Bollywood News / ଭାଇରାଲ ହେଉଛି ବୋଟକ୍ସ ଟ୍ରେଣ୍ଡ

Key Points
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବଲିଉଡରେ ଅନେକ ସେଲିବ୍ରିଟି ନିଜ ସୁନ୍ଦରତାକୁ ବଢାଇବା ପାଇଁ ଏବଂ ନିଜ ବୟସକୁ ଲୁଚାଇବା ପାଇଁ ପ୍ଲାଷ୍ଟିକ ସର୍ଜରି କରୁଛନ୍ତି । ଯେଉଁଥିପାଇଁ ସିଏ ଚର୍ଚ୍ଚାରେ ବି ରହୁଛନ୍ତି । କ୍ୟାଟ୍ରିନା କେଫ, ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମା ଭଳି ନାମୀଦାମୀ ହିରୋଇନ ଏହି ଟ୍ରିଟମେଣ୍ଟ କରାଇଛନ୍ତି। କିଛି ସେଲିବ୍ରିଟି ଓପନଲି ଏହାର ପ୍ରମୋଟ ମଧ୍ୟ କରୁଛନ୍ତି। ଏହି ପ୍ଲାଷ୍ଟିକ ସର୍ଜରୀରେ ଦୁଇଟି ଟର୍ମ ବୋଟକ୍ସ ଏବଂ ଫିଲର୍ସ ବହୁତ ଲୋକପ୍ରିୟ।
ନେଟଫ୍ଲିକ୍ସର ଏକ ପପୁଲାର ସିରିଜ ଫାବୁଲସ ଲାଇଭସ ଅଫ ବଲିଉଡ ୱାଇଭସର ଏକ ଏପିସୋଡରେ ନିଲମ କୋଠାରି ଅନ କ୍ୟାମେରା ବୋଟକ୍ସ ଟ୍ରିଟମେଣ୍ଟ ନେଉଛନ୍ତି ଆଉ ପ୍ରଶ୍ନ କରୁଛନ୍ତି କି କାହିଁକି ଲୋକମାନେ ଏହିସବୁ ଟିଟମେଣ୍ଟକୁ ଏତେ ବଡ କରି କହୁଛନ୍ତି? ଏସବୁ କରିବା ଦ୍ବାରା ତ ଜଣେ ମଣିଷ ଆହୁରି ଅଧିକ ସୁନ୍ଦର ଦେଖାଯାଏ । ତାକୁ ବହୁତ ଭଲ ଲାଗେ। ତାହେଲେ ବୋଟକ୍ସ କରିବାରେ ଅସୁବିଧା ହି କ'ଣ ?
ଏହିଭଳି ଅନେକ ବଲିଉଡ ସେଲିବ୍ରିଟି ବୋଟକ୍ସକୁ ପ୍ରମୋଟ କରୁଥିବାର ଦେଖିବାକୁ ମିଳେ। ଏମିତି କି ଏମାନେ ନିଜ ଝିଅ ମାନେ ଯେଉଁମାନେ ଇଣ୍ଡଷ୍ଟ୍ରିରେ ଲଞ୍ଚ ବି ହୋଇନାହାଁନ୍ତି ସେମାନଙ୍କର ବି ଏହି ଟ୍ରିଟମେଣ୍ଟ କରିଦେଉଛନ୍ତି। ନାଇସା ଦେବଗନ ,ସୁହାନା ଖାନ , ସନାୟା କପୂର ଲଞ୍ଚ ହେବା ପୂର୍ବରୁ ହିଁ ଏହି ଟ୍ରିଟମେଣ୍ଟ କରିଛନ୍ତି।
