ସଲମାନଙ୍କୁ ପୁଣି ହତ୍ୟା ଧମକ, ମାଗିଲେ ୨ କୋଟି
·1 year ago

ଅର୍ଗସ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କୁ ପୁଣି ହତ୍ୟା ଧମକ । ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଜଣେ ହତ୍ୟା ଧମକ ଦେଇଛନ୍ତି। ୨ କୋଟି ଟଙ୍କା ଚାନ୍ଦା ନଦେଲେ ହତ୍ୟା କରାଯିବ ବୋଲି ଧମକ ମିଳିଛି। ଏହି ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଗତକାଲି ମଧ୍ୟ ସଲମାନଙ୍କୁ ହତ୍ୟା ଧମକ ମିଳିଥିଳା। ଏଥିସହ ଏନସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜେସନ୍ ସିଦ୍ଦିକିଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା । ଅକ୍ଟୋବର ୧୨ରେ ବାବା ସିଦ୍ଦିକିଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିଲା । ତା ପରଠାରୁ ତାଙ୍କ ଘରେ ସୁରକ୍ଷା ବ୍ୟବସ୍ଥା କଡାକଡା କରାଯାଇଛି । ସେପଟେ ହତ୍ୟା ଧମକ ଅଭିଯୋଗରେ ନୋଇଡାର ଜଣେ ୨୦ ବର୍ଷର ଯୁବକଙ୍କୁ ପୋଲିସ ଗିରଫ କରିଛି ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: