|
logo
Live

Argus News - ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲପ୍ରୀତଙ୍କ ଭାଇ : ୨.୬କେଜି କୋକିନ ଜବତ

Entertainment

ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲପ୍ରୀତଙ୍କ ଭାଇ : ୨.୬କେଜି କୋକିନ ଜବତ

Ritu Das
Browse all articles by Ritu Das
·1 year ago·1 min read
ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲପ୍ରୀତଙ୍କ ଭାଇ : ୨.୬କେଜି କୋକିନ ଜବତ

ଅର୍ଗସ ବ୍ୟୁରୋ: ବଲିଉଡ ଓ ଡ୍ରଗ୍ସ ଏବେ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ କାରବାରକୁ ନେଇ ବଲିଉଡ ଉଠୁଥିଲା ପଡୁଥିଲା । ହେଲେ କିଛି ବର୍ଷର ବ୍ୟବଧାନ ପରେ ପୁଣି ବଲିଉଡରେ ଡ୍ରଗ୍ସ କାରବାରକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ଭାଇ ଅମନ ପ୍ରୀତ ସିଂ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି । ସେ ତାଙ୍କ ସହଯୋଗୀଙ୍କ ସହାୟତାରେ ହାଇଦ୍ରାବାଦକୁ କୋକିନ ସପ୍ଲାଏ କରୁଥିବା ବେଳେ ୨.୬ କିଲୋ କୋକିନ ଜବତ ହୋଇଛି।

ତେଲେଙ୍ଗାନା ଆଣ୍ଟି ନାରକୋଟିକ୍ସ ବିଭାଗ ୨.୬ କିଲୋ କୋକିନ ଜବତ କରିଛି । ଏହାକୁ ବିକ୍ରି କରିବାକୁ ହାଇଦ୍ରାବାଦ ଅଣାଯାଉଥିଲା । ଟିମ୍ ଏହାର ଖୋଲାସା କରିଛି । ଏହି ମାମଲାରେ ୩୦ ଜଣ ସମ୍ଭାବିତ ଗ୍ରାହକଙ୍କୁ ଚିହ୍ନଟ କରାଯାଇଛି । ଏହି ୩୦ ଜଣଙ୍କ ନାମ ହାଇଦ୍ରାବାଦ କମିଶନରଙ୍କ ନିକଟରେ ଦିଆଯାଇଛି। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଡ୍ରଗ୍ସ ମାମଲାରେ ଫସିଲେ ଅଭିନେତ୍ରୀ ରକୁଲପ୍ରୀତଙ୍କ ଭାଇ : ୨.୬କେଜି କୋକିନ ଜବତ | Argus News