Videos
|
Entertainment

Jacqueline Fernandez / ଆମେରିକାରେ ଆମ ଘର ରେଡ୍ଡୀ, ଟ୍ରମ୍ପ ଦେଖିଲେ ଇର୍ଷା କରିବେ: ଠକ ସୁକେଶ

Banajyotshna Ray
Browse all articles by Banajyotshna Ray
·8 months ago·3 min read
ଆମେରିକାରେ ଆମ ଘର ରେଡ୍ଡୀ, ଟ୍ରମ୍ପ ଦେଖିଲେ ଇର୍ଷା କରିବେ: ଠକ ସୁକେଶ
Sukesh Chandrasekhar

Key Points

ଜ୍ୟାକଲିନଙ୍କୁ ଚିଠି ଲେଖିଲେ ସୁକେଶ
କହିଲେ, ଆମ ଘର ରେଡ୍ଡି
ଟ୍ରମ୍ପ ଦେଖିକି ଇର୍ଷା କରିବ
ଆଜି ହେଉଛି ଡିସେମ୍ୱର ୨୫ ଅର୍ଥାତ୍‌ ଖ୍ରୀଷ୍ଟମାସ। ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଭାଟିକାନ୍ ସିଟିରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବେଶ୍ ଧୂମଧାମରେ ଆୟୋଜିତ ହେଉଛି ଖ୍ରୀଷ୍ଟମାସ । ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ ପୂଜାପାଠ କରି ବଡ଼ଦିନ ଉତ୍ସବ ଆରମ୍ଭ କରିଥାନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ଏହି ଅବସରରେ ସମସ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଗିଫ୍ଟ ମଧ୍ୟ ଉପହାର ଦେଉଛନ୍ତି। ଠିକ ସେହିପରି ଖ୍ରୀଷ୍ଟମାସ ଅବସରରେ ଅଭିନେତ୍ରୀ ଜ୍ୟାକଲିନଙ୍କୁ ବଡ଼ ଉପହାର ଦେଲେ ଠକ ସୁକେଶ ଚନ୍ଦ୍ରଶେଖର। ଜେଲରେ ଥାଇ ବଡ଼ ଦିନରେ ଦେଇଛନ୍ତି ବଡ଼ ଉପହାର।କୋଟି କୋଟି ଟଙ୍କା ଠକେଇ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି ।

ଖ୍ରୀଷ୍ଟମାସ ଅବସରରେ ସୁକେଶ ଜ୍ୟାକଲିନଙ୍କୁ ଶୁଭେଚ୍ଛା ଦେଇଛନ୍ତି ଏବଂ ଆମେରିକାର ବେଭର୍ଲି ହିଲ୍ସରେ ଏକ ଭବ୍ୟ ବଙ୍ଗଳା ଉପହାର ଦେଇଛନ୍ତି । ଏହାକୁ ସେ ‘ଲଭ୍ ନେଷ୍ଟ୍’ କହିଛନ୍ତି । ସୁକେଶ ଚିଠିରେ ଲେଖିଛନ୍ତି ‘ତୁମକୁ ଖ୍ରୀଷ୍ଟମାସରେ ହାର୍ଦ୍ଦିକ ଶୁଭେଚ୍ଛା ବେବି । ଏହା ସେହି ପର୍ବ ଯାହା ମୋତେ ସର୍ବଦା ତୁମ ସହ ବିତାଇଥିବା ସ୍ୱତନ୍ତ୍ର ମୁହୂର୍ତ୍ତ ଓ ସ୍ମରଣୀୟ ଅନୁଭବ ଏବଂ ତୁମ ପାଇଁ ମୋର ପାଗଳାମି ଭରା ପ୍ରେମକୁ ମନେପକାଇ ଦିଏ । କେବଳ ସେତିକି ନୁହେଁ, ସୁକେଶ ଆହୁରି ଲେଖିଛନ୍ତି ‘ହଁ ମାଇଁ ଲଭ୍, ସେହି ଘର ଯାହାକୁ ମୁଁ ତୁମ ଓ ଆମ ପାଇଁ ଗଢ଼ିଥିଲି। ଯାହା ଶେଷ ହେବ ନାହିଁ ବୋଲି ତୁମକୁ ଲାଗୁଥିଲା । ବେବି, ଆଜି ଗର୍ବର ସହ କହୁଛି ଯେ ମୁଁ ତୁମ ପାଇଁ ଘର କାମ ଶେଷ କରିଦେଇଛି ଏବଂ ଆଜି ଖ୍ରୀଷ୍ଟମାସ ଅବସରରେ ତାହା ତୁମକୁ ଦେଉଛି । ଆମେ ପୂର୍ବରୁ ଯୋଜନା କରିଥିବା ଘରଠୁ ଏହା ବଡ଼ ଓ ଭଲ । ଘର ଚାରିପାଖରେ ଆମର ୧୯ ହୋଲ୍ର ଗଲ୍ଫ କୋର୍ସ ଅଛି । ସେ ଆହୁରି ଲେଖିଛନ୍ତି ‘ବେବି, ଏହି ବଙ୍ଗଳା ସମଗ୍ର ଆମେରିକାରେ ଏ ପ୍ରକାର ଏକମାତ୍ର ସ୍ଥାନ । ମୋର ବିଶ୍ୱାସ, ମଜାରେ ଯଦି କହିବି, ଆମ ଲଭ୍ ନେଷ୍ଟ୍ ଆମ ଭାଇ ଡୋନାଲ୍ଡ ଟ୍ରମ୍ପଙ୍କ ମାର୍-ଏ-ଲାଗୋକୁ ଈର୍ଷାନ୍ୱିତ କରାଇବ।