ଆଜି ଭାରତରେ ବୋଟକ୍ସର ପାର୍ଟି ହେଉଛି। ପୁଅ ଝିଅ ମାନେ ମ୍ୟାରେଜ ପୂର୍ବରୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ବୋଟକ୍ସ ଟ୍ରିଟମେଣ୍ଟ କରୁଛନ୍ତି। ଏମିତି କି କର୍ପୋରେଟସରେ ବି ବୋଟକ୍ସ କରିବା ଏକ ନୂଆ ଟ୍ରେଣ୍ଡ ହୋଇଗଲାଣି। ନେତା ମାନେ ବି ବୋଟକ୍ସ କରାଉଛନ୍ତି। ତେବେ ଏହି ବୋଟକ୍ସରେ ଏମିତି କଣ ଅଛି କି କର୍ପୋରେଟସଠୁ ନେଇ ପଲିଟିସିଆନ ଆଉ କିଟି ପାର୍ଟିରେ ବି ଏହାର ବ୍ୟବହାର କରାଯାଉଛି? ଜାଣିଲା ପରେ କି ଏହା ଜୀବନ ନେଇପାରେ ତା ପରେ ବି କାହିଁକି ଭାରତରେ ଏହାକୁ ଏତେ ମାତ୍ରାରେ ବ୍ୟବହାର କରାଯାଉଛି।
କିଛି ଏକ୍ସପର୍ଟ ଡାକ୍ତରଙ୍କ କହିବା ଅନୁସାରେ ତ ବୋଟକ୍ସ ସୁରକ୍ଷିତ ଅଟେ , ଏମିତି କି ସେମାନଙ୍କ କହିବା ଅନୁଯାୟୀ ଏହାଦ୍ବାରା ଲୋକଙ୍କର ଡିପ୍ରେସନ ଦୂର ହୋଇଯାଉଛି। ତାହେଲେ ବାସ୍ତବରେ ଏହାର ସତ କଣ? କଣ ବୋଟକ୍ସ ବ୍ୟବହାର କରିବା ସୁରକ୍ଷିତ ଏବଂ ଲାଭଦାୟକ? ଯଦି ହଁ ତାହେଲେ ଆପଣଙ୍କୁ ଟ୍ରିଟମେଣ୍ଟ ପୂର୍ବରୁ କେଉଁ କେଉଁ ଜିନିଷ ପ୍ରତି ସାବଧାନ ରହିବାକୁ ପଡିବ ?
ପ୍ରଥମେ ଆମେ ଜାଣିବା ବୋଟକ୍ସ ଏବଂ ଫିଲରସ କଣ? ଏହି ଦୁଇ ଟ୍ରିଟମେଣ୍ଟ ଭିତରେ ଫରକ କଣ ଅଛି ?
ବୋଟକ୍ସ ଏବଂ ସ୍କିନ ଫିଲର୍ସ ଉଭୟ ଏକ କେମିକାଲ ପ୍ରଣାଳୀ ଅଟେ। କିନ୍ତୁ ଏହି ଦୁଇଟି ଟ୍ରିଟମେଣ୍ଟ ଭିତରେ ଏକ ବଡ ପାର୍ଥକ୍ୟ ରହିଛି ଯାହା ବହୁତ କମ ଲୋକଙ୍କୁ ଜଣା । ପ୍ରଥମେ ଜାଣିବା ବୋଟକ୍ସ କଣ? ବୋଟକ୍ସ ବୋଟୋଲିନମ ଟକ୍ସିନ କେମିକାଲରେ ତିଆରି ଯାହା ଶରୀରରେ ଇନଜେକ୍ଟ କରିବା ମାତ୍ରେ ଯେଉଁ ଭାଗରେ ଇନଜେକ୍ଟ କରାଯାଇଥାଏ ସେହି ଭାଗ ସାମାନ୍ୟ ଭାବରେ ପାରାଲାଇଜଡ୍ ହୋଇଯାଏ। ସେହି ସ୍ଥାନରେ ଆଉ କୌଣସି ପ୍ରତିକ୍ରିୟା ହୁଏନାହିଁ କି ରିଙ୍କଲସ୍ ଏବଂ ଫାଇନ ଲାଇନ ଏସବୁ ଆସେନାହିଁ। କିନ୍ତୁ ଫିଲର୍ସ ବ୍ୟବହାର ପ୍ରାୟତଃ ସେହି ସ୍ଥାନରେ ହୋଇଥାଏ ଯେଉଁସ୍ଥାନକୁ ଟିକେ ଚଉଡା କରିବାର ଥାଏ । ମୁହଁରେ ଯେଉଁଠି ରିଙ୍କଲସ ଥାଏ ତା ତଳେ ଇନଜେକ୍ଟ କରି ଡର୍ମା ଫ୍ଲୁଏଡକୁ ଫିଲ କରାଯାଏ। ତା ସହିତ ଯଦି କୌଣସି ବ୍ୟକ୍ତିକୁ ତାର ଫେସର ଆକାର ବଦଳାଇବାର ଥାଏ ତାହା ମଧ୍ୟ ଫିଲରସ ଏବଂ ବୋଟକ୍ସ ସାହାଯ୍ୟରେ କରାଯାଇପାରେ।
📱 Get Argus News App
✨ତେବେ କିଛି ଫିଲ୍ମ ମଧ୍ୟ ଲୋକଙ୍କୁ ପ୍ରଭାବିତ କରେ,ତାର ଉଦାହରଣ ହେଉଛି ଗତବର୍ଷ ରିଲିଜ ହୋଇଥିବା ବାର୍ବି ଫିଲ୍ମ। ଏହି ଫିଲ୍ମ ରିଲିଜ ହେବା ପରେ ଟିକଟକ୍ ରେ #BARBIEBOTOX ଟ୍ରେଣ୍ଡ କରିବାରେ ଲାଗିଲା । ଝିଅ ମାନେ ବାର୍ବି ହେବା ପାଇଁ ବୋଟକ୍ସ ଟ୍ରିଟମେଣ୍ଟ ନେବା ଆରମ୍ଭ କଲେ। ଏହା ଏକ ଏମିତି ବୋଟକ୍ସ ଟ୍ରିଟମେଣ୍ଟ ଯେଉଁଥିରେ ଟକ୍ସିନ ବ୍ୟବହାର କରାଯାଇ ବେକର ମସଲକୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଫ୍ରିଜ କରାଯାଇଥାଏ ଯାହାଦ୍ବାରା ସେମାନଙ୍କର ବେକ ପୂରା ସ୍ଲିମ ଦେଖାଯାଏ। ଖାଲି ବେକରେ ନୁହେଁ ବାର୍ବି ଭଳି ଦେଖାଯିବା ପାଇଁ ନିଜ ଫେସରେ ବି ବୋଟକ୍ସ କରିବା ଆରମ୍ଭ କରିଦେଲେ। ଏହି ଟ୍ରେଣ୍ଡ ଟିକଟକ୍ ରେ ୧୧ ମିଲିଅନ ଭ୍ୟୁୟୁଜ ପାଇଥିଲା। ଭାରତରେ ଟିକଟକ ବ୍ୟାନ ହେବା ପରେ ବି ଏହି ଟ୍ରେଣ୍ଡ ଖୁବ ଭାଇରାଲ ହୋଇଥିଲା। ଏହି ଫିଲ୍ମ ଦେଖି ପୁରୁଷ ମାନେ ବି ନିଜ ଫେସରେ ବୋଟକ୍ସ କରିବା ଆରମ୍ଭ କରିଦେଲେ। ଯାହାର ନାଁ ସେମାନେ ଦେଲେ ବ୍ରୋଟକ୍ସ।
ଆମ ଭାରତୀୟ ସମାଜରେ ବୋଟକ୍ସ ବର୍ତ୍ତମାନ କମନ ହେବାରେ ଲାଗିଲାଣି। ମ୍ୟାରେଜଠୁ ଆରମ୍ଭ କରି କର୍ପୋରେଟସ ଏବଂ ରାଜନେତା ମାନେ ବି ବୋଟକ୍ସ କରାଉଛନ୍ତି।
ବର୍ତ୍ତମାନ ବିବାହ ପୂର୍ବରୁ ପୁଅ ଝିଅ ମାନେ ଏହି ଟ୍ରିଟମେଣ୍ଟ ନେଉଛନ୍ତି ଯାହାଦ୍ବାରା ସେମାନେ ପୂରା ସେଲିବ୍ରିଟି ଭଳି ଲୁକ୍ ପାଇବେ। ଡାକ୍ତରଙ୍କ କହିବା ଅନୁସାରେ ଏହି ଟ୍ରେଣ୍ଡ ଦେଶରେ ବଢିଚାଲିଛି। ବିବାହ ସିଜନ ଆସିବା ମାତ୍ରେ ଏହି ଟ୍ରଟମେଣ୍ଟ ୨୫ ପ୍ରତିଶତ ବଢିଯାଏ ।
ଭାରତରେ କିଟି ପାର୍ଟିର ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି ଯେଉଁଥିରେ ଷ୍ଟାଟରରେ ବୋଟକ୍ସ ଦିଆଯାଏ। ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ଏହି ଭଳି ପାର୍ଟି କେଉଁ କାଳରୁ ହୋଇଆସୁଛି। ଦିଲ୍ଲୀର ଜଣେ ବିଶିଷ୍ଟ ଫ୍ୟାଶନ୍ ଡିଜାଇନର୍ ରିତା ସେଠୀଙ୍କ କହିବା ଅନୁଯାୟୀ ଏହି ପାର୍ଟିରେ ମହିଳା ମାନେ ନିଜର ମହିଳା ସାଙ୍ଗ ମାନଙ୍କୁ ଏକ ସ୍ପେସିଆଲ ଇନଭିଟେସନ ଦେଇ ନିଜ ଘର ହେଉ କି ଫାର୍ମ ହାଉସ ନହେଲେ ହୋଟେଲକୁ ଡାକନ୍ତି। ସେଠାରେ ବୋଟକ୍ସ ଟ୍ରିଟମେଣ୍ଟ ଦିଆଯାଏ। ଆଉ ଏହି ଟ୍ରିଟମେଣ୍ଟକୁ କଷ୍ଟ ଇଫେକ୍ଟିଭ କରିବା ପାଇଁ ସେମାନେ ଗୋଟିଏ ସିରିଞ୍ଜ ସମସ୍ତଙ୍କୁ ଇନଜେକ୍ଟ କରନ୍ତି। ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ରାଜିବ ସେଖରିଙ୍କ କହିବା ଅନୁଯାୟୀ ଏହିଭଳି ଏକ ପାଟିଁରେ ଦୁଇଜଣ ମହିଳା ନିଜ ବେକର ରିଙ୍କଲସକୁ ହଟାଇବା ପାଇଁ ବୋଟକ୍ସ ନେଇଥିଲେ କିନ୍ତୁ ପରେ ତାଙ୍କୁ ଅଣନିଶ୍ବାସୀ ଅନୁଭବ ହେଲା ଆଉ ତାପରେ ସେମାନଙ୍କ ମୃତ୍ୟୁ ହୋଇଗଲା। କିନ୍ତୁ ଏବେ ବି ପାର୍ଟିରେ ଏହି ବୋଟକ୍ସ ଟ୍ରିଟମେଣ୍ଟ ଲାଗିରହିଛି। ଏହିଭଳି ଭାବରେ କର୍ପୋରେଟ ସେକ୍ଟରରେ ମଧ୍ୟ ସମସ୍ତଙ୍କଠାରୁ ସୁନ୍ଦର ଏବଂ କନଫିଡେଣ୍ଟ ଦେଖାଯିବା ପାଇଁ ବୋଟକ୍ସ ଏବଂ ଫିଲରସ ବ୍ୟବହାର କରାଯାଉଛି। ଏମିତି କି ପଲିଟିସିଆନ ମାନେ ବି ଏହି ଟ୍ରିଟମେଣ୍ଟ କରିଥାନ୍ତି। ଇଲେକସନ ଆସିବା ମାତ୍ରେ ସେମାନେ ରାଲି , ରୋଡ ଶୋ ଏବଂ ପ୍ରେସ କନଫରେନ୍ସ ଆଦି କରାଇଥାନ୍ତି। ସେଥିପାଇଁ କ୍ୟାମ୍ପେନିଙ୍ଗ ପୁର୍ବରୁ ଭଲ ଦେଖାଯିବା ପାଇଁ ବୋଟକ୍ସ ଏବଂ ଫିଲରସର ବ୍ୟବହାର କରିଥାନ୍ତି।
