Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Bollywood News / ବକ୍ସଅଫିସରେ ଧମାଲ ମଚାଇଛି "ଧୁରନ୍ଧର" ମୁଭି...ତିନିଦିନ ମଧ୍ୟରେ ୪୦୦ କୋଟି ପାର

Ritu Das
Browse all articles by Ritu Das
·3 months ago·2 min read
ବକ୍ସଅଫିସରେ ଧମାଲ ମଚାଇଛି "ଧୁରନ୍ଧର" ମୁଭି...ତିନିଦିନ ମଧ୍ୟରେ ୪୦୦ କୋଟି ପାର
ବକ୍ସଅଫିସରେ ଧମାଲ ମଚାଇଛି "ଧୁରନ୍ଧର" ମୁଭି...ତିନିଦିନ ମଧ୍ୟରେ ୪୦୦ କୋଟି ପାର

Key Points

ରଣବୀର ସିଂହଙ୍କ ଅଭିନୀତ 'ଧୁରନ୍ଧର 2' ରିଲିଜ୍ ହେବା ପରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମ ମାତ୍ର ତିନି ଦିନ ମଧ୍ୟରେ 300 କୋଟି କ୍ଲବରେ ପ୍ରବେଶ କରିଛି।
ରଣବୀର ସିଂହଙ୍କ ଅଭିନୀତ 'ଧୁରନ୍ଧର 2' ରିଲିଜ୍ ହେବା ପରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଏହି ଫିଲ୍ମ ମାତ୍ର ତିନି ଦିନ ମଧ୍ୟରେ 300 କୋଟି କ୍ଲବରେ ପ୍ରବେଶ କରିଛି। ଏହି ଫିଲ୍ମଟି ବହୁଳ ଭାବରେ ପ୍ରଶଂସିତ ହୋଇଚି। ଶୋ’ଟି ସବୁ ଥିଏଟରରେ ହାଉସଫୁଲ ଅଛି। ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଧରଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଆସନ୍ତୁ ନଜର ପକାଇବା ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ ଉପରେ।
ଧୁରନ୍ଧର 2 ଆଦିତ୍ୟ ଧରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ତାଙ୍କ ଦ୍ୱାରା ଲିଖିତ ଏକ ହାଇଭୋଲଟେଜ ମୁଭି

ସଞ୍ଜୟ ଦତ୍ତ ଫିଲ୍ମରେ ଚୌଧୁରୀ ଅସଲମ ଭୂମିକାରେ ଅଭିନୟ କରିଛନ୍ତି।
ଅର୍ଜୁନ ରାମପାଲ ମେଜର ଇକବାଲ ଭୂମିକାରେ ଅଭିନୟ କରିଛନ୍ତି।
ଆର. ମାଧବନ, ସାରା ଅର୍ଜୁନ, ଏବଂ ରାକେଶ ବେଦୀଙ୍କ ଭଳି ଅଭିନେତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖାଦେଇଛନ୍ତି।
ପ୍ରଥମ ଦିନରେ ଫିଲ୍ମଟି 145.55 କୋଟି ସଂଗ୍ରହ କରିଛି।
ଦ୍ବିତୀୟ ଦିନରେ ୧୦୦ କୋଟି ସଂଗ୍ରହ କରିଛି।
ତୃତୀୟ ଦିନରେ ୧୧୩ କୋଟି ସଂଗ୍ରହ କରିଛି।
ଚତୁର୍ଥ ଦିନ ୧୧୪.୮୫ କୋଟି କଲେକ୍ସନ ହୋଇଛି। ଚତୁର୍ଥ ଦିନ ମଧ୍ୟରେ ଫିଲ୍ମଟି ସବୁ ରେକର୍ଡ ଭାଙ୍ଗି ୪୦୦ କୋଟିରୁ ଅଧିକ କଲେକ୍ସନ କରିଛି।

ଏଥିସହ ପଢ଼ନ୍ତୁ: ଦିନେ ଅକ୍ଷୟ ଖାନ୍ନାଙ୍କ ସହ କାମ କରିବାକୁ ଚାହୁଁନଥିଲେ ଫାରାହ; ଏବେ କହିଲେ ସତ 

ଆଜି ରାତି ସୁଦ୍ଧା ୫୦୦ କୋଟି ଟଙ୍କା କ୍ଲବରେ ସାମିଲ ହେବ।
ଏହି ଚଳଚ୍ଚିତ୍ର ଡିସେମ୍ବର ୨୦୨୫ ଚଳଚ୍ଚିତ୍ର ଧୂରନ୍ଧରର ଏକ ସିକ୍ୱେଲ୍। ଧୂରନ୍ଧରରେ ରଣବୀର ସିଂହ ହମଜା, ଜଣେ ଭାରତୀୟ ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ। ଅକ୍ଷୟ ଖାନ୍ନା ରେହମାନ, ଜଣେ ଡକାୟତ ଭୂମିକାରେ ଅଭିନୟ କରିଥିଲେ। ଅକ୍ଷୟ ଖାନ୍ନା ଫିଲ୍ମରେ ଏଭଳି ଅଭିନୟ କରିଛନ୍ତି ଯେ, ସମସ୍ତେ ତାଙ୍କର ଫ୍ୟାନ ହୋଇଯାଇଛନ୍ତି। ତାଙ୍କର ଅଭିନୟ ଚମତ୍କାର ଥିଲା, ଏବଂ ଅକ୍ଷୟଙ୍କ ଡ୍ୟାନ୍ସ ଭାଇରାଲ ହୋଇଥିଲା। ଦ୍ୱିତୀୟ ଭାଗରେ, ରଣବୀର ସିଂହ ହମଜା ଭୂମିକାରେ ଅଭିନୟ କରିଥିଲେ। ତାଙ୍କର କାହାଣୀ ମଧ୍ୟ ଫ୍ଲାସବ୍ୟାକରେ ପ୍ରକାଶିତ ହେଉଛି। ଯେଉଁଠାରେ ସେ ଜସକିରତ ସିଂହ ରଙ୍ଗୀ ଭାବରେ ତାଙ୍କର ପ୍ରକୃତ ପରିଚୟ ଦେଇଛନ୍ତି।

ଜସକିରତ ସିଂହ ରଙ୍ଗୀ କିପରି ହମଜା ହେଲେ ତାହାର କାହାଣୀ ମଧ୍ୟ ବର୍ଣ୍ଣନା କରାଯାଇଛି। ଧୂରନ୍ଧରର ପ୍ରଥମ ଭାଗ ୧୩୦୦ କୋଟିରୁ ଅଧିକ ଆୟ କରିଥିଲା। ଏବେ ଦେଖିବା ବାକି ଅଛି ଯେ ଧୁରନ୍ଧର ୨ ବକ୍ସ ଅଫିସରେ କେଉଁ ରେକର୍ଡ ଭାଙ୍ଗୁଛି।
ବିଶ୍ୱବ୍ୟାପୀ ମୁଭିର ରେକର୍ଡ

ଏହି ଚଳଚ୍ଚିତ୍ରଟି ଏବେ ବିଶ୍ୱବ୍ୟାପୀ ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ତାଲିକାରେ ଉପରକୁ ଉଠିଛି। ପୂର୍ବରୁ ଯେଉଁ ମୁଭି ଗୁଡ଼ିକ କଲେକ୍ସନରେ ବିଶ୍ବ ରେକର୍ଡ କରିଥିଲା ସେହି ସବୁ ମୁଭି ଗୁଡ଼ିକୁ ଧୁରନ୍ଧର ଅତିକ୍ରମ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି।

ସ୍ତ୍ରୀ ୨ (857.15 କୋଟି ଟଙ୍କା)
ଛାଭା (807.91 କୋଟି ଟଙ୍କା)
ଜବାନ (1160 କୋଟି ଟଙ୍କା)
ଧୁରନ୍ଧର ପାର୍ଟ୧ (1307.35 କୋଟି ଟଙ୍କା)
ସର୍ବକାଳୀନ ତାଲିକାର ଶୀର୍ଷରେ 2070 କୋଟି ଟଙ୍କା ସହିତ ଦଙ୍ଗଲ ରହିଛି, ଏହା ପରେ ଦ୍ୱିତୀୟ ସ୍ଥାନରେ ରହିଛି:
ବାହୁବଳୀ 2: ଦି କନକ୍ଲୁଜନ (1788.06 କୋଟି ଟଙ୍କା)
ପୁଷ୍ପା 2: ଦି ରୁଲ୍ (1742.10 କୋଟି ଟଙ୍କା)
KGF: ସିକ୍ବେଲ (1215 କୋଟି ଟଙ୍କା)
RRR (1230 କୋଟି ଟଙ୍କା)
କଳ୍କି 2898 AD (1042.25 କୋଟି ଟଙ୍କା)
କାନ୍ତାରା ପାର୍ଟ 1 (852.36 କୋଟି ଟଙ୍କା)

ଧୂରନ୍ଧର: ଦି ରେଭେଞ୍ଜ ବିଶ୍ୱ ରାଙ୍କିଂରେ ଦ୍ରୁତ ଗତିରେ ଉପରକୁ ଉଠିବ ବୋଲି ଆଶା କରାଯାଉଛି। ଏହି ଫିଲ୍ମଟି 2000 କୋଟି ଟଙ୍କା କ୍ଲବକୁ ଲକ୍ଷ୍ୟ ରଖିଛି। ଯାହା ଏପର୍ଯ୍ୟନ୍ତ କେବଳ ଦଙ୍ଗଲ ଦ୍ୱାରା ହାସଲ କରାଯାଇଛି।

ପଢନ୍ତୁ ଏହି ଖବର: ସାଉଥ୍‌ ଇଣ୍ଡଷ୍ଟ୍ରିକୁ ମାଟିରେ ମିଶେଇଦେବ ବଲିଉଡ୍‌, ଏମିତି କହିଲେ ରାମ ଗୋପାଳ ବର୍ମା...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dhurandhar Box Office Collection: 400 Crore in Just 3 Days | Argus News