Disha Salian Death Case / 'ହତ୍ୟା ପୂର୍ବରୁ ଝିଅ ସହ ହୋଇଥିଲା ଗଣଦୁଷ୍କର୍ମ'; ଦିଶା ସାଲିଆନ୍ ମାମଲାରେ CBIର ଏତଲାରେ ଅନେକ ବଡ଼ ନାଁ
·1 hour ago·2 min read

Key Points
ଦିଶା ସାଲିଆନ୍ଙ୍କ ମୃତ୍ୟୁର ପ୍ରାୟ ୬ ବର୍ଷ ପରେ ବଡ଼ ଅପଡେଟ୍ ଆସିଛି । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ CBI ଏତଲା କରିବା ସହ ତଦନ୍ତ ଭାର ହାତକୁ ନେଇଛି ।
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ରହି ସାରିଥିବା ଦିଶା ସାଲିଆନ୍ଙ୍କ ମୃତ୍ୟୁର ପ୍ରାୟ ୬ ବର୍ଷ ପରେ ବଡ଼ ଅପଡେଟ୍ ଆସିଛି । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ CBI ଏତଲା କରିବା ସହ ତଦନ୍ତ ଭାର ହାତକୁ ନେଇଛି ।
ଏବେ ସିବିଆଇର ଏତଲା କପି ସାମ୍ନାକୁ ଆସିବା ପରେ ଅନେକ ସଙ୍ଗୀନ ଦାବି ଥିବା ଜଣାପଡ଼ିଛି । ଯାହାର ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଯେଉଁଥିରେ ଗଣଦୁଷ୍କର୍ମ ଓ ହତ୍ୟାରୁ ନେଇ ପ୍ରମାଣ ନଷ୍ଟ, ପୋଲିସ ରେକର୍ଡରେ ପରିବର୍ତ୍ତନ ଏବଂ ଦିଶାଙ୍କ ମୋବାଇଲ୍ ଫୋନ୍ ସହ ଜଡ଼ିତ ଅଭିଯୋଗ ରହିଛି ।
FIRରେ କ'ଣ ଲେଖା ହୋଇଛି ?
ଏତଲା କପିରେ ଦିଶା ସାଲିଆନଙ୍କ ମୃତ୍ୟୁ ସହ ଜଡ଼ିତ ମୁଖ୍ୟ ଅପରାଧ, ଅପରାଧିକ ଷଡ଼ଯନ୍ତ୍ର, ପରେ ପ୍ରଚାର କରାଯାଇଥିବା ଆତ୍ମହତ୍ୟା ଗୁଜବ, ପ୍ରମାଣ ନଷ୍ଟ ଆଦିର ତଦନ୍ତ କଥା କୁହାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯେଉଁଥିରେ ଆଦିତ୍ୟ ଠାକରେ, ରୋହନ ରୟ, ଡିନୋ ମୋରିଆ, ସୂରଜ ପଞ୍ଚୋଲି, ଆଦିତ୍ୟ ଠାକରେଙ୍କ ବଡିଗାର୍ଡ, ରିୟା ଚକ୍ରବର୍ତ୍ତୀ, ସୋଭିକ ଚକ୍ରବର୍ତ୍ତୀ, ସଚିନ ବାଜେ, ପରମବୀର ସିଂହ, ତତ୍କାଳୀନ ଡିସିପି ବିଶାଳ ଠାକୁର, ଉଦ୍ଧବ ଠାକରେ, ଅନୀଲ ଦେଶମୁଖ, API ଅଶୋକ ଦେବଡେ, PI ଜଗଦେବ କଳାପାଡ଼, PI ଶୈଳେନ୍ଦ୍ର ନାଗରକର, PI ଚିମାଜୀ ଅଡ଼ାବ, PI ଅର୍ଜୁନ ରଜାନେ ଓ ମାଲୱାନୀ ପୋଲିସ ଥାନାର ସମ୍ବନ୍ଧିତ ଅଧିକାରୀଙ୍କ ନାଁ ରହିଛି । ସେ ସମୟରେ ପରମବୀର ସିଂହ ମୁମ୍ବାଇର ପୋଲିସ କମିଶନର ଥିଲେ । ଉଦ୍ଧବ ଠାକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ତେବେ କାହାରିକୁ ଅଭିଯୁକ୍ତ ଦର୍ଶାଯାଇ ନାହିଁ ।
ଏଥିସହ ପଢ଼ନ୍ତୁ: ରଣବୀର-ସାଇଙ୍କ ‘ସିଆ ରାମ’ ଲୁକ୍ ଭାଇରାଲ, ‘ରାମାୟଣ’କୁ ନେଇ ବଢ଼ିଲା ଫ୍ୟାନ୍ସଙ୍କ କ୍ରେଜ୍
ଏଥିସହ ଏତଲାରେ ବିଳମ୍ବରୁ ନେଇ ଶବ ବ୍ୟବଚ୍ଛେଦ କରିଥିବା ଡକ୍ଟର ଓ ଅନ୍ୟ ଷ୍ଟାଫଙ୍କ ନାଁ ଉଲ୍ଲେଖ ରହିଛି । SITର ବରିଷ୍ଠ ଅଧିକାରୀଙ୍କ ଭୂମିକାର ତଦନ୍ତ କଥା କୁହାଯାଇଛି । କିନ୍ତୁ ଏତଲାରେ କାହାରି ନାଁ ଆସିବା ଦ୍ଵାରା ବ୍ୟକ୍ତିଙ୍କ ଭୂମିକା ଯାଞ୍ଚ ନକରି ତାଙ୍କୁ ଅଭିଯୁକ୍ତ କିମ୍ବା ଦୋଷୀ କୁହାଯାଇ ପାରିବ ନାହିଁ । କରାଯାଇଥିବା ଦାବିର ଯାଞ୍ଚ ପ୍ରମାଣ ଆଧାରରେ ସିବିଆଇ କରିବ ।
୨୦୨୦ ଜୁନ୍ ୮ରେ ଦିଶାଙ୍କ ମୃତ୍ୟୁ
ଦିଶା ସାଲିଆନ୍, ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଥିଲେ । ଜୁନ୍ ୮ ତାରିଖରେ ମୁମ୍ବାଇର ମଲାଡ଼ ଅଞ୍ଚଳକ ଏକ ଉଚ୍ଚ ଅଟ୍ଟାଳିକାରୁ ଖସି ପଡ଼ିବାରୁ ଦିଶାଙ୍କ ମୃତ୍ୟୁ ହୋଇଥିଲା । ଦିଶାଙ୍କ ମୃତ୍ୟୁର କିଛିଦିନ ପରେ ଜୁନ୍ ୧୪ରେ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଆଖି ବୁଜିଥିଲେ । ଯାହା ପରେ ଦୁହିଁଙ୍କ ମାମଲାକୁ ନେଇ ଦୀର୍ଘ ସମୟ ଅନେକ ଚର୍ଚ୍ଚା ଲାଗି ରହିଥିଲା ।
ସେତେବେଳେ ଦିଶାଙ୍କ ମୃତ୍ୟୁ ମାମଲାରେ ପ୍ରଥମେ ମୁମ୍ବାଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରେ ତଦନ୍ତରୁ ଆତ୍ମହତ୍ୟାର କଥା ଆସିଥିଲା । ତଦନ୍ତରୁ ଷଡ଼ଯନ୍ତ୍ରର କୌଣସି ପ୍ରମାଣ ମିଳିନଥିବା କହିଥିଲା ପୋଲିସ ।

Related Topics
Explore more stories