Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ଜାତୀୟ ପୁରସ୍କାର

ଅର୍ଗସ ବ୍ୟୁରୋ : ଓଡିଆର ଲୋକପ୍ରିୟ ଚଳଚ୍ଚିତ୍ର 'ଦମନ' କୁ ମିଳିଲା ଜାତୀୟ ପୁରସ୍କାର । ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ 'ଦମନ'କୁ ମିଳିଲା ପୁରସ୍କାର । ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ ପ୍ରଯୋଜକ ଓ ୨ ନିର୍ଦ୍ଦେଶକ । ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମିଳିଲା ପୁରସ୍କାର । ନିର୍ଦ୍ଦେଶକ ବିଶାଲ ମୋର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ହେଲେ ପୁରସ୍କୃତ । 

ଅଧିକ ପଢନ୍ତୁ : ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ମିଳିବ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ

ଆଜି ଅନୁଷ୍ଠିତ ହୋଇଥିବା ୭୦ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ , ଶ୍ରେଷ୍ଠ ଚଳଚ୍ଚିତ୍ର ଆଦିଙ୍କୁ ସମ୍ମାନ ଦିଆଯାଇଛି । ଫିଲ୍ମ 'କାନ୍ତାରା' ପାଇଁ ରିଷବ ସେଟ୍ଟୀଙ୍କୁ ମିଳିଛି ଜାତୀୟ ପୁରସ୍କାର ।  ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନିତ୍ୟା ମେନନ ଏବଂ ମାନସୀ ପାରେଖ ମଧ୍ୟ ପୁରସ୍କୃତ ହୋଇଛନ୍ତି ।  ସେହିପରି ମିଥୁନ ଚକ୍ରବର୍ତ୍ତଙ୍କୁ ମିଳିଛି ଦାଦା ସାହେବ ଫାଲକେ ପୁରସ୍କାର ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Daman' won the National Award for Best Odia Film | Argus News