Videos
|
Entertainment

CelebrityWedding / ଓଲିଉଡରେ ଖୁସିଖବର…ଦୀପନ୍ୱିତ-ଶୀତଲଙ୍କ ସରିଲା ନିର୍ବନ୍ଧ…ଖୁବଶୀଘ୍ର ହେବ ବିବାହ

Ritu Das
Browse all articles by Ritu Das
·2 hours ago·2 min read
ଓଲିଉଡରେ ଖୁସିଖବର…ଦୀପନ୍ୱିତ-ଶୀତଲଙ୍କ ସରିଲା ନିର୍ବନ୍ଧ…ଖୁବଶୀଘ୍ର ହେବ ବିବାହ
Ollywood

Key Points

ଲୋକପ୍ରିୟ ଓଡ଼ିଆ ଅଭିନେତା ଦୀପନ୍ୱିତ ଦାଶମହାପାତ୍ର ଓ ଅଭିନେତ୍ରୀ ଶୀତଲ ପଟ୍ଟନାୟକଙ୍କ ଧୁମଧାମରେ ନିର୍ବନ୍ଧ ସରିଛି
ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରୁଛନ୍ତି ଓଲିଉଡ୍ ଅଭିନେତା । ଓଲିଉଡ ଜଗତରୁ ଫ୍ୟାନ୍ସଙ୍କ ପାଇଁ ଆସିଛି ଆଉ ଏକ ଖୁସିର ଖବର । ଲୋକପ୍ରିୟ ଓଡ଼ିଆ ଅଭିନେତା ଦୀପନ୍ୱିତ ଦାଶମହାପାତ୍ର ଓ ଅଭିନେତ୍ରୀ ଶୀତଲ ପଟ୍ଟନାୟକଙ୍କ ଧୁମଧାମରେ ନିର୍ବନ୍ଧ ସରିଛି। ଉଭୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିର୍ବନ୍ଧର ସୁନ୍ଦର ଫଟୋ ସେୟାର କରି ଏହି ଖୁସି ଖବରକୁ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି।

ନିର୍ବନ୍ଧ ଅବସରରେ ଦୀପନ୍ୱିତ ପାରମ୍ପରିକ ପୋଷାକରେ ନଜର ଆସିଥିବା ବେଳେ ଶୀତଳ ଲାଲ ଓ ସବୁଜ ରଙ୍ଗର ଶାଢ଼ୀରେ ଖୁବ ସୁନ୍ଦର ଦିଶୁଥିଲେ। ପରିବାର ସଦସ୍ୟ ଓ କ୍ଲୋଜ ରିଲେଟିଭଙ୍କ ଉପସ୍ଥିତିରେ ଉଭୟ ପରସ୍ପରଙ୍କୁ ମୁଦି ପିନ୍ଧାଇ ନୂଆ ଜୀବନର ଶୁଭାରମ୍ଭ କରିଛନ୍ତି। ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଓଲିଉଡର ଅନେକ କଳାକାର ଏବଂ ପ୍ରଶଂସକ ସୋସିଆଲ ମିଡିଆରେ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନେକ ସେଲିବ୍ରିଟି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ନିର୍ବଦ୍ଧ ସରିବା ପରେ ସାଙ୍ଗମାନଙ୍କ ସହିତ ଶୀତଲ ଟିକେ ଭାବୁକ ହୋଇପଡିଥିଲେ।

ଏହାସହ ପଢ଼ନ୍ତୁ: ୨ କୋଟିର ଅଫରକୁ ସିଧାସଳଖ ମନା କଲେ ସାଇ ପଲ୍ଲବୀ….ଭଉଣୀଙ୍କ ଯନ୍ତ୍ରଣା ପାଇଁ ନେଇଥିଲେ ବଡ଼ ନିଷ୍ପତ୍ତି


ଶୀତଳ ନିର୍ବଦ୍ଧ ଫଟୋ ପୋଷ୍ଟ କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, "Years ago we found each other. Today, we found forever. Here's to a lifetime of choosing each other, every single day." ଏହି ଭାବପ୍ରବଣ ବାର୍ତ୍ତା ସହ #Engaged ହ୍ୟାସଟ୍ୟାଗ ବ୍ୟବହାର କରି ସେମାନେ ନିଜ ସମ୍ପର୍କକୁ ସାର୍ବଜନୀନ କରିଛନ୍ତି।

ଦୀପନ୍ୱିତ ଦାଶମହାପାତ୍ର ଓଡ଼ିଆ ସିନେମା ଓ ଥିଏଟର ଜଗତର ଜଣେ ପରିଚିତ ଚେହେରା। ସେ ସମ୍ପ୍ରତି ମୁକ୍ତିଲାଭ କରିଥିବା 'ବିନ୍ଦୁ ସାଗର' ଫିଲ୍ମ ସମେତ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ଜାତୀୟ ପୁରସ୍କାର ପାଇଥିବା ଥିବା ଓଡ଼ିଆ ଚଳଚ୍ଚିତ୍ର 'ଦମନ'ରେ ବାବୁଶାନଙ୍କ ସହିତ ଦୀପନ୍ୱିତଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଥିଲେ ଦର୍ଶକ। ଶୀତଲ ମଧ୍ୟ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି। ଦୀପନ୍ୱିତ ଓ ଶୀତଳଙ୍କ ଏହି ନିର୍ବନ୍ଧ ଖବର ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି କରିଛି। ଦୁହିଁଙ୍କ ନିର୍ବନ୍ଧ ସେମାନଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ସରପ୍ରାଇଜଠୁ କମ୍ ନୁହେଁ। ସେମାନଙ୍କ ବିବାହ ତାରିଖ କେବେ ଘୋଷଣା କରିବେ ଏବେ ସମସ୍ତଙ୍କ ନଜର ରହିଛି। ନିର୍ବନ୍ଧର ୨ ଦିନ ପୂର୍ବରୁ ଶୀତଲ ୟୁ ଟ୍ୟୁବରେ ଆସି ଉଭୟଙ୍କ ସମ୍ପର୍କ ବିଷୟରେ କହିଥିଲେ ଆଉ କହିବାବେଳେ କାନ୍ଦି ପକାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: