Sunny Deol / ଫେରୁଛନ୍ତି ସନି, ସାଙ୍ଗରେ ଆଣିଛନ୍ତି ଅନେକ ଚିଠି...
·3 months ago·2 min read

Key Points
୨୮ ବର୍ଷ ପରେ ପୁଣି ଥରେ ଆସିବ ଚିଠି
'ବର୍ଡର -୨' ରିଲିଜ୍ ଅପେକ୍ଷାରେ ଦର୍ଶକ
'ବର୍ଡର -୨' ରିଲିଜ୍ ଅପେକ୍ଷାରେ ଦର୍ଶକ
ପୁଣି ଆସିବ ଚିଠି। ପୁଣି ଥରେ ଘରକୁ ଫେରିବାର ସେହି ଗୀତ ଶୁଣିବାକୁ ପାଇବେ ଦର୍ଶକ। ବର୍ଷ କି ଦୁଇ ବର୍ଷ ନୁହେଁ ଦୀର୍ଘ ୨୮ ବର୍ଷ ପରେ ଫେରୁଛି ଫିଲ୍ମ 'ବର୍ଡର-୨'। "ବର୍ଡର" ସହିତ ଏହାର ଗୀତ ଗୁଡ଼ିକ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା। ସେଥିରୁ "ସନ୍ଦେସେ ଆତେ ହେଁ" ଗୀତଟି ବହୁତ ଅଧିକ ହୃଦୟ ଛୁଇଁଥିଲା। ହେଲେ "ବର୍ଡର ୨" ଏକ ନୂଆ ଶୈଳୀରେ ଉପସ୍ଥାପିତ ହେବ, ଯାହାର ଟାଇଟଲ ହେବ "ଘର କବ୍ ଆଓଗେ"। ଚାରି ଜଣ ପ୍ରସିଦ୍ଧ ଗାୟକ ଏହି ଗୀତଟି ଗାଇଛନ୍ତି। ନିର୍ମାତାଙ୍କ ଦ୍ୱାରା ରିଲିଜ୍ ଟିଜର ନିଶ୍ଚିତ ଭାବରେ ଆପଣଙ୍କୁ ଭାବପ୍ରବଣ କରିବ। "ଘର କବ୍ ଆଓଗେ" ଟିଜର ଟି-ସିରିଜର ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି ।
ଏବେ, ୨୮ ବର୍ଷ ପରେ ପାର୍ଟ-୨ ଆସିବାକୁ ଯାଉଛି । ଖୁବ୍ ଶୀଘ୍ର ସିନେମା ହଲରେ ରିଲିଜ୍ ହେବ "ବର୍ଡର ୨" । ଏଥିରେ ସନି ଦେଓଲଙ୍କ ସହିତ ନୂଆ ପିଢ଼ିର ଅଭିନେତାଙ୍କୁ ଦେଖିବାକୁ ମିଳିବ। ଚଳଚ୍ଚିତ୍ରର ଟିଜର ନିକଟରେ ଦର୍ଶକଙ୍କ ଉତ୍ସାହ ବୃଦ୍ଧି କରିଥିଲା। ଏବେ, "ଘର କବ୍ ଆଓଗେ" ଗୀତର ଟିଜର ରିଲିଜ୍ ହୋଇଛି । ୧୯୯୭ ମସିହାରେ ସନି ଦେଓଲଙ୍କ ଦେଶାତ୍ମବୋଧକ ଚଳଚ୍ଚିତ୍ର "ବର୍ଡର" ମୁକ୍ତିଲାଭ କରିଥିଲା। ଏହା ସମସ୍ତଙ୍କ ହୃଦୟରେ ଦେଶପ୍ରେମର ଉତ୍ସାହ ସୃଷ୍ଟି କରିଥିଲା। କହିବାକୁ ଗଲେ ଫିଲ୍ମଟି ୨୩ ଜାନୁଆରୀ ୨୦୨୬ରେ ସିନେମା ଘରେ ଧମାଲ କରିବ ।
ଏଥିସହ ପଢ଼ନ୍ତୁ: ମିଠା ଖୁଆଇ ଭାରତୀ ଖୋଲିଲେ ରହସ୍ୟ, କହିଲେ ତେଜସ୍ୱୀ ହେବେ ମା'...
"ଘର କବ ଆଓଗେ" ର ଟିଜର ଆଉଟ୍ ସହ, ନିର୍ମାତା ଗୀତଟିର ରିଲିଜ୍ ଡେଟ୍ କନଫର୍ମ କରିଛନ୍ତି। ନିର୍ମାତା ଏହାକୁ ଗ୍ରାଣ୍ଡ ସେଲିବ୍ରେସନ୍ରେ ଲଞ୍ଚ କରିବାକୁ ଯାଉଛନ୍ତି। "ଘର କବ ଆଓଗେ" ଗୀତଟି ଶୁକ୍ରବାର, ଜାନୁଆରୀ ୨, ୨୦୨୬ରେ ରାଜସ୍ଥାନର ଜୈସଲମେର ଜିଲ୍ଲାର ଲୋଙ୍ଗେୱାଲା-ତାନୋଟରେ ଲଞ୍ଚ ହେବ। ଏହି ୪୬ ସେକେଣ୍ଡର ଟିଜରରେ ଗୋଟିଏ ପରେ ଗୋଟିଏ ଚାରି ଜଣ ପ୍ରସିଦ୍ଧ ଗାୟକଙ୍କ ସ୍ୱର ଶୁଣିବାକୁ ମିଳୁଛି। ସୋନୁ ନିଗମଙ୍କ ପରେ, ବିଶାଲ ମିଶ୍ର, ଅରିଜିତ ସିଂହ ଏବଂ ଦିଲଜିତ ଦୋସାଞ୍ଜ ମଧ୍ୟ "ଘର କବ ଆଓଗେ" ଗାଇବା ସହ ପ୍ରଶଂସକଙ୍କ ହୃଦୟ ଜିତିବା ପାଇଁ ଏକାଠି ହୋଇଛନ୍ତି। "ସନ୍ଦେସେ ଆତେ ହେ" ଜାଭେଦ ଅଖତର ଲେଖିଥିବା ବେଳେ ସଂଗୀତ ଅନୁ ମାଲିକଙ୍କର । ଏବେ ଏହାକୁ ରିକ୍ରିଏଟ୍ ଭର୍ସନ ଦେଇଛନ୍ତି ମିଥୁନ୍ ଓ ମନୋଜ ମୁନ୍ତାଶିର । କୁହାଯାଉଛି କି ଏହି ଫିଲ୍ମଟି ସୁପରହିଟ୍ ହେବ। ତେବେ ଫିଲ୍ମର ରିଲିଜ୍ ଅପେକ୍ଷାରେ ଦର୍ଶକ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories