Videos
|
Entertainment

Brahmastra 2 / ଆଲିଆ ଓ ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ସହ ଏକାଠି ନଜର ଆସିବେ ରଣବୀର ! ଖୁବଶୀଘ୍ର ବ୍ରହ୍ମାସ୍ତ୍ର-୨ର ସୁଟିଂ ଆରମ୍ଭ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଆଲିଆ ଓ ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ସହ ଏକାଠି ନଜର ଆସିବେ ରଣବୀର ! ଖୁବଶୀଘ୍ର ବ୍ରହ୍ମାସ୍ତ୍ର-୨ର ସୁଟିଂ ଆରମ୍ଭ
Brahmastra 2

Key Points

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବ୍ରହ୍ମାସ୍ତ୍ର-୨ର ସୁଟିଂ
ଆଲିଆ ଓ ରଣବୀର କପୁର ପୁଣି ଏକାଠି ନଜର ଆସିବେ
ରଣବୀରଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ବି ଏହି ଫିଲ୍ମରେ ସାମିଲ ହୋଇପାରନ୍ତି
ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ଆଗାମୀ ଫିଲ୍ମ 'ରାମାୟଣମ୍'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ପରେ ରଣବୀର ପୁଣିଥରେ ଆୟାନ ମୁଖାର୍ଜୀଙ୍କ ସହ ଫାଣ୍ଟାନ୍ସି ୟୁନିଭର୍ସ 'ବ୍ରହ୍ମାସ୍ତ୍ର'ରେ ବ୍ୟାକ୍ କରିପାରନ୍ତି । ଏହି ଫିଲ୍ମରେ ରଣବୀର ପତ୍ନୀ ଆଲିଆ ଭଟ୍ଟ ଓ ଜଣେ ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ସହିତ ସାଥୀରେ ନଜର ଆସିପାରନ୍ତି । ବ୍ରହ୍ମାସ୍ତ୍ରର ପ୍ରଥମ ଭାଗକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା ଓ ଏବେ ଦ୍ଵିତୀୟ ଭାଗର ସୁଟିଂ ଆସନ୍ତା ବର୍ଷ ୨୦୨୭ରୁ ଆରମ୍ଭ ହେବ ।

"ବ୍ରହ୍ମାସ୍ତ୍ର"ର ପ୍ରଥମ କିସ୍ତିରେ ରଣବୀର କପୁର ଶିବା ଭୂମିକାରେ ଅଭିନୟ କରିଥିଲେ ଏବଂ ଆଲିଆ ଭଟ୍ଟ ଈଶା ଭୂମିକାରେ ଅଭିନୟ କରିଥିଲେ । ଏହି ଯୋଡ଼ି ସିକ୍ୱେଲରେ ପୁଣି ଏକାଠି ହେବେ । ରିପୋର୍ଟ ଅନୁଯାୟୀ, ଆଲିଆ ପୁଣି ଥରେ ଈଶା ପାଲଟିବେ ଯେତେବେଳେ ରଣବୀରଙ୍କ ଦେବା ଭୂମିକା ମଧ୍ୟ ଶିବା ଚରିତ୍ର ସହ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

  • ଦୁଇଟି ଚରିତ୍ରରେ ନଜର ଆସିପାରନ୍ତି ରଣବୀର
"ବ୍ରହ୍ମାସ୍ତ୍ର ୨" ସମ୍ପର୍କରେ ସବୁଠାରୁ ଆକର୍ଷଣୀୟ ଖବର ହେଉଛି ରଣବୀର କପୁରଙ୍କ ଭୂମିକା । ରିପୋର୍ଟରେ ଦାବି କରାଯାଇଛି ଯେ ସେ ସିକ୍ୱେଲରେ ଶିବା ଏବଂ ଦେବା ଉଭୟ ଭୂମିକାରେ ଅଭିନୟ କରିପାରନ୍ତି । ଏହା ଫିଲ୍ମର କାହାଣୀକୁ ପ୍ରଥମ ଭାଗ ଅପେକ୍ଷା ବଡ଼ ସ୍ତରରେ ଆଗକୁ ନେବାର ଆଶା କରାଯାଉଛି ।

  • ହୋଇପାରେ ଦୀପିକା ପାଦୁକୋନଙ୍କ ଏଣ୍ଟ୍ରି
ଫିଲ୍ମରେ ଆଉ ଜଣେ ପ୍ରମୁଖ ଷ୍ଟାରଙ୍କ ଆଗମନକୁ ନେଇ ଚର୍ଚ୍ଚା ହେଉଛି । କିଛି ରିପୋର୍ଟ ଅନୁଯାୟୀ, ଆୟାନ ମୁଖାର୍ଜୀ ଏବଂ ତାଙ୍କ ଟିମ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଦୀପିକା ପାଦୁକୋନଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଅମୃତା ଭୂମିକା ପାଇଁ ଦୀପିକାଙ୍କ ସହ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି । ତଥାପି ତାଙ୍କ କାଷ୍ଟିଂ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ନିଶ୍ଚିତ ହୋଇନାହିଁ। ଯଦି ଦୀପିକା ଫିଲ୍ମରେ ଯୋଗ ଦିଅନ୍ତି, ତେବେ ଦର୍ଶକଙ୍କ ପାଇଁ "ବ୍ରହ୍ମାସ୍ତ୍ର-୨" ରେ ରଣବୀର କପୁର, ପତ୍ନୀ ଆଲିଆ ଭଟ୍ଟ ଏବଂ ଏକ୍ସ-ଗର୍ଲଫ୍ରେଣ୍ଡ ଦୀପିକା ପାଦୁକୋନଙ୍କୁ ଏକାଠି ଦେଖିବା ବହୁତ ଆକର୍ଷଣୀୟ ହେବ।

ପଢନ୍ତୁ ଏହି ଖବର: 'ସୁନୀତା ପ୍ରସ୍ତୁତ ହେବା ଉଚିତ...' ଦ୍ୱିତୀୟ ବିବାହ ନେଇ ଗୋବିନ୍ଦାଙ୍କ ବୟାନ ଭାଇରାଲ

  • ଆହୁରି ବିସ୍ତାର ହେବ 'ବ୍ରହ୍ମାସ୍ତ୍ର' ୟୁନିଭର୍ସ
"ବ୍ରହ୍ମାସ୍ତ୍ର: ପାର୍ଟ ୱାନ୍ - ଶିବା" ସହିତ ଆୟାନ୍ ମୁଖାର୍ଜୀ ଏକ ନୂତନ ଫାଣ୍ଟାସି ବ୍ରହ୍ମାଣ୍ଡ ଆରମ୍ଭ କରିଥିଲେ । ୨୦୨୨ରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟଙ୍କ ସହିତ ରଣବୀର ଏବଂ ଆଲିଆ ଭଟ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଦ୍ୱିତୀୟ ଭାଗ ଏବେ ଏହି ବ୍ରହ୍ମାଣ୍ଡର କାହାଣୀକୁ ଆହୁରି ବିସ୍ତାର କରିବାକୁ ଯୋଜନା ରଖିଛି । ବର୍ତ୍ତମାନ, "ବ୍ରହ୍ମାସ୍ତ୍ର-୨" ର ସ୍କ୍ରିପ୍ଟ ଏବଂ ପ୍ରି-ପ୍ରଡକ୍ସନ ଉପରେ କାମ ଚାଲିଛି। ଏପ୍ରିଲ ୨୦୨୭ରେ ସୁଟିଂ ଆରମ୍ଭ ହେବାର ଖବର ଏବଂ ଦୀପିକା ପାଦୁକୋନଙ୍କ ସମ୍ଭାବ୍ୟ ପ୍ରବେଶ ଫିଲ୍ମ ପାଇଁ ପ୍ରଶଂସକଙ୍କ ଉତ୍ସାହକୁ ବୃଦ୍ଧି କରିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: