Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଇଣ୍ଟରଭ୍ୟୁରେ ହେଲେ ଇମୋଶନାଲ

Entertainment

ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଇଣ୍ଟରଭ୍ୟୁରେ ହେଲେ ଇମୋଶନାଲ

Ritu Das
Browse all articles by Ritu Das
·2 years ago·2 min read
ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ଇଣ୍ଟରଭ୍ୟୁରେ ହେଲେ ଇମୋଶନାଲ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କୁ କିଏ ଭଲ ନ ପାଏ। ଦେଖିବାକୁ ଭାରି ସୁନ୍ଦରୀ ଆଉ ଅଭିନୟ ମଧ୍ୟ ଜବରଦସ୍ତ। ୟାମି ଗୌତମ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରିରେ କୌଣସି ଗଡଫାଦର ନାହାନ୍ତି। ସେ  କଠିନ ପରିଶ୍ରମ ଏବଂ ନିଜର ଆତ୍ମବିଶ୍ବାସ ଦ୍ୱାରା ହିଁ ଫିଲ୍ମ ଜଗତରେ ଏକ ସ୍ଥାନ ସୃଷ୍ଟି କରି ପାରିଛନ୍ତି। ତେବେ ଆରମ୍ଭରୁ କିନ୍ତୁ ତାଙ୍କ ରାସ୍ତା ସହଜ ନଥିଲା। ୟାମି ତାଙ୍କ କ୍ୟାରିୟର ଆରମ୍ଭରେ ଅନେକଥର ଫ୍ଲପ ହୋଇଥିଲେ। ଏପରିକି ସେ ନିର୍ଦ୍ଦେଶକଙ୍କୁ ଏକ ପ୍ରଶ୍ନ ପଚାରିବାରୁ ତାଙ୍କୁ ଏକ ଟିଭି ସୋ’ରୁ ବାହାର କରି ଦିଆଯାଇଥିଲା

ତା’ପରେ ଏକ ସମୟ ଆସିଲା ଯେତେବେଳେ ୟାମି  ଅଭିନୟ ଛାଡି କୃଷି କ୍ଷେତ୍ରରେ କିଛି କରିବାକୁ ନିଷ୍ପତ୍ତି ନେଇଥିଲେ।  କିନ୍ତୁ ତା’ପରେ ‘ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍’ ଏବଂ ‘ବାଲା’ ଭଳି ଚଳଚ୍ଚିତ୍ର ମୁକ୍ତିଲାଭ କଲା, ଯାହା ୟାମିଙ୍କ କ୍ୟାରିୟରର ଦିଗ ବଦଳାଇ ଦେଲା। ଜଣେ ସୁନ୍ଦରୀ ଅଭିନେତ୍ରୀ ହେଉଛନ୍ତି ୟାମି। ପାହାଡି ଝିଅ ହୋଇଥିବାରୁ ୟାମି ମୁହଁରେ ରୋକଠୋକ ଭାବେ ଉତ୍ତର ଦେବାକୁ ଭଲ ପାଆନ୍ତି। ୟାମିଙ୍କର ଆଉ ଗୋଟିଏ କଥା ହେଉଛି ସେ ଗାଈ ବାଛୁରୀଙ୍କୁ ଭାରି ଭଲ ପାଆନ୍ତି। 
୨୮ ନଭେମ୍ବର, ଅର୍ଥ‌ାତ ଆଜି ନିଜର ୩୫ ତମ ଜନ୍ମଦିନ ପାଳନ କରୁଥିବା ୟାମି ଏକ ଇଣ୍ଟରଭ୍ୟୁରେ ଏହି ସବୁ କଥା କହିଛନ୍ତି। ଆଜି ବଲିଉଡର ଜଣେ ବରିଷ୍ଠ ତଥା ଦକ୍ଷ ଅଭିନେତ୍ରୀ ୟାମି ତାଙ୍କ କ୍ୟାରିୟରର ସମସ୍ତ ଖରାପ ମୁହୂର୍ତ୍ତ ବିଷୟରେ କହିଥିଲେ। ଯେତେବେଳେ ତାଙ୍କୁ ପ୍ରଶ୍ନ ପଚରାଯିବା ପାଇଁ ତାଙ୍କୁ ଟିଭି ସୋ’ରୁ ବାହାର କରି ଦିଆଯାଇଥିଲା, ସେ ବିଷୟରେ କହି ୟାମି ଇମୋସନାଲ ହୋଇ ଯାଇଥିଲେ।

ସେ  ଟିଭି ସୋ’ରୁ ହିଁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଆରମ୍ଭରୁ ତାଙ୍କର ତିନୋଟି ସୋ ଖୁବ୍ କମ୍ ସମୟ ମଧ୍ୟରେ ବନ୍ଦ ହୋଇ ଯାଇଥିଲା। ୟାମି ଟିଭିରେ କାମ କରୁଥିଲେ ସତ, କିନ୍ତୁ ସେ କିଛି ଅଲଗା କରିବାକୁ ଚାହୁଁଥିଲେ। ସେ ପ୍ରତିଦିନ ସମାନ କାମ କରି ଥକି ଯାଇଥିଲେ। ଏଭଳି ପରିସ୍ଥିତିରେ ୟାମି ଗୌତମ ସୁଟିଂରୁ ସମୟ ବାହାର କରି ଫିଲ୍ମ ପାଇଁ ଅଡିସନ ଦେବା ଆରମ୍ଭ କରିଥିଲେ। କିନ୍ତୁ ବହୁ ସ୍ଥାନରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ୟାମୀଙ୍କର ଆଉ ଗୋଟିଏ ଭଲ ଗୁଣ ହେଉଛି ସେ ଯେତେବେଳେ ମ୍ୟାରେଜ କଲେ ଏକଦମ ସିମ୍ପଲ। ଆଉ ତାଙ୍କ ମା'ଙ୍କ ଓ୍ବେଡିଂ ଶାଢ଼ୀରେ ୟାମୀ ବିବାହ କରିଥିଲେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 


 

Argus Whatsapp Channel Mobile Top
Sponsored
Bollywood actress | Argus News