Videos
|
Entertainment

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କଲେ ବଲିଉଡ ସେଲିବ୍ରିଟି

Ritu Das
Browse all articles by Ritu Das
·2 years ago·2 min read
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କଲେ ବଲିଉଡ ସେଲିବ୍ରିଟି

ଅର୍ଗସ ବ୍ୟୁରୋ: ଆଜି ସକାଳୁ ପଞ୍ଚମ ପର୍ଯ୍ୟାନ ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟ୍‌ ଦେଉଛି ଦେଶ। ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ବଲିଉଡର ଅନେକ ସେଲିବ୍ରିଟି ସୋମବାର, ମେ ୨୦ ତାରିଖରେ ମତଦାନ ଅଧିକାରକୁ ସାବ୍ୟସ୍ତ କରିଛନ୍ତି।

 

୨୦୨୩ ମସିହା ଅଗଷ୍ଟ ମାସରେ ଭାରତୀୟ ନାଗରିକତ୍ୱ ପାଇବା ପରେ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି। ସେହିପରି ଜାହ୍ନବୀ କପୁର ଏକ ଗୋଲାପୀ ରଙ୍ଗର ସାଲ୍‌ୱାର୍‌ ସୁଟ୍‌ ପିନ୍ଧି ମୁମ୍ବାଇର ଏକ ମତଦାନ ବୁଥରେ ଭୋଟ୍ ଦେବାକୁ ଆସିଥିବା ବେଳର ଫଟୋ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି।
ଅଭିନେତ୍ରୀ ସନୟା ମଲହୋତ୍ରା ମୁମ୍ବାଇରେ ଭୋଟ୍ ଦେବା ପରେ ଫଟୋଗ୍ରାଫର୍‌ଙ୍କ ପାଇଁ ପୋଜ୍ ଦେବାକୁ ଅଟକିଥିଲେ। ଅଭିନେତା ରାଜକୁମାର ରାଓ ମୁମ୍ବାଇରେ ଭୋଟ୍ ଦେବା ପରେ ତାଙ୍କ କାଳି ଲାଗିଥିବା ତାଙ୍କ ଆଙ୍ଗୁଠିକୁ ଫଟୋଗ୍ରାଫର୍‌ଙ୍କୁ ଦେଖାଇ ପୋଜ୍‌ ଦେଇଥିଲେ। ସେ କାଜୁଆଲିଟି ଟି-ସାର୍ଟ ସହ ଟୋପି ପିନ୍ଧିଥିଲେ। ସେହିପରି ମୁମ୍ବାଇରେ ଭୋଟ୍ ଦେବା ପାଇଁ ଆମୀର ଖାନଙ୍କ ଦୁଇ ପିଲା ଜୁନୈଦ ଏବଂ ଇରା ଖାନଙ୍କୁ ଏକାଠି ଦେଖିବାକୁ ମଳିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏମାନଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ଏବଂ ଭାଇ-ଭଉଣୀ ଯୋଡି, ଫରହାନ୍ ଅଖତର ଏବଂ ଜୋୟା ଅଖତର ସେମାନଙ୍କ ମା' ହନି ଇରାନୀଙ୍କ ସହ ଭୋଟ୍‌ ଦେଇଛନ୍ତି। ଟିଭି ଏବଂ ବଲିଉଡ ଅଭିନେତ୍ରୀ ଅନୀତା ରାଜ ତାଙ୍କ କାଳି ଲଗା ଆଙ୍ଗୁଠିକୁ ଦେଖାଇ ଥିବାର ଏକ ଫଟୋ ଭାଇରାଲ୍‌ ହୋଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ କୁନାଲ କୋହଲି ମଧ୍ୟ ନିଜର ମତଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Bollywood celebrities | Argus News