Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଲିଆଙ୍କ ପାଇଁ ନକଲି ଟିକେଟ ବୁକିଂ କରୁଛନ୍ତି କରଣ...

Entertainment

ଆଲିଆଙ୍କ ପାଇଁ ନକଲି ଟିକେଟ ବୁକିଂ କରୁଛନ୍ତି କରଣ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଲିଆଙ୍କ ପାଇଁ ନକଲି ଟିକେଟ ବୁକିଂ କରୁଛନ୍ତି କରଣ...

ଅର୍ଗସ ବ୍ୟୁରୋ:  କରଣ ଜୋହର। ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା । ଯିଏ ଅନେକ କଣ୍ଟ୍ରୋବର୍ଷିରେ ସବୁବେଳେ ଥାନ୍ତି। ବର୍ତ୍ତମାନ ଏଭଳି ଏକ ଖବର ଭାଇରାଲ ହେଉଛି, ଯାହାକୁ ନେଇ ସବୁଠି ଚର୍ଚ୍ଚା। କରଣ ଜୋହରଙ୍କୁ ଟାର୍ଗେଟ କରି ବଲିଉଡର ମାଫିଆ କହିଲେ ଦିବ୍ୟା। କେବଳ କରଣ ନୁହଁନ୍ତି ଆଲିଆ ଭଟ୍ଟଙ୍କୁ ମଧ୍ୟ ସିଧା ସିଧା ଟାର୍ଗେଟ କରିଛନ୍ତି ଦିବ୍ୟା। ମିଛୁଆ ଏବଂ ଡୁପ୍ଲିକେଟ ଲୋକ ବୋଲି କହିଛନ୍ତି ଦିବ୍ୟା। ତେବେ କାହିଁକି ଏପରି କହିଲେ ଦିବ୍ୟା ବୋଲି ସବୁଠି ଚର୍ଚ୍ଚା। ଘଟଣାକ୍ରମ କିଛି ଏପରି ରହିଛି, ଯାହା ଶୁଣିଲେ ଆପଣ ବଲିଉଡର ସତ ଜାଣିଯିବେ। ତେବେ ଦିବ୍ୟାଙ୍କ ଏହି କତାରେ କେତେ ସତ ଏବଂ କେତେ ମିଛ ରହିଛି ତାହା ତ ଜଣାନାହିଁ, କିନ୍ତୁ ଦିବ୍ୟା ପ୍ରମାଣ ସତ କିଚି ଏପରି ଅଭିଯୋଗ କରିଛନ୍ତି। ଦିବ୍ୟା କହିଛନ୍ତି ଲୋକ ମିଛ କଲେକ୍ସନ୍‌ ଘୋଷଣା କରି  ଏବଂ ଟିକେଟ୍‌ କିଣି ଫିଲ୍ମଗୁଡ଼ିକୁ ହିଟ୍‌  କରାଉଛନ୍ତି । ଏଥିରୁ ସ୍ପଷ୍ଟ ଯେ ଯାହା  ପାଖରେ ଟଙ୍କା ଅଛି ସେ ଇଣ୍ଡଷ୍ଟ୍ରିରେ  ତିଷ୍ଠିପାରିବ, ନୂଆ ପ୍ରତିଭା ସଂଘର୍ଷ   କରୁଥିବେ । ଦିବ୍ୟାଙ୍କ ଏହି ଅଭିଯୋଗକୁ   ଖଣ୍ଡନ କରିବାକୁ ଯାଇ କରନ ତାଙ୍କୁ ମୂର୍ଖ   ବୋଲି କହିଥିଲେ । ଏ କଥା ମଧ୍ୟ ଦିବ୍ୟା   ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ ।   ଏଭଳି ମନ୍ତବ୍ୟ କେତେ ଠିକ୍‌ ବୋଲି  ସେ କରନଙ୍କୁ ପଚାରିଥିଲେ ବୋଲି ଦିବ୍ୟା କହିଥିଲେ।

ନିକଟରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଜିଗ୍‌ରା’କୁ ନେଇ  ବିବାଦ । ଫିଲ୍ମ ସହ ସଂଶ୍ଳିଷ୍ଟ କରନ ଜୋହର  ଓ ଆଲିୟା ଭଟ୍ଟଙ୍କୁ ଖୋଲାଖୋଲି ସମାଲୋଚନା  କରିଛନ୍ତି ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ।  ‘ଜିଗ୍‌ରା’ର ବକ୍ସ ଅଫିସ୍‌ କଲେକ୍ସନ୍‌ ବଢ଼ାଇବା  ପାଇଁ ଉଭୟ ଆଲିୟା ଓ କରନ ନକଲି ଟିକେଟ୍‌  ବୁକିଂରେ ସଂପୃକ୍ତ ଥିବା ‘ସାବୀ’ ନାୟିକା ଦିବ୍ୟା  ଅଭିଯୋଗ କରିଥିଲେ । ନିଜର ଦାବିକୁ ସତ କରିବା ଲାଗି ଫିଲ୍ମ ପ୍ରଦର୍ଶିତ ହେଉଥିବା  ଏକ ଖାଲି ଥିଏଟର୍‌ର ଫଟୋ ମଧ୍ୟ ଶେୟାର  କରିଥିଲେ । 
ତେବେ, ସଦ୍ୟ ସାକ୍ଷାତକାରରେ  ଆଲିୟାଙ୍କୁ ସୁରକ୍ଷା ଦେଇ ଦିବ୍ୟା କହିଛନ୍ତି,  ଆଲିୟା ଜଣେ ଲୋକପ୍ରିୟ ଓ ପ୍ରତିଷ୍ଠିତ  ଅଭିନେତ୍ରୀ ହୋଇଥିବାରୁ ଏ ପ୍ରକାର ଟ୍ରିକ୍‌ ଉପରେ ନିର୍ଭର କରିବାର ଆବଶ୍ୟକତା  ତାଙ୍କର ନାହିଁ । ଭୁଲ ବିରୋଧରେ ଠିଆ ହେବା ହିଁ  ବାସ୍ତବ ବୀରତ୍ୱ। ଟଙ୍କା ଓ ପ୍ରଭାବ  ଉପରେ ଭରସା କରିବା ଅପେକ୍ଷା ନିଜର ଦକ୍ଷତା ଉପରେ ଫିଲ୍ମର  ସଫଳତାକୁ ଦର୍ଶକ ସ୍ଥିର କରିବା  ଉଚିତ୍‌ ବୋଲି ସେ କହିଛନ୍ତି । ନକଲି  ବକ୍ସ ଅଫିସ୍‌ କଲେକ୍ସନ୍‌ ଖବର  ଜରିଆରେ କିଛି ଗଣମାଧ୍ୟମ ଖରାପ  ଫିଲ୍ମକୁ ପ୍ରୋତ୍ସାହନ ଦେଉଛନ୍ତି । ଭଲ  ଫିଲ୍ମ ସଫଳ ହେଲେ ମଧ୍ୟ କେହି ତା’  ବିଷୟରେ କଥା ହେଉନାହାନ୍ତି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: 

Sponsored
Divya Khossla blasts Karan Johar, Alia Bhatt, says Jigra ‘copy’ of Savi | Argus News