Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୫୦୦ କୋଟି ଟଙ୍କା ଠକେଇ ମାମଲାରେ ଜେରା: ରିୟା

Entertainment

୫୦୦ କୋଟି ଟଙ୍କା ଠକେଇ ମାମଲାରେ ଜେରା: ରିୟା

Banajyotshna Ray
Browse all articles by Banajyotshna Ray
·1 year ago·2 min read
୫୦୦ କୋଟି ଟଙ୍କା ଠକେଇ ମାମଲାରେ ଜେରା: ରିୟା

ଅର୍ଗସ ବ୍ୟୁରୋ:  ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍‌ ପଠାଇଛି ଦିଲ୍ଲୀ ପୋଲିସ। ହାଇବକ୍ସ ୟୁଜର୍ସଙ୍କଠାରୁ ୫୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ୫୦୦ରୁ ଅଧିକ ଅଭିଯୋଗ ଦାଖଲ କରାଯାଇଛି। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ୟୁଟ୍ୟୁବର୍ସ ସେମାନଙ୍କ ପେଜରେ ଏହି ମୋବାଇଲ ଆପ୍ଲିକେସନକୁ ଡାଉନଲୋଡ କରିବା ସହ ଆପ୍‌ ମାଧ୍ୟମରେ ନିବେଶ କରିବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା।

ହାଇବକ୍ସ ଆପ୍‌ ଏକ ବିନିଯୋଗ ଯୋଜନା ଭାବରେ ପରିଚିତ ହୋଇଛି। ୟୁଜର୍ସମାନେ ଏହି ଆପରେ ସାଇନ୍‌ ଅଫ୍‌ କରି ସେମାନଙ୍କର ଟଙ୍କା ବିନିଯୋଗ କରନ୍ତି। ଆପ୍‌ ଦାବି କରିଛି ଯେ ଦାବି ଏକରୁ ପାଞ୍ଚ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଇଥାଏ। ଏହା ବ୍ୟତୀତ, ଏହା ମଧ୍ୟ ଏକ ମାସରେ ୩୦-୯୦ ପ୍ରତିଶତ ରିଟର୍ଣ୍ଣ ନିଶ୍ଚିତ କରେ। ପ୍ରାରମ୍ଭରେ ଏହି ଆପ୍‌ ରିଟର୍ନ ଦେଇଥିଲା, କିନ୍ତୁ ଜୁଲାଇ ୨୦୨୪ରେ ବୈଷୟିକ ତ୍ରୁଟି ଯୋଗୁଁ ଏବଂ ଆଇନଗତତା ଦର୍ଶାଇ ଦେୟ ବନ୍ଦ ହୋଇଗଲା। ଏହାପରେ ଅନେକ ୟୁଜର୍ସ ଏହା ବିରୋଧରେ ଅଭିଯୋଗ କରିଥିଲେ।

ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ଥମିବାର ନାଁଧରୁନି  । HIBOX ଆପ୍‌ ସହିତ ୫୦୦ କୋଟି ଟଙ୍କା ଠକେଇ ମାମଲାରେ ପୋଲିସ ନୋଟିସ୍‌ ଜାରି କରିଛି। ଏହି ରିୟା ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଏହି ଆପରେ ବିନିଯୋଗ କରିବାକୁ କହିଥିବା ଅଭିଯୋଗ ହୋଇଛି। ଯାହା ଏକ ଜାଲିଆତି ଆପ୍‌। ରିୟାଙ୍କୁ ଅକ୍ଟୋବର ୯ରେ ଦ୍ୱାରକା ପୋଲିସ ଷ୍ଟେସନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ପୂର୍ବରୁ ୟୁଟ୍ୟୁବର ଏଲଭିଶ୍‌ ଯାଦବ ଏବଂ କେମେଡିଆନ ଅଭିନେତ୍ରୀ ଭାରତୀ ସିଂହଙ୍କୁ ମଧ୍ୟ ସମନ କରିଥିଲା ପୋଲିସ। କାହିଁକି ନା ସେମାନେ ଆପ୍‌ ପାଇଁ ବିଜ୍ଞାପନ କରିବା ଅଭିଯୋଗରେ ଜେରା ହେବେ। ସେହିପରି ଅନ୍ୟ ତିନି ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ନୋଟିସ୍‌ କରିଥିଲା ଦିଲ୍ଲୀ ପୋଲିସ। ଏନେଇ ପୋଲିସ ଏହି ମାମଲାର ମାଷ୍ଟରମାଇଣ୍ଡ ଶିବରାମଙ୍କୁ ଗିରଫ କରିଛି। ତାଙ୍କର ବିଭିନ୍ନ ଆକାଉଣ୍ଟରୁ ୧୮ କୋଟି ଟଙ୍କା ଜବତ କରାଯାଇଛି। ରିୟା ଚକ୍ରବର୍ତ୍ତୀଙ୍କୁ ଦିଲ୍ଲୀ ପୋଲିସ ନୋଟିସ୍‌ ଦେଇଛି।  ଏହା ପୂର୍ବରୁ ମଧ୍ୟ ରିୟା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ହାତ ଥିବା ନେଇ ଜେଲରେ ରହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Sponsored
Delhi police summons Rhea Chakraborty, Bharti Singh in Rs 500 crore app fraud investigation | Argus News