Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଦୀପିକା ପାଦୁକୋନଙ୍କ ଡେଲିଭରୀ ଡେଟ ସାମ୍ନାକୁ ଆସିଲା

Ritu Das
Browse all articles by Ritu Das
·1 year ago
ଦୀପିକା ପାଦୁକୋନଙ୍କ ଡେଲିଭରୀ ଡେଟ ସାମ୍ନାକୁ ଆସିଲା

ଅର୍ଗସ ବ୍ୟୁରୋ: ଦୀପିକା ପାଦୁକୋନ ଗତ କିଛିଦିନ ହେବ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ ଖୁବ ଶିଘ ରଣବୀର ସିଂହଙ୍କ ସହ ନିଜ ପ୍ରଥମ ଶିଶୁକୁ ଏହି ଦୁନିଆକୁ ସ୍ୱାଗତ କରିବେ । ଏହି ଦମ୍ପତ୍ତି ଫେବୃଆରୀ ୨୦୨୪ରେ ଘୋଷଣା କରିଥିଲେ ଯେ, ସେମାନେ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ୟାରେଣ୍ଟସ କ୍ଲବରେ ସାମିଲ ହେବେ । ଏଥିରେ ଦୀପିକା-ରଣବୀର ଏହା ଜାଣିବାକୁ ଉତ୍ସୁକ ଅଛନ୍ତି ଯେ, ସେପ୍ଟେମ୍ବରର କେଉଁ ତାରିଖରେ ଦୀପିକା ପାଦୁକୋନ ପିଲାକୁ ଜନ୍ମ ଦେବେ । ଏହାରି ମଧ୍ୟରେ, ଦୀପିକା ପାଦୁକୋନର ଡେଲିଭରୀ ଡେଟ ସାମ୍ନାକୁ ଆସିଛି ।

ସେଲିବ୍ରେଟ ପାପାରାଜୀ ଭାଇରାଲ ଭୟାନୀ ଦୀପିକା ପାଦୁକୋନଙ୍କ ଡେଲିଭରୀ ଡେଟକୁ ନେଇ ଏକ ପୋଷ୍ଟ କରିଛି, ଯେଉଁଥିରେ କୁହାଯାଇଛି ଯେ; ଅଭିନେତ୍ରୀ ୨୮ ସେପ୍ଟେମ୍ବରରେ ମାଆ ହୋଇପାରନ୍ତି । ଏହି ଖବରକୁ ନେଇ ରଣବୀର-ଦୀପିକାଙ୍କ ପକ୍ଷରୁ କିନ୍ତୁ କୋଣସି ପ୍ରତିକ୍ରିୟା ଆସିନାହିଁ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deepika Padukon's | Argus News