Videos
|
Entertainment

୨୦୨୪ ନିର୍ବାଚନ ଲଢ଼ିବେ ବଲିଉଡ କୁଇନ କଙ୍ଗନା

Ritu Das
Browse all articles by Ritu Das
·2 years ago·2 min read
୨୦୨୪  ନିର୍ବାଚନ ଲଢ଼ିବେ ବଲିଉଡ କୁଇନ କଙ୍ଗନା

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଯାହା କୁହନ୍ତି ସିଧା ମୁହଁରେ କୁହନ୍ତି। କାହାକୁ ଡରନ୍ତିନି। କଙ୍ଗନାଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ଖୁବ ଅଧିକ। ତେବେ କେହି କେହି କଙ୍ଗନାଙ୍କୁ ବିବାଦୀୟ କୁଇନ ବୋଲି କୁହନ୍ତି। କାରଣ କିଛି ନା କିଛି ଟପିକ ଟ୍ବିଟ କରି ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜି କଙ୍ଗନାଙ୍କୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ମୁଭିରେ ନିଜ ଜଲଓ୍ବ ଦେଖାଇ ସାରିଛନ୍ତି ଏବେ ସେ ରାଜନୀତିକ୍ଷେତ୍ରରେ ପାଦ ବଢ଼ାଇବେ ନିଷ୍ପତ୍ତ ନେଇସାରିଛନ୍ତି। ନିର୍ବାଚନ ଲଢ଼ିବେ ବଲିଉଡ କୁଇନ କଙ୍ଗନା। ତେବେ ତାଙ୍କ ବାପା ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

କଙ୍ଗନାଙ୍କ ବାପା ଝିଅ ଲୋକସଭା ନିର୍ବାଚନ ଲଢ଼ିବା କଥା ସ୍ପଷ୍ଟ କରିଛନ୍ତି।  ତେବେ ଝିଅ କଙ୍ଗନା କେଉଁ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ତାହା ବିଜେପି ସ୍ଥିର କରିବ। କଙ୍ଗନା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଜୀ ହେଉଛନ୍ତି ମୋର ଆଇଡୋଲୋଜି। ସତରେ ମୋଦିଙ୍କ ହାତରେ ଭାରତର ଦାୟିତ୍ବ ଥିବାରୁ ମୁଁ ନିଜକୁ ଏବଂ ସାରା ଦେଶବାସୀଙ୍କୁ ସୁରକ୍ଷିତ ଭାବେ। 
ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ପିତା ଅମରଦୀପ ସ୍ପଷ୍ଟ କରିଛନ୍ତି ଯେ କଙ୍ଗନା କେବଳ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ, କିନ୍ତୁ ସେ କେଉଁଠାରୁ ନିର୍ବାଚନ ଲଢ଼ିବେ ସେନେଇ ଦଳ ନିଷ୍ପତ୍ତି ନେବ।

କଙ୍ଗନା କିଛି ଦିନ ପୂର୍ବରୁ କୁଲୁସ୍ଥିତ ତାଙ୍କ ଘରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କୁ ମଧ୍ୟ ଭେଟିଥିଲେ। ବୈଠକ ପରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ଜୋର ଧରିଛି। କଙ୍ଗନା ଆରଏସଏସର ଏକ କାର୍ଯ୍ୟକ୍ରମକୁ ଆସିଥିଲେ। ଗତ ସପ୍ତାହରେ ହିମାଚଳର ବିଳାସପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ଏକ ସାମାଜିକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବି କଙ୍ଗନା ଅଂଶଗ୍ରହଣ କରିଥିଲେ। ମାଙ୍ଗି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ କଙ୍ଗନା ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଆଲୋଚନା ହେଉଛି।

କିଛି ମାସ ପୂର୍ବେ ଗୁଜୁରାଟର ଦ୍ୱାରକାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କଙ୍ଗନା ରଣାୱତ ସ୍ପଷ୍ଟ କରିଥିଲେ ଯେ ଯଦି ଭଗବାନ ତାଙ୍କୁ ଆଶୀର୍ବାଦ କରନ୍ତି ତେବେ ସେ ନିଶ୍ଚିତ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର