Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଇଣ୍ଟରଭ୍ୟୁରେ ଭାବୁକ ହେଲେ ବଲିଉଡର ଭର୍ସାଟାଇଲ ଅଭିନେତା

Ritu Das
Browse all articles by Ritu Das
·2 years ago·1 min read
ଇଣ୍ଟରଭ୍ୟୁରେ ଭାବୁକ ହେଲେ ବଲିଉଡର ଭର୍ସାଟାଇଲ ଅଭିନେତା

ଅର୍ଗସ ବ୍ୟୁରୋ: ବଲିଉଡର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦିନ୍ ସିଦ୍ଦିକି ବଲିଉଡର ଏକ ଦମଦାର ଅଭିନେତା । ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ଅନେକ ସମ୍ମାନ ମିଳିଛି । କିନ୍ତୁ ବଡ ପରଦାରେ ତିଷ୍ଠି ରହିବା ପାଇଁ ତାଙ୍କୁ ଅନେକ ପରିଶ୍ରମ ଓ ସଂଘର୍ଷ କରିବାକୁ ପଡିଛି । ଏକ ଇଣ୍ଟରଭ୍ୟୁରେ ସେ ତାଙ୍କ ସଂଘର୍ଷମୟ କାହାଣୀ ବଖାଣିବା ସହ ଆକ୍ଟିଙ୍ଗ୍ କରିବାକୁ ସେ କେତେ ପସନ୍ଦ କରନ୍ତି ତାହା ବର୍ଣ୍ଣନା କରିଛନ୍ତି ।

ଏକ ଇଣ୍ଟରଭ୍ୟୁରେ ନୱାଜୁଦ୍ଦିନ୍ କହିଛନ୍ତି, ମତେ ବଲିଉଡରେ ଦରକାରଠୁ ଅଧିକ ସମ୍ମାନ ମିଳିଛି। ୟୁପିର ଯେଉଁ ଅଞ୍ଚଳରୁ ମୁଁ ଆସିଛି ସେଠାରେ ଏପରି କରିପାରିବେ ଏକ ପ୍ରକାର ଅସମ୍ଭବ । କିନ୍ତୁ ଅଭିନୟ ପ୍ରତି ଥିବା ଭଲ ପାଇବା ମତେ ଏତେବାଟ ଆଣିପାରିଛି ।

ନୱାଜୁଦ୍ଦିନଙ୍କୁ ପଚରାଯାଇଥିଲା, ଯଦି ଆପଣଙ୍କୁ କେବେ କାମ ନମିଳେ ତେବେ ଆପଣ କାମ ମାଗିବା ପାଇଁ ଯିବେ? ଏହି ପ୍ରଶ୍ନର ଉତ୍ତରରେ ନୱାଜୁଦ୍ଦିନ୍ କହିଛନ୍ତି, ମୁଁ ମୋ ଘର ବିକିଦେବି, ଜୋତା ବିକିଦେବି, ସବୁ କିଛି ବିକିଦେଇ ନିଜେ ଫିଲ୍ମ ବନେଇବି । ନଚେତ୍ ରାସ୍ତା ଉପରେ ଅଭିନୟ କରିବି । ଟ୍ରେନ୍, ବସ୍ ଯେଉଁଠି ପାଇବି ସେଠି ଅଭିନୟ କରିନେବି କିନ୍ତୁ କେବେ କାହାକୁ କାମ ମାଗିବା ପାଇଁ ଯିବିନି । କାମ ମାଗିଲେ ନିଜକୁ ଅତ୍ୟନ୍ତ ଖରାପ ଲାଗିଥାଏ । ତେଣୁ ମୁଁ କେବେ କାମ ମାଗିବିନି । ଅଭିନୟ ଗୁରୁତ୍ୱପୂର୍ଣ୍ଣ, ଯେଉଁଠି ବି ହେଉ ଅଭିନୟ କରିବି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Bollywood's | Argus News