Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Pakistani People Demand / ଧୁରନ୍ଧରର ଆୟ ଦେଖି ପାକିସ୍ତାନୀ ଛାନିଆ ! କହିଲା, ଆମକୁ ଭାଗ ଦିଅ...

Banajyotshna Ray
Browse all articles by Banajyotshna Ray
·3 months ago·2 min read
ଧୁରନ୍ଧରର ଆୟ ଦେଖି ପାକିସ୍ତାନୀ ଛାନିଆ ! କହିଲା, ଆମକୁ ଭାଗ ଦିଅ...
Pakistani People Demand

Key Points

ଧୁରନ୍ଧରର ଆୟ ଦେଖି ପାକିସ୍ତାନୀ ଛାନିଆ !
ମାଗିଲେ ଭାଗ, କହିଲେ ଏତେ ଆୟ କଲ ହେଲେ...
ଭାରତକୁ ନିଜ ଭାଗ ମାଗିଲା ପାକିସ୍ତାନ। କହିଲା ଆମକୁ କିଛି ଦେଇଦିଅ। ରିଲିଜ୍ ହେଲା ପରେ ଧୁରନ୍ଧର-୨କୁ ନେଇ ସବୁଠି ଚର୍ଚ୍ଚା । ଖୁବ୍ କମ୍ ଦିନରେ ଏହା ଶହଶହ କୋଟି ଟଙ୍କା ଆୟ କଲାଣି । ସବୁ ଅଭିନେତାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି ।ସୂଚନାଯୋଗ୍ୟ, ଧୁରନ୍ଧରରେ ରଣବୀର ସିଂ ଭାରତୀୟ ସ୍ପାଏ ହିସାବରେ ଚିତ୍ରଣ ହୋଇଛନ୍ତି । ସେ ପାକିସ୍ତାନରେ ହମଜା ନାଁରେ ରହିଛନ୍ତି । ଲାଏରୀକୁ ସେ ଏକ ମିଶନରେ ଯାଇଥିବା ବେଳେ ବିଭିନ୍ନ ଆତଙ୍କବାଦୀ ନେଟଓ୍ୱର୍କକୁ ଧ୍ୱଂସ କରୁଛନ୍ତି ।କମ୍ପେୟାରିଜନ ଟିଭି ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲାଏରୀରୁ ଏକ ଭିଡିଓ ସେୟାର କରିଛି ।

ଏଥିରେ ସେଠାକାର ଲୋକେ ଧୁରନ୍ଧର-୨କୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ସ୍ଥାନୀୟ ବ୍ୟକ୍ତି କହୁଛନ୍ତି ଯେ, ଲାଏରୀକୁ ଭିତ୍ତି କରି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏହା ଭିଆଇପି ଫିଲ୍ମ୍ । ଅନେକ ଆୟ କରିଛି । ଲାଏରୀ ଆଗକୁ ବିକଶିତ ହେଉ । ରାସ୍ତାଘାଟ ସବୁ ଠିକ୍ ହେଇଯାଉ ।ଏପରିକି ୟୁଟ୍ୟୁବର ଜଣଙ୍କ ଆଉ ଜଣେ ବ୍ୟକ୍ତିଙ୍କୁ ଧୁରନ୍ଧରରୁ କେତେ ଟଙ୍କା ମିଳିବା ଦରକାର ବୋଲି ପଚାରିଥିଲେ । ସେ ଏକାଥରେ ଲାଭର ୭୦ରୁ ୮୦ ପ୍ରତିଶତ ମିଳିବା ଆବଶ୍ୟକ । ସେମାନେ ଲାଏରୀର ନାଁ ବ୍ୟବହାର କରି ଆୟ କରୁଛନ୍ତି । ତେଣୁ ଲାଭରୁ ଭାଗ ଦେବା ଦରକାର ।ଦେଶ ତଥା ବିଦେଶରେ ମଧ୍ୟ ଫିଲ୍ମକୁ ନେଇ କ୍ରେଜ୍ ବଢିବାରେ ଲାଗିଛି ।

ଏବେସୁଦ୍ଧା ଚଳଚ୍ଚିତ୍ର ୧୧୦୦ କୋଟି ଟଙ୍କାର କାରବାର କରିସାରିଛି । ତେବେ ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଏହା ହାଇଲାଇଟରେ ।ଭାରତୀୟ ଫ୍ୟାନ୍ସମାନେ ମଧ୍ୟ ଏସବୁ ପ୍ରତିକ୍ରିୟାକୁ ନେଇ କମେଣ୍ଟ କରୁଛନ୍ତି । କେହିକେହି ଆଦିତ୍ୟ ଧାରଙ୍କଠୁ ଲାଏରୀର ଲୋକେ ବିକାଶ ଚାହୁଁଥିବା କହିଛନ୍ତି । ଆଉ କେତେଜଣ ଲାଏରୀରେ ଆଦିତ୍ୟଙ୍କ ନାଁରେ ରାସ୍ତା ହେବ ବୋଲି ମତ ପ୍ରକାଶ କରିଛନ୍ତି ।ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଯେ, ଯଦି ଧୁରନ୍ଧରକୁ ୧୦୦୦ କୋଟି ମିଳୁଛି ତେବେ ୫୦୦ କୋଟି ଲାଏରୀର ଲୋକଙ୍କୁ ଦେବା ଦରକାର । ଲାଭର ଅଧା ମିଳିଲେ ଏଠାକାର ରାସ୍ତାଘାଟ ଠିକ୍ ହୋଇପାରିବ । ପିଲାମାନେ ରାସ୍ତାରେ ଚାଲିଲେ ଗୋଡରେ ଆଘାତ ଲାଗିଯାଉଛି ।

ଏଥିସହ ପଢ଼ନ୍ତୁ: ବିବାହ ପୂର୍ବରୁ ଅସୁସ୍ଥ ହେଲେ ସବା, ୧୪ ଦିନରେ ୪ କିଲୋ ଓଜନ ହ୍ରାସ

ରିପୋର୍ଚ ଅନୁସାରେ, ଧୁରନ୍ଧର ଫିଲ୍ମଟି ପାକିସ୍ତାନରେ ଥିବା ଭାରତୀୟ ସ୍ପାଏଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଫିଲ୍ମରେ ପାକିସ୍ତାନ ବାବଦରେ ଅନେକ କିଛି ରହିଛି । ଯାହାକୁ ନେଇ ସେଠାକାର ଲାଏରୀ ସହର ୫୦୦ କୋଟି ଟଙ୍କା ଦାବି କରିଛି । ଏପରିକି ଫିଲ୍ମର ୭୦ରୁ ୮୦ ପ୍ରତିଶତ ସେୟାର ମାଗିଛି । ଏହାଦ୍ୱାରା ସହରର ବିକାଶ କରାଯିବ ବୋଲି ଲାଏରୀ କହିଛି । ଏତତ୍ ବ୍ୟତୀତ ଲାଏରୀର ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ଯେ, ସେମାନେ ଦୀର୍ଘଦିନ ହେବ ଅଞ୍ଚଳରେ ଭଲ ରାସ୍ତା ଦାବି କରୁଛନ୍ତି । ବିକାଶ ହେଉ ବୋଲି କହୁଛନ୍ତି । କିନ୍ତୁ କିଛି ସୁବିଧା ସୁଯୋଗ ମିଳୁନି । ଭାରତୀୟମାନେ କିଛି ସାହାଯ୍ୟ କରନ୍ତୁ ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistani People Demand | Pakistani people demand ₹500 crore from Aditya Dhar for Lyari as Dhurandhar 2 earns ₹1000 crore | Argus News | Argus News