କାହିଁକି କଙ୍ଗନାଙ୍କୁ ଚାପୁଡା ମାରିଲେ ? ଏବେ ନିଲମ୍ୱିତ ହେଲେ...

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାଓ୍ବତଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଚାପୁଡ଼ା ମାରିଲେ CISF ଗାର୍ଡ। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିନେତ୍ରୀ ଦାବି କରିଥିଲେ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣା ପରେ ତାଙ୍କୁ ଚାକିରିରୁ ନିଲମ୍ୱନ କରାଯାଇଥିବାବେଳେ ସେ ଗିରଫ ମଧ୍ୟ ହୋଇଛନ୍ତି। କଙ୍ଗନା ଭିସ୍ତାରା ଏୟାରଲାଇନ୍ସର ଏକ ବିମାନ ଯୋଗେ ଚଣ୍ଡିଗଡରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ତେବେ ସୁରକ୍ଷା ଯାଞ୍ଚ ସମୟରେ ମହିଳା କନଷ୍ଟବଳ କୁଲଓ୍ୱିନ୍ଦର କୌରଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ କୌର ତାଙ୍କୁ ଚାପୁଡା ମାରିବା ସହିତ ଗାଳି ଦେଇଥିବା କଙ୍ଗନା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ଏଥିନେଇ ଆନୁଷ୍ଠାନିକ ଭାବେ ଅଭିଯୋଗ ମଧ୍ୟ କରିଥିଲେ ସେ। ସେପଟେ କଙ୍ଗନାଙ୍କୁ ଚାପୁଡା ମାରିଥିବା ମହିଳା କନଷ୍ଟେବଳଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।
କର୍ମଚାରୀ ଜଣଙ୍କ କହିଛନ୍ତି, କଙ୍ଗନା ୧୦୦ ଟଙ୍କା ଲାଗି ଲାଗି ଚାଷୀ ଆନ୍ଦୋଳନରେ ବସୁଥିବା କଥା କହିଥିଲେ। ଯେତେବେଳେ ସେ ଏମିତି ବୟାନ ଦେଇଥିଲେ ସେତେବେଳେ ମୋର ମା' ବି ଆନ୍ଦୋଳନରେ ବସିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