Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ପତ୍ନୀଙ୍କ ଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ କୁନାଲ କପୁର

Ritu Das
Browse all articles by Ritu Das
·2 years ago·1 min read
ପତ୍ନୀଙ୍କ ଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ କୁନାଲ କପୁର

ଅର୍ଗସ ବ୍ୟୁରୋ: ମାଷ୍ଟର ସେଫ କୁନାଲଙ୍କୁ ତ ଆପଣ ନିଶ୍ଚିତ ଜାଣିଥିବେ। ସେଫ କୁନାଲଙ୍କୁ ନେଇ ଏକ ବଡ଼ ଅପଡେଟ ଆସିଛି। ବିବାହର ୧୬ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲିବ୍ରିଟି ସେଫ କୁନାଲ କପୁର। ଯିଏ ସମସ୍ତଙ୍କୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପରଷି ଦିଅନ୍ତି ଆଜି ତାଙ୍କରି ହିଁ ଜୀବନରେ ହିଁ ଭରିଯାଇଛି ପୋଡ଼ା ସ୍ବାଦ। 

୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ। ବିବାହର ୪ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ବିଗିଡ଼ିବାରେ ଲାଗିଥିଲା। ଏପରିକି ଏକତା ତାଙ୍କ ମା' ବାପାଙ୍କୁ ଅସମ୍ମାନ କରୁଥିବା କୁନାଲ କରୁଥିଲେ। ବାଧ୍ୟ ହୋଇ କୁନାଲ ପାରିବାରିକ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ କିନ୍ତୁ ଖାରଜ ହୋଇଯାଇଥିଲା। ଏହାପରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେଠାରେ ଶୁଣାଣି କରାଯାଇ କ୍ରୁରତା ଆଧାରରେ ତାଙ୍କ ପତ୍ନୀଙ୍କ ଠାରୁ ଛାଡପତ୍ର ମିଳିଛି। କୁନାଲଙ୍କ ବୈବାହିକ ସମ୍ପର୍କ ସିନା ଭଲ ନ ଥିଲା କିନ୍ତୁ ସେ ଜଣେ ସୁନ୍ଦର ମଣିଷ। ଆଜି ଦିଲ୍ଲୀ ହାଇକୋର୍ଟ ତାଙ୍କ ସ୍ତ୍ରୀଙ୍କ କ୍ରୂରତା ଆଧାରରେ କୁନାଲଙ୍କୁ ବଡ଼ ବିଜୟ ମିଳିଛି। 

ଏକତାଙ୍କ ବ୍ୟବହାର କୁନାଲଙ୍କ ପ୍ରତି ସହାନୁଭୂତି ପୂର୍ଣ୍ଣ ନ ଥିଲା। ଏପରିକି ମିଛ ଅଭିଯୋଗରେ ତାଙ୍କର ବ୍ୟକ୍ତିଗତ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି କୋର୍ଟ କହିଛନ୍ତି। କୁନାଲଙ୍କୁ ଏବେ ୪୪ବର୍ଷ। ସେ ଦିଲ୍ଲୀର ବାସୀନ୍ଦା। ପିଲାଟି ଦିନରୁ ତାଙ୍କୁ ରୋଷେଇ କରିବାର ସଉକ ଥିଲା। ଏହି କାରଣରୁ ସେ ସେଫ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଇନଷ୍ଟାରେ ତାଙ୍କ ୩ ମିଲିୟନ ଫଲୋର୍ସ ଅଛନ୍ତି। ସେ ଜଣେ ସେଲିବ୍ରିଟି ଜଜ ହୋଇଥିବାବେଳେ ମାଷ୍ଟରସେଫ ଇଣ୍ଡିଆର ଜଜ ଭାବେ ବେଶ ଜଣାଶୁଣା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Celebrity chef | Argus News