ମା' ହେଲେ ଦୀପିକା: ଘରକୁ ଆସିଲା ରାଜକୁମାରୀ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂହଙ୍କ ଘରକୁ ଆସିଲା ଲକ୍ଷ୍ମୀ। ଅଭିନେତ୍ରୀ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଏବଂ ବର୍ତ୍ତମାନ ଉଭୟ ପିତାମାତା ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ଫ୍ୟାନ୍ସ ଏହି ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୀପିକା ପାଦୁକୋନ ୭ ସେପ୍ଟେମ୍ବରରେ ମୁମ୍ବାଇର ଏକ ହସ୍ପିଟାଲରେ ଆଡମିଟ ହୋଇଥିଲେ।
ସେତିକିବେଳୁ ଫ୍ୟାନ୍ସ ଚାହିଁ ବସିଥିଲେ ଏହି ଖୁସି ଖବର ଶୁଣିବାକୁ। ବର୍ତ୍ତମାନ ପିଙ୍କଭିଲା ରିପୋର୍ଟ ମୁତାବକ ଦୀପିକା ଏବଂ ରଣବୀର କନ୍ୟା ଶିଶୁର ମାଆ-ବାପା ହୋଇଛନ୍ତି। ଦୁହେଁ ବହୁତ ଖୁସି ଅଛନ୍ତି। କାରଣ ଦୀପିକା ସବୁବେଳେ ଝିଅ ଖୋଜୁଥିଲେ। ଆଉ ତାଙ୍କ ସ୍ବପ୍ନ ସତ ହୋଇଗଲା। ତେବେ ଏହି ଷ୍ଟାର ଦମ୍ପତ୍ତି ଡେଲିଭରୀର ଦୁଇ ଦିନ ପୂର୍ବରୁ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଥିଲେ। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ପ୍ରକାଶ ଥାଉ କି, ୨୦୧୮ ମସିହାରେ ରଣବୀର ସିଂ ଏବଂ ଦୀପିକା ଇଟାଲିର ଲେକ କୋମୋରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହର ୬ବର୍ଷ ପରେ ଉଭୟ ପିତାମାତା ହୋଇଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