Videos
|
Entertainment

Orry Summoned / ଡ୍ରଗ୍ସ ମାମଲାରେ ଓରିଙ୍କୁ ଘେରିଲା କ୍ରାଇମ୍‌ ବ୍ରାଞ୍ଚ, ଦାଉଦ ସହ ମିଶି..

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଡ୍ରଗ୍ସ ମାମଲାରେ ଓରିଙ୍କୁ ଘେରିଲା କ୍ରାଇମ୍‌ ବ୍ରାଞ୍ଚ, ଦାଉଦ ସହ ମିଶି..

Key Points

ବଲିଉଡରେ ଚାଲିଛି ଡ୍ରଗ୍ସ କାରବାର
ଡ୍ରଗ୍ସ ମାମଲାରେ ଓରିଙ୍କ ବଢିଲା ଅଡୁଆ
ଜେରା ପାଇଁ ନୋଟିସ ପଠାଇଲା ମୁମ୍ବାଇ ପୋଲିସ

ଡ୍ରଗ୍ସ କାରବାର ମାମଲାରେ ବଢ଼ିଲା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଓରିଙ୍କ ଅଡୁଆ । ଓରିଙ୍କୁ ନୋଟିସ୍‌ ପଠାଇଛି ମୁମ୍ୱାଇ ପୋଲିସ। ବଲିଉଡରେ ଓରିଙ୍କର ଭଲ ପରିଚୟ ଥିବାବେଳେ ତାଙ୍କର ଅନେକ ଫ୍ୟାନ ଫଲୋର୍ସ ରହିଛନ୍ତି । ମୁମ୍ବାଇ ପୋଲିସ ୨୫୨ କୋଟି ଡ୍ରଗ୍ସ ମାମଲାରେ ଓରିଙ୍କୁ ସମନ କରିଛି । ଓରି ନଭେମ୍ବର ୨୦ ତାରିଖ ଗୁରୁବାର ସକାଳ ୧୦ଟାରେ ଆଣ୍ଟି-ନାର୍କୋଟିକ୍ସ ସେଲ୍ ସମ୍ମୁଖରେ ହାଜର ହେବାକୁ ନୋଟିସ୍‌ ଜାରି ହୋଇଥିଲା । ଓରି ନିଜର ବୟାନ ଦେବା ପାଇଁ ମୁମ୍ୱାଇର ଘାଟକୋପର ୟୁନିଟରେ ପହଞ୍ଚିବାକୁ କୁହାଯାଇଥିଲା। ଏହି ମାମଲାରେ ଆଉ କିଏ କିଏ ସାମିଲ ଅଛନ୍ତି, ପୁରା ଘଟଣା କଣ ରହିଛି ଖୋଜୁଛି ମୁମ୍ୱାଇ ପୋଲିସ।

ମୁମ୍ବାଇ ପୋଲିସକୁ ସୂଚନା ମିଳିଥିଲା ଯେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ବନ୍ଧୁ ସଲିମ୍ ଡୋଲା ଏକ ଡ୍ରଗ୍ସ ସିଣ୍ଡିକେଟ୍ ଚଲାଉଥିଲେ। ଏହି ସିଣ୍ଡିକେଟ୍ ଦେଶର ସାତ କିମ୍ବା ଆଠଟି ରାଜ୍ୟକୁ ମେଫେଡ୍ରୋନ୍ ଡ୍ରଗ୍ସ ଯୋଗାଇଥିଲା । ଏହାସହ ବିଦେଶକୁ ମଧ୍ୟ ବହୁ ପରିମାଣରେ ଚୋରା ଚାଲାଣ କରୁଥିଲା। ସଙ୍ଗେ ସଙ୍ଗେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ବ୍ୟତୀତ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏହି ସମ୍ପୂର୍ଣ୍ଣ ନେଟୱାର୍କର ତଦନ୍ତ କରୁଛି । ଏହା ପୂର୍ବରୁ ମଧ୍ୟ ଓରି ବୈଷ୍ଣୋ ଦେବୀ ମନ୍ଦିର ନିକଟରେ ମଦ୍ୟପାନ କରିଥିବା ଅଭିଯୋଗ ହୋଇଥିଲା । ରିପୋର୍ଟ ଅନୁଯାୟୀ, କାଟ୍ରା ସ୍ଥିତ ଏକ ହୋଟେଲରେ ମଦ୍ୟପାନ କରିବା ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଥିଲା । କାଟ୍ରା ଏକ ଧାର୍ମିକ ସ୍ଥାନ, ଯେଉଁଠାରେ ମଦ୍ୟପାନ ଏବଂ ଆମୀଷ ଖାଦ୍ୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାପରେ ବି ଓରି ସେଠାରେ ମଦ୍ୟପାନ କରୁଥିବା ଖବର ପାଇଥିଲା ପୋଲିସ।

