ଖୁବଶୀଘ୍ର ବିବାହ କରିବେ ବଲିଉଡ ଅଭିନେତ୍ରୀ

ଅର୍ଗସ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତ୍ରୀ ଏବେ ତାଙ୍କ ବିବାହକୁ ନେଇ ହେଡଲାଇନରେ ଅଛନ୍ତି। ତାପସୀ ନିଜର ଦୀର୍ଘଦିନର ପ୍ରେମିକ ମାଥିଆସ ବୋଙ୍କ ସହ ବିବାହ କରିବାକୁ ଯାଉଛନ୍ତି। କିନ୍ତୁ ସେ ତାଙ୍କ ପ୍ରେମ ଜୀବନ ବିଷୟରେ ସୋସିଆଲ ମିଡିଆରେ କିମ୍ବା ତାଙ୍କ ପ୍ରେମିକ ମାଥିଆସ ବୋଙ୍କ ସହ ଥିବା ସମ୍ପର୍କ ବିଷୟରେ କିଛି କହି ନାହାନ୍ତି। ହେଲେ ତାଙ୍କର ପ୍ରେମ ସହିତ ଖୁବଶୀଘ୍ର ବିବାହ ଖବରକୁ ନେଇ ସେ ଲାଇମ ଲାଇଟକୁ ଆସିଥିଲେ। ଆଉ ଏବେ ଏହାକ ନେଇ ସେ ମୁହଁ ଖୋଲିଛନ୍ତି।
ଏକ ମିଡିଆ ରିପୋର୍ଟ ଅନୁଯାୟୀ ଡଙ୍କି ଅଭିନେତ୍ରୀ ତାଙ୍କ ପ୍ରେମିକ ବ୍ୟାଡମିଣ୍ଟନ ଖେଳାଳି ମାଥିଆସ ବୋଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ ମାର୍ଚ୍ଚ ଶେଷରେ ଉଦୟପୁରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ। ମ୍ୟାରେଜରେ ବହୁ ବଲିଉଡ ତାରକାଙ୍କୁ ନିମନ୍ତ୍ରଣ କରିଥିବା ରକୁଲ ପ୍ରୀତ ସିଂ, ଏବଂ ଜ୍ୟାକିଙ୍କ ପରି ତାପସୀ ସିକ୍ରେଟ ରଖିବେ ବୋଲି ଜଣାପଡ଼ିଛି। ତେବେ ମ୍ୟାରେଜ ଫଙ୍କସନ ଶିଖ ଏବଂ ଖ୍ରୀଷ୍ଟିଆନ ଫ୍ୟୁଜନ କଲଚରରେ ବିବାହ ହେବ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର