Videos
|
Entertainment

ଜାହ୍ନବୀଙ୍କ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବୋନୀ

Ritu Das
Browse all articles by Ritu Das
·2 years ago·1 min read
ଜାହ୍ନବୀଙ୍କ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବୋନୀ

ଅର୍ଗସ ବ୍ୟୁରୋ: ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ମଧ୍ୟରେ ଥିବା ସମ୍ପର୍କର ଚର୍ଚ୍ଚା ଏବେ ଚାରିଆଡ଼େ। ଅନେକ ବର୍ଷ ହେବ ଏହି ଦୁଇ ଜଣଙ୍କ ନାମ ଯୋଡ଼ି ହୋଇ ରହିଥିବା ବେଳେ ଏମାନଙ୍କୁ ଅନେକ ଥର ସାଥୀରେ ଦେଖିବାକୁ ମିଳିଛି। ମନ୍ଦିର ଯିବାଠାରୁ ଆରମ୍ଭ କରି ପବରେ ପାର୍ଟି କରିବା ପର୍ଯ୍ୟନ୍ତ ସବୁ ସ୍ଥାନରେ ଦୁହେଁ ସାଥିରେ ନଜର ଆସନ୍ତି। ହେଲେ ଦୁହେଁ ଏପର୍ଯ୍ୟନ୍ତ ନିଜ ଭିତରେ ଥିବା ପ୍ରେମ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି। 

ଏମଧ୍ୟରେ ଜାହ୍ନବୀଙ୍କ ବାପା ତଥା ବଲିଉଡ ପ୍ରଯୋଜକ ବୋନି କପୁର ଶିଖରଙ୍କ ସହ ଝିଅର ସମ୍ପର୍କକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, “ମୁଁ ତାଙ୍କୁ ବହୁତ ଭଲ ପାଏ। କିଛି ବର୍ଷ ତଳେ ଜାହ୍ନବୀ ତାଙ୍କ ସହ କଥା ହେଉନଥିବା ବେଳେ ବି ମୁଁ ତାଙ୍କ ସହ କଥା ହେଉଥିଲି। ମୁଁ ଜାଣିଥିଲି ଯେ, ଏ ପିଲାଟି କେବେ ବି ଜାହ୍ନବୀଙ୍କ ପୂର୍ବତନ ପ୍ରେମିକ ହୋଇ ରହିବେନି। ସେ ସବୁବେଳେ ପାଖାପାଖି ରହିବେ। ଯେତେବେଳେ କୌଣସି ବ୍ୟକ୍ତି ଆପଣଙ୍କ ପାଇଁ ନିଜ ସାମର୍ଥ୍ୟଠାରୁ ଢେର ଅଧିକ କରନ୍ତି ଏବଂ ପରିବାରର ସମସ୍ତଙ୍କ ପାଇଁ ଚିନ୍ତା କରନ୍ତି ସେ କେବେ ବି ଅଧିକ ସମୟ ଦୂରେଇ ରହିପାରନ୍ତି ନାହିଁ। ତାଙ୍କ ଭଳି ଜଣେ ପିଲା ପାଇଁ ଆମେ ନିଜକୁ ଧନ୍ୟ ମାନେ କରୁଛୁ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Boney opens up | Argus News