମେନ୍ଦ୍ରଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା। ବହୁ ବଲିଉଡ ଷ୍ଟାର ଧର୍ମେନ୍ଦ୍ରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ହସ୍ପିଟାଲକୁ ଆସିଥିଲେ। ସଲମାନ ଖାନ, ଶାହରୁଖ ଖାନ, ଆର୍ଯ୍ୟାନ ଖାନ, ଆମିର ଖାନ, ଗୋବିନ୍ଦା ଏବଂ ଅମିଷା ପଟେଲଙ୍କ ଭଳି ପ୍ରମୁଖ ଷ୍ଟାରମାନଙ୍କୁ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା।
ମୃତ୍ୟୁ ନେଇ ଗୁଜବ ସୃଷ୍ଟି ହୋଇଥିଲା

ମଙ୍ଗଳବାର ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ଗୁଜବ ଭାଇରାଲ ହୋଇଥିଲା। ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଗୁଜବ ପରେ, ହେମା ମାଳିନୀ ଏହାକୁ ପ୍ରଚାର କରୁଥିବା ଲୋକଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ଟ୍ୱିଟ୍ କରିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଏବଂ ସେ ସ୍ଥିର ଅଛନ୍ତି ବୋଲି ସୂଚନା ଦେଇଥିଲେ। ହେମା ମାଳିନୀଙ୍କ ପୂର୍ବରୁ, ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଥିଲେ । ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ ।

ଏକ ଅଫିସିଆଲ ପୋଷ୍ଟ ଶେୟାର କରି ଇଶା ଲେଖିଛନ୍ତି, ସୋସିଆଲ ମିଡିଆ ମିଥ୍ୟା ଖବର ପ୍ରସାର କରିବା ପାଇଁ ବହୁତ ବ୍ୟାକୁଳ । ମୋ ବାପା ସୁସ୍ଥ ଅଛନ୍ତି ଏବଂ ସୁସ୍ଥ ହେଉଛନ୍ତି । ଆମେ ସମସ୍ତଙ୍କୁ ଆମ ପରିବାରର ଗୋପନୀୟତା ଦେବାକୁ ଅନୁରୋଧ କରୁଛୁ। ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bollywood Update | Bollywood Actor He-Man Recovers and Returns Home | Latest Celebrity Health Update | Argus News