Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

୧୯ବର୍ଷ ବୟସରେ ସୁହାନି ଭଟ୍ଟନାଗରଙ୍କ ପରଲୋକ

Ritu Das
Browse all articles by Ritu Das
·2 years ago·2 min read
୧୯ବର୍ଷ ବୟସରେ ସୁହାନି ଭଟ୍ଟନାଗରଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ 'ଦଙ୍ଗଲ'ରେ ସାନ ଝିଅ ବବିତା ଫୋଗାଟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟ୍ଟନାଗରଙ୍କ ଦେହାନ୍ତ ହୋଇଛି। ଆଜି ସୁହାନୀ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାତ୍ର ୧୯ ବର୍ଷ ବୟସରେ ସୁହାନି ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଖବର ଅନୁଯାୟୀ, ସେ ଦୀର୍ଘ ଦିନ ହେଲା ଦିଲ୍ଲୀ AIIMS ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନରେ ଫରିଦାବାଦରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ। ଏହି ଖବରରେ ପୁରା ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି। 

ମିଡିଆ ରିପୋର୍ଟସ ମୁତାବକ, କିଛି ଦିନ ପୂର୍ବରୁ ସୁହାନିଙ୍କ ଗୋଡରେ ଫ୍ରାକଚର ହୋଇଥିଲା। ଚିକିତ୍ସା ପାଇଁ ସେ ହସ୍ପିଟାଲ ଯାଇଥିଲେ। ଏବଂ ଫ୍ୟାକଚର ବହୁତ ସାରା ମେଡିସିନ ଖାଉଥିଲେ। ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ବହୁତ ମେଡିସିନ ଖାଉଥିବାରୁ ତାଙ୍କ ଶରୀରରେ ଏକ ତରଳ ପଦାର୍ଥ ଜମା ହୋଇଯାଇଥିଲା। ଆଉ ଏହି କାରଣରୁ ତାଙ୍କ ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି। 

ସୁହାନି ଭଟ୍ଟନାଗର ୨୦୧୬ ମସିହାରେ ଫିଲ୍ମ `ଦଙ୍ଗଲ' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ମୁଭିରେ ସୁହାନି ଆମିର ଖାନଙ୍କ ସହିତ ସ୍କ୍ରିନ ଶେୟାର କରିଥିଲେ। ଫିଲ୍ମରେ ଦୁଇ ଝିଅ ଗୀତା ଏବଂ ବବିତା ଚରିତ୍ର ଅଭିନୟ କରିଥିବା ଦୁଇଜଣ ଚାଇଲ୍ଡ ଆର୍ଟିଷ୍ଟଙ୍କ କାମକୁ ବେଶ ପ୍ରଶଂସା କରିଥିଲେ। ଦୁଇ ଜଣଙ୍କ କ୍ୟୁଟନେସ ଅଭିନୟ ମଧ୍ୟ ଦର୍ଶକଙ୍କୁ ବେଶ ଭଲ ଲାଗିଥିଲା। ଏହି ଫିଲ୍ମରେ ଲିଡ ରୋଲରେ ଆମିର ଖାନ,  ସାକ୍ଷୀ ତନଓ୍ବାର ଏବଂ ଜାୟରା ଓ୍ବାସିମଙ୍କ ସାଥୀରେ କାମ କରିବାପରେ ସୁହାନି କିଛି ଟିଭି ବିଜ୍ଞାପନ ମଧ୍ୟ କରିଥିଲେ। କିନ୍ତୁ ଏହାପରେ ଫିଲ୍ମଠାରୁ ଦୂରେଇ ଯାଇ ସୁହାନୀ ନିଜ ପାଠପଢ଼ା ଉପରେ ଧ୍ୟାନ ଦେଇଥିଲେ। ପାଠ ପଢ଼ା ପରେ ଫିଲ୍ମକୁ ବ୍ୟାକ କରିବାକୁ ଚାହୁଁଥିଲେ। କିନ୍ତୁ ସୁହାନିଙ୍କର ଏପରି ମୃତ୍ୟୁରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored