ଏଲଭିଶ୍ଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ଇଡି
·2 years ago

ଅର୍ଗସ ବ୍ୟୁରୋ: ପୁଣି ବଢ଼ିଲା youtuber ତଥା ବିଗ୍ ବସ୍ OTT2 ବିଜେତା ଏଲଭିଶ୍ ଯାଦବଙ୍କ ଅଡୁଆ। ଅଭିନେତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏବେ ଏହି ଘଟଣାର ତଦନ୍ତ ଚାଲିଛି। ନିକଟରେ ସାପ ବିଷ ମାମଲାରେ ଏଲଭିଶ ଯାଦବ ଥିଲେ। ସାପ ବିଷ କିଣିବା ଏବଂ ବିକ୍ରୟ ମାମଲାରେ ଇଡି ଏଲଭିଶ ଯାଦବଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ ଅଧିନରେ ଏକ ମାମଲା ରୁଜୁ କରିଛି।
ବର୍ତ୍ତମାନ ଲକ୍ଷ୍ନୌର ଜୋନାଲ କାର୍ଯ୍ୟୋଳୟରେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ୟୁଟ୍ୟୁବର୍ ମାଲିକାନାରେ ଥିବା ଦାମୀ କାର ଗୁଡିକର ଇଡି ଅନୁସନ୍ଧାନ କରୁଛି। କୁହାଯାଉଛି କି ଖୁବ୍ ଶୀଘ୍ର ଏହି ସମସ୍ତ ମାମଲାରେ ଏଲଭିଶଙ୍କୁ ଡକାଯିବ। ମାର୍ଚ୍ଚ ୧୭ରେ, ୟୁଟ୍ୟୁବର ନୋଏଡା ପୋଲିସ ସାପ ବିଷ ମାମଲାରେ ଗିରଫ ହୋଇଥିଲେ। ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଳା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: