Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଝିଅକୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଦିବ୍ୟା ସେଠ

Entertainment

ଝିଅକୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଦିବ୍ୟା ସେଠ

Ritu Das
Browse all articles by Ritu Das
·1 year ago·1 min read
ଝିଅକୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଦିବ୍ୟା ସେଠ

ଅର୍ଗସ ବ୍ୟୁରୋ: ବଲିଉଡ ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବଲିଉଡ ଅଭିନେତ୍ରୀ ଦିବ୍ୟା ସେଠ ଶାହ ତାଙ୍କର ଝିଅ ମିହିକା ଶାହଙ୍କୁ ହରାଇ ଦେଇଛନ୍ତି। ଏହି ଦୁଃଖଦ ଖବରର ସୂଚନା ନିଜେ ଦିବ୍ୟା ସେଠ ସମସ୍ତଙ୍କୁ ଦେଇଛନ୍ତି।

ଦିବ୍ୟା ଫେସବୁକରେ ଏକ ପୋଷ୍ଟ ଶେୟାର କରିଛନ୍ତି। ‌ଯେଉଁଥିରେ ସେ ତାଙ୍କ ଝିଅଙ୍କ ଆତ୍ମାର ସଦଗତି ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟ ଜରିଆରେ ଦିବ୍ୟାଙ୍କ ଝିଅ ମିହିକାଙ୍କ ଅଗଷ୍ଟ ୫ ତାରିଖରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।
ମିହିକାଙ୍କ ପାଇଁ ପ୍ରାର୍ଥନା ସଭା ଅଗଷ୍ଟ ୮ ତାରିଖ  ସନ୍ଧ୍ୟା ୪ଟା ରୁ ୬ପର୍ଯ୍ୟନ୍ତ ସମୟ ରଖାଯାଇଛି। ପରିବାର ସମେତ ସମସ୍ତ ବନ୍ଧୁ, ସମ୍ପର୍କୀୟ ଓ ଜଣାଶୁଣା ଲୋକଙ୍କୁ

ସିନ୍ଧ କଲୋନି କ୍ଲବ ହାଉସରେ ଏକାଠି ହେବାକୁ ଦିବ୍ୟା ତାଙ୍କ ପୋଷ୍ଟରେ ଅନୁରୋଧ କରିଛନ୍ତି। ଜୁଲାଇ ୨୯ ତାରିଖରେ ଦିବ୍ୟା ଝିଅ ମିହିକା ଓ ମା’ ସୁଷମାଙ୍କ ସହିତ ଏକ ପୋଷ୍ଟ ଶେୟାର କରିଥିଲେ। ଯେଉଁଥିରେ ମା’ ଝିଅ ତିନିଜଣ ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା।।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିବ୍ୟାଙ୍କ ପାଖଲୋକଙ୍କ କହିବାନୁସାରେ, ମିହିକାଙ୍କୁ ଜ୍ବର ହୋଇଥିଲା। ସେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ବି ଯାଇଥିଲେ। କିନ୍ତୁ ତାଙ୍କ ଜ୍ବର କମି ନଥିଲା। ତାଙ୍କ ମୁଣ୍ଡର ଶିରା ପ୍ରଶିରା ଫାଟିଯାଇଥିବା। ଜଣାପଡ଼ିଥିଲା। ଶେଷରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
Divya Seth | Argus News