Videos
|
Entertainment

ବିବାଦୀୟ ଅଭିନେତ୍ରୀ ରାଖି ସାଓ୍ବନ୍ତ କର୍କଟ ରୋଗରେ ପୀଡ଼ିତ!

Ritu Das
Browse all articles by Ritu Das
·2 years ago·1 min read
ବିବାଦୀୟ ଅଭିନେତ୍ରୀ ରାଖି ସାଓ୍ବନ୍ତ କର୍କଟ ରୋଗରେ ପୀଡ଼ିତ!

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ବିବାଦୀୟ ଅଭିନେତ୍ରୀ ରାଖି ସାଓ୍ବନ୍ତ। କର୍କଟ ରୋଗରେ ପୀଡ଼ିତ ହେଲେ ରାଖି ସାୱନ୍ତ। ପୂର୍ବତନ ସ୍ବାମୀ ରିତେଶ ରାଜ୍ ସିଂହ ଦେଲେ ସୂଚନା। ଗର୍ଭାଶୟରେ ଟ୍ୟୁମର ହୋଇଥିବାରୁ ଡାକ୍ତର କର୍କଟ ହୋଇଥିବା ନେଇ ଆଶଙ୍କା କରୁଥିବା କହିଛନ୍ତି ରିତେଶ। ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରୁଥିବା ରାଖି ସାୱନ୍ତ ଗତ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ। ନିଜ ଦ୍ବିତୀୟ ସ୍ବାମୀଙ୍କ ସହ ତାଙ୍କ ବିବାଦକୁ ନେଇ ଗତ କିଛି ମାସ ହେବ ଚର୍ଚ୍ଚାରେ ରହିଥିବା ରାଖି ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାମ୍ନାକୁ ଆସିଛି । ଡାକ୍ତରଖାନା ବେଡରେ ରାଖି ଶୋଇଥିବାର ଫଟୋ ଭାଇରାଲ ହେବା ପରେ କର୍କଟ ହୋଇଥିବା ନେଇ ଡାକ୍ତର ଆଶଙ୍କା କରୁଥିବା କହିଛନ୍ତି ରିତେଶ।

ଛାତି ଏବଂ ପେଟରେ ଯନ୍ତ୍ରଣା ହେବା ପରେ ରାଖିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ରିତେଶ କହିଛନ୍ତି। ସେ କହିଛନ୍ତି ଯେ, ଡାକ୍ତରମାନେ ରାଖିଙ୍କ ଗର୍ଭାଶୟରେ ଏକ ଟ୍ୟୁମର ଚିହ୍ନଟ କରିଛନ୍ତି। ଯେଉଁଥିପାଇଁ ଡାକ୍ତରମାନେ ସନ୍ଦେହ କରୁଛନ୍ତି ଯେ ରାଖିଙ୍କର କର୍କଟ ହୋଇଥାଇପାରେ। ତେବେ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ।

ରାଖିଙ୍କ ଡାକ୍ତରଖାନା ବେଡରେ ଶୋଇଥିବାର ଫଟୋ ଭାଇରାଲ ହେବା ପରେ ସେ ନାଟକ କରୁଥିବା କହୁଥିଲେ ଲୋକେ । ଏହା ଉପରେ ପ୍ରତିକ୍ରିୟା ନେଇ ରିତେଶ କହିଛନ୍ତି ଯେ, ଏହା ଥଟ୍ଟାର ବିଷୟ ନୁହେଁ। ରାଖି ଏବେ ଗୁରୁତର ଅଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Controversial actress | Argus News