ତେବେ ଏସବୁ ବିଷୟରେ କହିବାର କାରଣ ଏହା ନୁହେଁ କି ଆପଣ ବୋଟକ୍ସ ଟ୍ରିଟମେଣ୍ଟ କରାନ୍ତୁନି। ବୋଟକ୍ସ ପୂରା ଖରାପ ନୁହେଁ ଯଦି ଶରୀରର କୌଣସି ବି ଭାଗ ଠିକ୍ ଦେଖାଯାଉନି, ଜଣେ ବ୍ୟକ୍ତି କନଫିଡେଣ୍ଟ ଅନୁଭବ କରୁନି ଆଉ ଏହି ଟ୍ରିଟମେଣ୍ଟ ଦ୍ବାରା ଯଦି ତାହା ଠିକ୍ ହୋଇପାରୁଛି ସିଏ ଭଲ ଅନୁଭବ କରୁଛି ତାହେଲେ ଠିକ୍ ଅଛି। କିନ୍ତୁ ବୋଟକ୍ସ କରିବା ପୂର୍ବରୁ କିଛି ବେସିକ୍ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଏବଂ ତାକୁ ଫଲୋ କରନ୍ତୁ। ଭାରତରେ ଅନେକ ଗୁଡିଏ ସାଲନ ଏବଂ ପାର୍ଲର ଇଲଲିଗାଲ ଭାବରେ ଫେକ୍ ଡାକ୍ତରଙ୍କ ଦ୍ବାରା ଏହି ଟ୍ରିଟମେଣ୍ଟ କରାଉଛନ୍ତି ତାହା ପୁଣି ସସ୍ଥାରେ ଯାହା ଆପଣଙ୍କ ଜୀବନ ନେଇପାରେ। ସେଥିପାଇଁ ସଠିକ୍ ଜାଗା ଏବଂ ପ୍ରଫେସନାଲଙ୍କ ପାଖରେ ହିଁ ଏହି ଟ୍ରିଟମେଣ୍ଟ କରାନ୍ତୁ।
ଏକ୍ସପର୍ଟଙ୍କ କହିବା ଅନୁଯାୟୀ ୧୦୦ ୟୁନିଟ୍ ବୋଟକ୍ସର ପ୍ରାଇସ ହେଉଛି ୧୬,୫୦୦। ଅରିଜିନାଲ ବୋଟକ୍ସର ଟ୍ରାଏଲ ପ୍ୟାକ ହିଁ ୬,୫୦୦ ରୁ ଷ୍ଟାଟ୍ ହୁଏ। କିନ୍ତୁ ଚାଇନଜ ବୋଟକ୍ସର ୧୦୦ ୟୁନିଟ୍ ୩୦୦୦ ରୁ ୫୦୦୦ ଭିତରେ ମିଳିଯାଏ। ଚାଇନାରୁ ବହୁତ କମ ଟଙ୍କାରେ ଏହି ପ୍ରଡକ୍ଟ ଆମ ଦେଶକୁ ଆସୁଛି। ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ବାରା ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହୁଏ, ପାରାଲାଇଜ ହୁଏ ଏବଂ କିଛି ମାମଲାରେ ମୃତ୍ୟୁ ବି ହୋଇଯାଏ। ସେଥିପାଇଁ ଏହି ସବୁ ପ୍ରଡକ୍ଟରୁ ଦୂରରେ ରୁହନ୍ତୁ।ତାସହିତ ସୋସଆଲ ମିଡିଆରେ ଆର୍ଡଭରଟାଇଜମେଣ୍ଟ ଦେଖି ମଧ୍ୟ ଲାଇସେନସ ନଥିବା ପାର୍ଲର କି ସାଲନରେ ଏହି ଟ୍ରିଟମେଣ୍ଟ କରାନ୍ତୁନାହିଁ। ଏହା ଇଲଲିଗାଲ ଅଟେ। କାରଣ ଏହି ସାଲନ ଗୁଡିକ ବିନା କୌଣସି ଏକ୍ସପର୍ଟଙ୍କ ସାହାଯ୍ୟରେ ଏହି ଟ୍ରିଟମେଣ୍ଟ କରାଉଛନ୍ତି।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
Related Topics
Explore more stories