ସୁକେଶ ଏହା ପୂର୍ବରୁ ମଧ୍ୟ ହୋଲି, ଇଷ୍ଟର୍ ଓ ନିଜ ଜନ୍ମଦିନ ଭଳି ବିଭିନ୍ନ ଅବସରରେ ଜ୍ୟାକ୍ଲିଲିନ୍ଙ୍କୁ ଚିଠି ଲେଖିଛନ୍ତି। ତେବେ ଜ୍ୟାକଲିନ ଚିଠିକୁ ନେଇ ଆପତ୍ତି ଉଠାଇଥିଲେ । ସେ ଦିଲ୍ଲୀର ଏକ କୋର୍ଟରେ ଆବେଦନ ଦାଖଲ କରି ସୁକେଶଙ୍କ ବାରମ୍ବାର ଚିଠି ପଠାଇବା ଏବଂ ତାଙ୍କୁ ମାନସିକ ରୂପେ ବ୍ୟତିବ୍ୟସ୍ତ କରିବା ଉପରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ ।

ଏଥିସହ ପଢ଼ନ୍ତୁ: କୋହଲିଙ୍କ ପାଇଁ ପାଗଳ ଫ୍ୟାନ୍ସ, ମାନିଲେନି ବନ୍ଧ ବାଡ ଚଢ଼ିଗଲେ ଗଛରେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଁ ଦୁଃଖିତ ଯେ ଏହି ଖାସ୍ ଦିନରେ ତୁମକୁ ଉପହାର ଦେବା ସମୟରେ ତୁମ ସୁନ୍ଦର ହସକୁ ଦେଖିପାରୁନାହିଁ ବୋଲି ଚିଠିରେ ଲେଖିଛି ସୁକେଶ । ବେବି, ଏହି ମହାନ, ଗୌରବଶାଳୀ ଦିନରେ ମୁଁ ତୁମକୁ ‘ଦ ଲଭ୍ ନେଷ୍ଟ୍’ ଉପହାର ଦେଉଛି, ତୁମର, ଆମର ନୂଆ ଘର ବେଭର୍ଲି ହିଲ୍ସରେ'ରେ ବୋଲି କହିଛି ଠକ ସୁକେଶ। ତେବେ ଅଭିନେତ୍ରୀ ଏହାକୁ ନେଇ ଦାବି କରିଛନ୍ତି ଯେ, ମୋର କୌଣସି ଉପହାର ଆବଶ୍ୟକ ନାହିଁ। ସୁକେଶ ଏମିତି ମତେ ବାରମ୍ୱାର ଚିଠି ଲେଖିବା ଦ୍ୱାରା ମୁଁ ମାନସିକ ଚିନ୍ତାରେ ରହୁଛି। ତେଣୁ ଏହାକୁ ସୁକେଶ ଶୀଘ୍ର ବନ୍ଦ କରୁ।

ଏହା ପୂର୍ବରୁ ମଧ୍ୟ ଜେଲରୁ ପ୍ରେମିକାକୁ ନବରାତ୍ରିର ଶୁଭେଚ୍ଛା ଜଣାଇଥିଲା ମହାଠକ ସୁକେଶ ଚନ୍ଦ୍ରଶେଖର । ପ୍ରେମିକା ତଥା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ୯ ଦିନ ଉପବାସ ବ୍ରତ କରିବ ବୋଲି ଏକ ସ୍ୱତନ୍ତ୍ର ଚିଠି ଲେଖି ପଠାଇଥିଲା ସୁକେଶ । ଚିଠିରେ ଲେଖାଥିଲା କାଲିଠାରୁ ନବରାତ୍ରି ଆରମ୍ଭ ହେଉଛି, ଜ୍ୟାକଲିନଙ୍କ ମଙ୍ଗଳ ପାଇଁ ଏବଂ ତାଙ୍କ ଉପରୁ ସବୁ ବାଧାବିଘ୍ନ ଦୂର କରିବା ପାଇଁ ସେ ନବରାତ୍ରିିର ୯ ଦିନ ଯାକ ଉପବାସ କରିବେ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 


Related Topics

Explore more stories