Dharmendra Deol / ବିଳାସପୂର୍ଣ୍ଣ ଗାଡି ପ୍ରତି ଥିଲା ଧର୍ମେନ୍ଦ୍ରଙ୍କ ଦୁର୍ବଳତା, ରଖିଥିଲେ ୬୫ ବର୍ଷ ପୁରୁଣା 'ଫିଆଟ୍'
·9 months ago·2 min read

Key Points
କେତେ ସମ୍ପତ୍ତିର ମାଲିକ ଧର୍ମେନ୍ଦ୍ର ଦେଓଲ
ବିଳାସପୂର୍ଣ୍ଣ କାର, ବିରାଟ ଫାର୍ମହାଉସ ଏବଂ ଅନେକ ବଡ଼ ବଡ଼ ଗାଡି

ଆଉ ନାହାନ୍ତି ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ। ୮୯ ବର୍ଷ ବୟସରେ ମୁମ୍ୱାଇ ଘରେ ଆଖି ବୁଜିଲେ ଧର୍ମେନ୍ଦ୍ର। ଅଭିନେତା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଧର୍ମେନ୍ଦ୍ରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକମାନେ ବିଶ୍ୱାସ କରିପାରୁ ନାହାଁନ୍ତି ଯେ ସେମାନଙ୍କର ପ୍ରିୟ ଅଭିନେତା ଆଉ ସେମାନଙ୍କ ସହିତ ନାହାନ୍ତି। ତାଙ୍କର ଶେଷ ଫିଲ୍ମ ଆସନ୍ତା ମାସରେ ମୁକ୍ତିଲାଭ କରିବାକୁ ଯାଉଛି। ଧର୍ମେନ୍ଦ୍ର ଦଶନ୍ଧି ଧରି ବଲିଉଡରେ ରାଜ କରିଥିଲେ ଏବଂ ତାଙ୍କ କଠିନ ପରିଶ୍ରମ ମାଧ୍ୟମରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଥିଲେ। ତେବେ ମୋଟ କେତେ ସମ୍ପତ୍ତିର ମାଲିକ ଧର୍ମେନ୍ଦ୍ର ? ତାଙ୍କର ରୁଚି କେଉଁ କେଉଁ ଜିନିଷରେ ଥିଲା।
କେତେ ସମ୍ପତ୍ତିର ମାଲିକ ଧର୍ମେନ୍ଦ୍ର ?
ସୂଚନାନୁସାରେ, ଧର୍ମେନ୍ଦ୍ରଙ୍କ ପାଖରେ ଅନେକ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ଅଛି । ମର୍ସିଡିଜ୍-ବେଞ୍ଜ୍ S-କ୍ଲାସ୍, ମର୍ସିଡିଜ୍-ବେଞ୍ଜ୍ SL500 ଏବଂ ଲ୍ୟାଣ୍ଡ ରୋଭର, ରେଞ୍ଜ ରୋଭର ଭଳି ମହଙ୍ଗା ଗାଡ଼ି ଏଥିରେ ସାମିଲ ରହିଛି । ତଥାପି, ତାଙ୍କର ପ୍ରିୟ ଗାଡ଼ି ହେଉଛି ୬୫ବର୍ଷ ପୁରୁଣା ଫିଆଟ୍। ତେବେ ଦୁନିଆରୁ ବିଦାୟ ନେବା ସହିତ ଧର୍ମେନ୍ଦ୍ର ଏହି ସବୁ ମୂଲ୍ୟବାନ ଜିନିଷ ଛାଡି ଯାଇଛନ୍ତି। ତାହାକୁ ଆଉ କିଏ ଉପଭୋଗ କରିବ। ରିପୋର୍ଟ ଅନୁଯାୟୀ, ଧର୍ମେନ୍ଦ୍ରଙ୍କର ୪୫୦ କୋଟି ମୂଲ୍ୟର ସମ୍ପତ୍ତି ରହିଛି। ସେ ତାଙ୍କ ଫାର୍ମହାଉସରେ ରହୁଥିଲେ। ଯେଉଁଠାରୁ ସେ ପ୍ରାୟତଃ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରୁଥିଲେ । ଧର୍ମେନ୍ଦ୍ରଙ୍କ ଫାର୍ମହାଉସ୍ ଚମତ୍କାର ଥିଲା। ଏହା ଖଣ୍ଡାଲାର ଲୋନାୱାଲାରେ ୧୦୦ ଏକର ଜମିରେ ବିସ୍ତୃତ ଥିଲା। ଏଥିରେ ସମସ୍ତ ସୁବିଧା ଥିଲା। ଧର୍ମେନ୍ଦ୍ର ସେଠାରେ ଚାଷ ମଧ୍ୟ କରୁଥିଲେ, ଯାହାର ଏକ ଝଲକ ସେ ପ୍ରାୟତଃ ତାଙ୍କ ପ୍ରଶଂସକମାନଙ୍କୁ ଦେଖାଉଥିଲେ।
ଏଥିସହ ପଢ଼ନ୍ତୁ: ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ, ହେଲେ ଶେଷ ଫିଲ୍ମ ଦେଖିବାକୁ ରହିଲେନି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଲିଉଡରେ ହି-ମ୍ୟାନ ଭାବେ ତାଙ୍କୁ ସମସ୍ତେ ଜାଣନ୍ତି। ଗତ କିଛି ଦିନ ତଳେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗୁଜବ ପ୍ରଚାର ହୋଇଥିଲା । କିନ୍ତୁ ଜୀବନ ମରଣ ସହ ଯୁଦ୍ଧ କରି ଶେଷରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ଅଭିନେତା । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ଗତ କିଛି ଦିନ ହେବ ପୀଡିତ ଥିଲେ ଧର୍ମେନ୍ଦ୍ର । କିଛି ଦିନ ଧରି ଧର୍ମେନ୍ଦ୍ର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହା ପରେ ତାଙ୍କୁ ଘରକୁ ନିଆଯାଇଥିଲା। ଘରେ ଧର୍ମେନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହେବାରୁ ଆମ୍ବୁଲାନ୍ସ ଡକାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ
ତାଙ୍କ ଘର ବାହାରେ ପ୍ରବଳ ଭିଡ ଜମିଛି । ସୁରକ୍ଷା କର୍ମୀ ବ୍ୟାରିକେଡ୍ ଲଗାଇଛନ୍ତି । ଧର୍ମେନ୍ଦ୍ରଙ୍କ ପୁରା ପରିବାର ସ୍ତ୍ରୀ ହେମା ମାଳିନୀଙ୍କ ସମେତ ଅନେକ ଅଭିନେତା ଅଭିନେତ୍ରୀ ତାଙ୍କର ଶେଷ ଦର୍ଶନ ପାଇଁ ଘରେ ପହଞ୍ଚିଛନ୍ତି । ବଲିଉଡ୍ର ହି-ମ୍ୟାନ୍ ଧର୍ମେନ୍ଦ୍ର ସାଢ଼େ ୬ ଦଶନ୍ଧୀ ଧରି ଦର୍ଶକଙ୍କୁ ମନୋରଞ୍ଜନ କରିଆସିଛନ୍ତି। ତାଙ୍କର ଦୀର୍ଘ କ୍ୟାରିୟରେ ସେ ଅନେକ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ନିଜର ଆଗାମୀ ଚଳଚ୍ଚିତ୍ର ‘ଇକ୍କିସ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦ ମଧ୍ୟ ଅଭିନୟ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Related Topics
Explore more stories