ଏଥିସହ ପଢ଼ନ୍ତୁ: ଖୁବଶୀଘ୍ର ଗିରଫ ହେବେ ଓରି, ଜାଣନ୍ତୁ ଓରି କିଏ, କେମିତି ହେଲେ ଭାଇରାଲ...

ଓରିଙ୍କ ପୂର୍ବରୁ, ଏହି ମାମଲାରେ ନୋରା ଫତେହିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ନୋରା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ବିଷୟରେ ନିଜର ମତ ରଖିଥିଲେ ଯେ, "ମୁଁ ପାର୍ଟିକୁ ଯାଏ ନାହିଁ। ମୁଁ ନିରନ୍ତର କାମ କରେ। ମୁଁ ଜଣେ କାମପ୍ରେମୀ। ମୁଁ ନିଜକୁ ଏପରି ଲୋକଙ୍କ ସହିତ ଜଡିତ କରେ ନାହିଁ। ଯେତେବେଳେ ମୋତେ ଛୁଟି ମିଳେ ଦୁବାଇରେ ଥିବା ମୋ ଘରେ ଏବଂ ବେଳାଭୂମିରେ ବନ୍ଧୁମାନଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରେ। ତୁମେ ଯାହା ପଢ଼ୁଛ ତାହା ଉପରେ ବିଶ୍ୱାସ କରନାହିଁ। ମୋ ନାଁକୁ ଧୀରେ ଧୀରେ ଟାର୍ଗେଟ୍ ହେବାକୁ ଯାଉଛି। କିନ୍ତୁ ମୁଁ ଏଥର ତାହା ହେବାକୁ ଦେବି ନାହିଁ; ଏହା ପୂର୍ବରୁ ମଧ୍ୟ ଘଟିଛି। ତୁମେ ମୋତେ ବର୍ବାଦ କରିବାକୁ ଚେଷ୍ଟା କଲ। ତୁମେ ମିଛ କହିଲ, କିନ୍ତୁ କିଛି କାମ ଦେଲା ନାହିଁ। ଲୋକମାନେ ମୋତେ ନିନ୍ଦା କରୁଥିବା ସମୟରେ ମୁଁ ଚୁପଚାପ୍ ଦେଖିଲି। ଦୟା କରି ମୋର ଫଟୋ ଏବଂ ନାଁକୁ ଏହି ମାମଲାରୁ ଦୂରରେ ରଖ, ଯାହା ସହିତ ମୋର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ ନୋରା।''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଲିଉଡରେ ଡ୍ରଗ୍ସ ଲିଙ୍କକୁ ନେଇ ଆଗରୁ ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଦୀପିକାଙ୍କ ସହ ସାରା ଅଲ୍ଲି ଖାନ୍ ଏବଂ ଶ୍ରଦ୍ଧା କପୁରଙ୍କ ସମେତ ୭ ଜଣଙ୍କୁ ସମନ୍ କରିଥିଲା ଏନ୍‌ସିବି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics

Explore more stories

Orry Summoned | Orry summoned by Mumbai Police in ₹252 crore drugs case | Argus News | Argus News