Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହା ପାଇଁ ଛାଡିଥିଲେ ନିଜ ଖରାପ ଅଭ୍ୟାସ ?

Entertainment

କାହା ପାଇଁ ଛାଡିଥିଲେ ନିଜ ଖରାପ ଅଭ୍ୟାସ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହା ପାଇଁ ଛାଡିଥିଲେ ନିଜ ଖରାପ ଅଭ୍ୟାସ ?

ଅର୍ଗସ ବ୍ୟୁରୋ:  ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ତାଙ୍କୁ ସମସ୍ତେ ନିଜ ଆଇଡଲ ମାନନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିଗ ବିଙ୍କର ଥିଲା କିଛି ଏଭଳି ଖରାପ ଅଭ୍ୟାସ ଯାହା ସିଏ ଛାଡିଦେଇଛନ୍ତି। ଏକ ପୁରୁଣା ସାକ୍ଷାତକାରରେ ଅମିତାଭ ଏ ବିଷୟରେ କହିଥିଲେ। ବିଗ ବି କହିଥିଲେ ଯେ, କୋଲକାତାରେ ମୁଁ ଦିନକୁ ୨୦୦ ସିଗାରେଟ ଟାଣୁଥିଲି। କିନ୍ତୁ ମୁମ୍ବାଇ ଆସିବା ପରେ ମୁଁ ଛାଡିଦେଇଥିଲେ। କିଛି ବର୍ଷ ପୂର୍ବେ ମୁଁ ସ୍ଥିର କଲି ଯେ, ମୋର ଏହା ଦରକାର ନାହିଁ। ଏହି ଅଭ୍ୟାସଗୁଡ଼ିକ ମୋତେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ। ଯେତେବେଳେ ମୁଁ ବିଦେଶରେ ଶୁଟିଂ କରେ, ଶାକାହାରୀ ଖାଦ୍ୟ ସମ୍ବନ୍ଧରେ ଏକ ସମସ୍ୟା ଅଛି। କିନ୍ତୁ ମୁଁ ଖାପଖୁଆଇ ଦେଉଛି। ଯେତେବେଳେ ସେ ଦିନକୁ ୨୦୦ ସିଗାରେଟ ଟାଣୁଥିଲେ। ଯାହା ସିଏ ବର୍ତ୍ତମାନ ଛାଡିଦେଇଛନ୍ତି। ଏପରିକି ସେ ଆମିଷ ଖାଉ ନାହାଁନ୍ତି। 
ଅମିତାଭ କୁହନ୍ତି, ମୁଁ ଏବେ ଧୂମପାନ କି ମଦ୍ୟପାନ କରେ ନାହିଁ। ଏପରିକି ମାଛମାଂସ ଖାଏ ନାହିଁ। ମୋ ପରିବାରରେ ମୋ ବାପା ଶାକାହାରୀ ଥିଲେ ଏବଂ ମୋ ମା’ ନ ଥିଲେ। ସେହିଭଳି, ଜୟା ମାଂସ ଖାନ୍ତି ଏବଂ ମୁଁ ଖାଏ ନାହିଁ। ମୁଁ ପୂର୍ବରୁ ମାଂସ ଖାଉଥିଲି । ମୁଁ ପୂର୍ବରୁ ମଦ୍ୟପାନ ଏବଂ ଧୂମପାନ କରୁଥିଲି, କିନ୍ତୁ ବର୍ତ୍ତମାନ ମୁଁ ସବୁକିଛି ଛାଡି ଦେଇଛି।

ଅମିତାଭ ବଚ୍ଚନ ଯେତେବେଳେ ଜାଣିଲେ ଯେ ଏସବୁ ଅଭ୍ୟାସ ସ୍ୱାସ୍ଥ୍ୟ ପକ୍ଷେ ହାନିକାରଣ, ସେ ଯଥାଶୀଘ୍ର ଏହାଠାରୁ ଦୂରେଇ ରହିଲେ। ବର୍ତ୍ତମାନ ସେ ଧୂମପାନ କିମ୍ବା ମଦ୍ୟପାନ କରନ୍ତି ନାହିଁ । କିଛି ଖରାପ ଅଭ୍ୟାସ ଛାଡିବା ଦ୍ୱାରା ଯଦି ନିଜର ଏବଂ ଅନ୍ୟମାନଙ୍କର ଭଲ ହେଉଛି ତେବେ ଏହାଠାରୁ ଦୂରେଇ ରହିବା ଭଲ। ଏବେବି ଅମିତାଭ ବଚ୍ଚନଙ୍କ ଫ୍ୟାନ୍ସ ସଂଖ୍ୟା ଖୁବ ଅଧିକ। ସିଏ ଯାହାବି କରନ୍ତି, ତାଙ୍କ ଫ୍ୟାନ୍ସ ,ସବୁକୁ ଆପଣାଇନିଅନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Sponsored
cigarette stop using amitabh bachchan | Argus News